ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ଯୌନକେଳେଙ୍କାରୀ ଓ ରିଷି ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଭୁବନେଶ୍ୱର ବିଡ଼ିଓଙ୍କୁ ସ୍ମାରକ ପତ୍ର

ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ଆଜି ସଭାପତି ଶ୍ରୀ ମନୋରଞ୍ଜନ ଦାଶଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀ ଭୁବନେଶ୍ୱର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରି ବହୁଚର୍ଚ୍ଚିତ ଯୌନକେଳେଙ୍କାରୀ ଓ ଇଂଜିନିୟରିଇଂ ଛାତ୍ର ରିଷି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ମାନ୍ୟବର ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଭୁବନେଶ୍ୱର ମେୟରଙ୍କ ନାମରେ ଯେଉଁ ଅଭିଯୋଗ ହୋଇଛି ଏବଂ ରିଷି ହତ୍ୟାକାଣ୍ଡ ପଛରେ ଯେଉଁ ରହସ୍ୟ ରହିଛି ତାହା ରାଜ୍ୟସରକାରଙ୍କ ପକ୍ଷରୁ ନିଯୁକ୍ତ ତଦନ୍ତ ସଂସ୍ଥା ଉଚିତ୍ ନ୍ୟାୟ ଦେଇ ପାରିବେ ନାହିଁ ବୋଲି ଜିଲା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଯେହେତୁ ଏଥିରେ ମେୟରଙ୍କ ନାମ ଅଭିଯୋଗ ହୋଇଛି ନିଶ୍ଚିତ ଭାବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ଜିଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ନବୀନ ଶାସନରେ ମା’କୁ ସମ୍ମାନ ବଦଳରେ ମା’କୁ ଅପମାନ ଦିଆଯାଉଛି । ସୁନ୍ଦରଗଡ଼ରେ ମହିଳାଙ୍କ ଦୋପଟା ଖୋଲିବା ଘଟଣା ସାରାରାଜ୍ୟର ମହିଳାମାନଙ୍କ ପ୍ରତି ଏକ ଅପମାନବୋଲି ଶ୍ରୀ ଦାସ କହିଛନ୍ତି ।
ଜିଲା କଂଗ୍ରେସ ପକ୍ଷରୁ ଗତ ୨୩ ତାରିଖ ଠାରୁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଏହି ଚର୍ଚ୍ଚିତ ଯୌନକେଳେଙ୍କାରୀ ଏବଂ ରିଷି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଆସୁଅଛି । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଜିଲା କଂଗ୍ରେସ କମିଟି ମାନ୍ୟବର ରାଜ୍ୟାପାଳଙ୍କ ହସ୍ତକ୍ଷେପ ନିବେଦନ କରିଛି । କାରଣ ଘଟଣାକୁ ଚପାଇ ଦେବାକୁ ରାଜ୍ୟ ସରକାର ଯୋରଦାର ଉଦ୍ୟମ କରୁଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃମଣ୍ଡଳୀ ସର୍ବଶ୍ରୀ ଶିବାନନ୍ଦ ରାୟ, ରାଜ୍ୟ ଯୁବକଂଗ୍ରେସ ସଭାପତି ଲୋକନାଥ ମହାରଥି, ଛାତ୍ର କଂଗ୍ରେସ ସଭାପତି ଇତିଶ୍ ପ୍ରଧାନ, ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରାଙ୍କ ସମେତ ଚିନ୍ମୟ ସୁନ୍ଦର ଦାଶ, ପ୍ରକାଶ ଜେନା, ପ୍ରଶାନ୍ତ ଜେନା, ବେଣୁଧର ପାତ୍ର, ସୋନାଲି ସାହୁ, ଦୁର୍ଗାମାଧବ ମାହାଲା, ମନୋଜ କୁମାର ସାହୁ, ତ୍ରିନାଥ ସାହୁ, ଉର୍ବଶ୍ରୀ ମିଶ୍ର ଏବଂ ଇନ୍ଦୁମତି ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Share in top social networks!