ବିମୁଦ୍ରୀକରଣ ଏକ ମହାଘୋଟାଲା : କଂଗ୍ରେସ ମୁଖପାତ୍ର ଶ୍ରୀ ସଂଜୟ ଝା

congresspccମୋଦି ସରକାରଙ୍କର ବିମୁଦ୍ରୀକରଣ ନିଷ୍ପତ୍ତି ବିରୁଦ୍ଧରେ କଂଗ୍ରେସ ଦଳ ଦେଶବ୍ୟାପି ଆନେ୍ଦାଳନ କରିବା ପରିପ୍ରେକ୍ଷୀରେ ଅଖିଳ ଭାରତ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀ ସଂଜୟ ଝା କଂଗ୍ରେସ ଭବନରେ ଆହୂତ ଏକ ସାମ୍ବାଦିକ ସମ୍ମିଳନିରେ କହିଲେ ଯେ, ପ୍ରଧାନମନ୍ତ୍ରୀ ନୋଟବନ୍ଦି କାର୍ଯ୍ୟକାରୀ କରି ଦେଶର ଅର୍ଥନୀତିକୁ ଏକ ଜରୁରୀକାଳିନ ପରିସ୍ଥିତିକୁ ଟାଣି ଆଣିଛନ୍ତି । ସାଧାରଣ ଜନତା ଏହି ବିମୁଦ୍ରିକରଣ ଫଳରେ ନାହି ନ ଥିବା ଅସୁବିଧାରେ ସମ୍ମୁଖିନ ହୋଇଥିବା ବେଳେ କଳାବେପାରୀମାନେ ସେମାନଙ୍କର କଳାଟଙ୍କାକୁ ଗତ ନଭେମ୍ବର ୮ ତାରିଖ ପୂର୍ବରୁ ଧଳା କରିସାରିଛନ୍ତି । ଏହାର ଜ୍ୱଳନ୍ତ ପ୍ରମାଣ ହେଲା ବିମୁଦ୍ରିକରଣ ନିଷ୍ପତ୍ତିର କିଛିଦିନ ପୂର୍ବରୁ ଦେଶରେ ବ୍ୟାଙ୍କମାନଙ୍କରେ ୩ଲକ୍ଷ କୋଟି ଟଙ୍କାର ସ୍ଥାୟୀ ଜମା (ୠସଙ୍ଘରୟ ଊରକ୍ଟ୍ରକ୍ଟଗ୍ଦସଗ୍ଧ) ଆସିଥିଲା ଏବଂ ଗୁଜୁରାଟ ଅହମଦାବାଦର ଏକ କୋଅପରେଟିଭ ବ୍ୟାଙ୍କରେ ଯେଉଁଠି ନିଜେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ସାହା ସଭ୍ୟ ଅଛନ୍ତି ସେଠାରେ ୫୦୦ କୋଟି ଟଙ୍କା ଗତ ନଭେମ୍ବର ୮ ପରେ ଜମା କରାଯାଇଛି । ଆହୁରି ମଧ୍ୟ ଦେଶବ୍ୟାପି ଯେତେ କଳାଟଙ୍କା ଏହି ସମୟ ପରେ ଜବତ କରାଯାଇଛି ତାହାସବୁ ବିଜେପି ନେତା ଓ କର୍ମୀମାନଙ୍କର । ତେଣୁ ଶ୍ରୀ ଝା କହିଲେ ବିଜେପି ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମୁଦ୍ରୀକରଣ ମହାଘୋଟାଲାରେ ସଂପୃକ୍ତ ଅଛନ୍ତି । ଶ୍ରୀ ଝା ପୁଣି କହିଲେଯେ ସାହାରା ଏବଂ ବିର୍ଲା କମ୍ପାନୀଠାରୁ କୋଟି କୋଟି ଟଙ୍କାର ଅନୁଗ୍ରହ ନେଇଥିବା ମୋଦି ନିଜେ ଦୁର୍ନୀତିଗ୍ରସ୍ତ ଏବଂ ଭ୍ରଷ୍ଟା•ରୀ ହୋଇଥିବା ବେଳେ ସେ ଦୁର୍ନୀତି ଏବଂ ଭ୍ରଷ୍ଟା•ର ବିରୁଦ୍ଧରେ ଲଢେ଼ଇ କରୁଛନ୍ତି ବୋଲି କହିବା ହାସ୍ୟାସ୍ପଦ କଥା । କୁହାଳିଆ ମୋଦି