ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ବିଜେଡି ଦଳ ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ

bjpmediaରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଛି । ମାତ୍ର ସରକାର ଓ ସରକାରୀ ଦଳ ଜାଣି ଶୁଣି ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଥିବା ସ୍ପଷ୍ଟ ଭାବେ ଦେଖା ଯାଉଥିବା ବେଳେ ଜିଲ୍ଲାମାନଙ୍କରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲାପାଳମାନେ ସେଥି ପ୍ରତି ସମ୍ପୂର୍ଣ ଭାବେ ଆଖି ବୁଜି ଦେଇଛନ୍ତି । ପ୍ରଶାସନିକ ବ୍ୟବସ୍ଥା ଓ ସରକାରୀ ଦଳ ଅନେକ ସ୍ତରରେ ଦଳୀୟ ପ୍ରଚାରକୁ ସହଯୋଗ କରୁଥିବା ଦେଖାଯାଉଛି ବୋଲି ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କଠାରେ ବିଜେପି ଅଭିଯୋଗ କରିଛି ।
ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ସହ ଏ ସଂକ୍ରାନ୍ତରେ ହସ୍ତକ୍ଷେପ କରି ତୁରନ୍ତ ଆଇନ ଅନୁସାରେ ଦୃଢ ପଦକ୍ଷେପ ନେବାକୁ ନିବେଦନ କରାଯାଇଅଛି । ଆସନ୍ତା ପଂଚାୟତ ନିର୍ବାଚନ ପାଇଁ ଶାସକ ବିଜେଡି ଦଳ ଆଇନକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରି ପାର୍ଟି କହିଛି ଯେ, ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଆଇସିଡିଏସ ଯୋଜନାର ପରିଚାଳନା ପାଇଁ କାର୍ଯ୍ୟ କରୁଥିବା ଚାଇଲ୍ଡ ଡେଭଲପମେଂଟ ପ୍ରୋଜେକ୍ଟ ଅଫିସର (ସିଡିପିଓ) ଏବଂ ତାଙ୍କ ଅଧୀନରେ କାମ କରୁଥିବା ଜିଲ୍ଲାର ଏହି କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ସରକାରୀ କର୍ମଚାରୀମାନେ ଜିଲ୍ଲାରେ ବୁଲି ବୁଲି ବିଜେଡିର ପ୍ରଚାର ପାଇଁ ମହିଳା କର୍ମୀ ସମ୍ମିଳନୀ ମାନ କରୁଥିବା ଦେଖା ଯାଉଛି । ଯେହେତୁ ଆଦର୍ଶ ଆଚରଣ ବିଧି ଲାଗୁ ଅଛି ସିଡିପିଓ ଓ ତାଙ୍କର ସହଯୋଗୀ ମାନେ ନିଜ ଅଫିସରୁ ବାହାରକୁ ନ ଯିବା ପାଇଁ ନିର୍ବାଚନ ଆୟୋଗ ନିର୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।
ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚାଉଳ ଓ ଗହମ ଯୋଗାଇ ଦିଆଯାଉଥିବା କେନ୍ଦ୍ରରେ ହିତାଧିକାରୀମାନଙ୍କୁ ଓଡିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଆଇନା ପୁସ୍ତିକାକୁ ଦଳର ପ୍ରଚାରପତ୍ର ଭାବେ ବଂଟା ଯାଉଛି । ସରକାରୀ ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କ ଦ୍ୱାରା ଜନସାଧାରଣଙ୍କ ଅର୍ଥରେ ଅନେକ ମିଥ୍ୟା ତଥ୍ୟକୁ ଏହି ପୁସ୍ତିକା ନିର୍ବାଚନରେ ଲାଭ ପାଇଁ ପ୍ରଶାସନିକ କଳକୁ ସରକାର ବ୍ୟବହାର କରି ସରକାରୀ ଦଳକୁୂ ଲାଭ ପହଂଚାଇବା ପାଇଁ ଚାହୁଁଥିବାରୁ ଏହି ପୁସ୍ତିକା ବଂଟନ ଉପରେ ତୁରନ୍ତ ରୋକ ଲଗାଇବା ପାଇଁ ମଧ୍ୟ ଦାବି କରାଯାଇଛି ।
ସେହିପରି ଆଚରଣ ବିଧି ଲାଗୁ ହୋଇ ସାରିଥିବା ପରେ ମଧ୍ୟ ଏମପି /ଏମଏଲଏ ସ୍ଥାନୀୟ ଅଂଚଳ ବିକାଶ ପାଣ୍ଠି, ମନରେଗା ଯୋଜନାର କାର୍ଯ୍ୟାଦେଶ ବିଭିନ୍ନ ସରକାରୀ ତଥା ସାମାଜିକ ନିରାପତା ଯୋଜନାର ଲାଭ ମାଓ ପ୍ରବଣ ଅଂଚଳରେ ବିଭିନ୍ନ କାମ, ବିଭିନ୍ନ ବିଭାଗ ଦ୍ୱାରା ଠିକାଦାରୀ ଓ ଅନ୍ୟାନ୍ୟ କାମର କାର୍ଯ୍ୟାଦେଶ ପିଛିଲା ତାରିଖରେ ପ୍ରଶାସନିକ କଳକୁ ବ୍ୟବହାର କରି ବଂଟା ଯାଇ ଏଥିରୁ ନିର୍ବାଚନୀ ଫାଇଦା ପାଇଁ ଶାସକ ଦଳ ବ୍ୟବହାର କରୁଛି । ସମସ୍ତ ବିଭାଗର ନିର୍ବାଚନ ଆଚରଣ ବିଧି ତାରିଖ ପର୍ଯ୍ୟନ୍ତ କାଗଜ ପତ୍ରକୁ ନିଜ ଅଧୀନକୁ ନେଇ ସରକାରୀ ଦଳର ବେଆଇନ କାର୍ଯ୍ୟକୁ ତତକ୍ଷଣାତ ବନ୍ଦ କରିବା ପାଇଁ ପାର୍ଟି ଦାବୀ କରିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ଗୋଲକ ମହାପାତ୍ର, ପୂର୍ବତନ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଉମାକାନ୍ତ ପଟ୍ଟନାୟକ ଏବଂ ଆଡ୍ଭୋକେଟ ସୂର୍ଯ୍ୟ ନାରାୟଣ ଦାଶ ପ୍ରମୁଖ ସାମିଲ ଥିଲେ ।

Share in top social networks!