ଖାଲି କଥାରେ ନା କାମରେ ତାହା ଭାରତବାସୀ ଭଲଭାବେ ଜାଣିଗଲେଣି ବୋଲି ଶ୍ରୀ ଝା କହିଛନ୍ତି । ୨୦୧୪ ମସିହାରେ ସରକାରକୁ ଆସିଲାବେଳେ ମୋଦି ବିଦେଶରେ ଥିବା ସମସ୍ତ କଳାଧନ ନେଇ ଆସିବେ ବୋଲି କହିଥିଲେ । ମାତ୍ର ପାନାମା ପେପରସ୍ ରେ ସବୁ କଳାଧନ ଜମାକାରୀ ମାନଙ୍କର ତାଲିକା ଥିଲେ ମଧ୍ୟ ମୋଦି ଏପର୍ଯ୍ୟନ୍ତ ତାହା ଉପରେ କୌଣସି କାର୍ଯ୍ୟାନୁÂାନ କରିନାହାନ୍ତି । ଏଥିରୁ ତାଙ୍କର କଳାଧନ ଜମାକାରୀଙ୍କ ପାଇଁ କେତେ ସହୃଦୟତା ରହିଛି ତାହା ବୂଝାପଡୁଛି ବୋଲି ଶ୍ରୀ ଝା କହିଛନ୍ତି । ତେଣୁ ବିମୁଦ୍ରାକରଣ ଫଳରେ କେତେ କଳାଧନ ଦେଶର ରାଜକୋଷକୁ ଫେରିଛି ତାହାର ଉତ୍ତର ପ୍ରଧାନମନ୍ତ୍ରୀ ମୋଦି ରଖନ୍ତୁ ବୋଲି ଶ୍ରୀ ଝା ପ୍ରଶ୍ନ କରିଛନ୍ତି । ସାମ୍ବାଦିକ ମାନଙ୍କୁ ଉଦ୍ବୋଧନ ଦେଇ ପଶ୍ଚିମ ବଙ୍ଗର ପୂର୍ବତନ ପିସିିସି ସଭାପତି ତଥା ରାଜ୍ୟସଭା ସଦସ୍ୟ ଶ୍ରୀ ପ୍ରଦୀପ ଭଟ୍ଟା•ର୍ଯ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସତ୍ୟର ସାମ୍ନା କରିବାପାଇଁ ଆହ୍ୱାନ ଦେଇଥିଲେ । ଦେଶ ଯେତେବେଳେ ଗୁରୁତ୍ୱର ଆର୍ଥିକ ଅରାଜକତା ମଧ୍ୟରେ ଗତିକରୁଛି, ପ୍ରଧାନମନ୍ତ୍ରୀ ମୋଦି ବିମୁଦ୍ରୀକରଣର ୫୦ ଦିନ ବିତିଯାଇଥିଲେ ମଧ୍ୟ ପରିସ୍ଥିତି ସୁଧାରିବା ନିମନ୍ତେ ଆହୁରି ସମୟ ମାଗୁଛନ୍ତି । ଶ୍ରୀ ଭଟ୍ଟା•ର୍ଯ୍ୟ କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଏହି ବିମୁଦ୍ରୀକରଣ ନିଷ୍ପତ୍ତି ନେଇ ଦେଶର ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ରାଜ୍ୟ ସଭା ସାଂସଦ ଶ୍ରୀ ପ୍ରଦୀପ ଭଟ୍ଟା•ର୍ଯ୍ୟ, ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଶୁଭଙ୍କର ସରକାର, ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ଶୁଭେନ୍ଦୁ ମହାନ୍ତି, ମୁଖପାତ୍ର ସୁଲୋଚନା ଦାସ,
ଡ. ହମିଦ୍ ହୁସେନ ଏବଂ ଶ୍ରୀ ସୌଗତ ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!
Powered By Indic IME