ପକ୍କାଘର ମାମଲାରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଂଜି ବାରମ୍ବାର ମିଛ କହୁଛନ୍ତି : ବିଜେପି

bjpଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଂଜି ବାରମ୍ବାର ମିଛ କହୁଛନ୍ତି ବୋଲି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଗରୀବ ଲୋକଙ୍କୁ ପକ୍କା ଘର ଯୋଗାଣ ମାମଲାରେ ମୁଖ୍ୟମନ୍ତ୍ରୀ ଜାଣି ଶୁଣି ମିଛ କହି ଜନମତକୁ ପ୍ରଭାବିତ କରିବା ପାଇଁ ଡ୍ରାମା କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଦୁଇ ବର୍ଷରେ ଦଶ ଲକ୍ଷରୁ ଉର୍ଧ ବିଜୁ ପକ୍କା ଘର ନିର୍ମାଣ କରି ଲୋକ ମାନଙ୍କୁ ଗତ ଦୁଇ ବର୍ଷରେ ଦିଆ ଯାଇଥିବା ତଥ୍ୟ ସମ୍ପୂର୍ଣ ମିଥ୍ୟା ଓ କପୋଳ କଳ୍ପିତ ତଥ୍ୟ ଉପରେ ଆଧାରିତ ବୋଲି ବିଜେପି ତରଫରୁ ବାରମ୍ବାର ଅଭିଯୋଗ କରା ଗଲେ ମଧ୍ୟ ପ୍ରଶ୍ନର ସିଧା ସିଧା ଉତର ନ ଦେଇ ମୁଖ୍ୟମନ୍ତ୍ରୀ ବୁଲେଇ ବାଙ୍କେଇ ମିଛ କହୁଛନ୍ତି ବୋଲି ଶ୍ରୀ ମହାନ୍ତି କହିବା ସହ ପକ୍କା ଘର ମାମଲାରେ ଲୋକଙ୍କୁ ଭୁଲ ତଥ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ବିଧାନସଭାରେ ଡିସେମ୍ବର ୨୦୧୫ ମସିହାରେ ତିନି ବର୍ଷରେ ତିନି ଲକ୍ଷ ୨ ହଜାର ଘର ଓ ଏଥିରେ ରାଜ୍ୟ ଯୋଜନାରେ ମୋଟ ୫୭ ହଜାର ଘର ନିର୍ମାଣ ଦେଇଥିବା ବେଳେ ଚଳିତ ଡିସେମ୍ବର ମାସରେ ରାଜ୍ୟ ସରକାର କେତେ ଘର ଦିଆଯାଇଛି ସେ ତଥ୍ୟ ସଂଗ୍ରହ କରୁଛନ୍ତି ବୋଲି ବିଧାନସଭାରେ କହିଥିଲେ । ଏହା ସହ ସରକାରୀ ବିଜ୍ଞାପନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରେସ ବିଜ୍ଞପ୍ତି, ସଫଳତାର ପୁସ୍ତିକା ଆଇନା ଓ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଦୁଇ ବର୍ଷରେ ଗ୍ରାମୀଣ କ୍ଷେତ୍ରରେ ଦଶ ଲକ୍ଷ ଘର ନିର୍ମାଣ କରି ଲୋକଙ୍କୁ ଦିିଆ ଯାଇଥିବା ବାରମ୍ବାର କହିଛନ୍ତି ।
ଓଡିଶା ସରକାରଙ୍କ ୱେବସାଇଟ ଙ୍ଗଙ୍ଗଙ୍ଗ.rଷକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭରେ ଏହି ତଥ୍ୟ ଦିଆ ଯାଇଥିବା ସରକାର ଦର୍ଶାଇଛନ୍ତି । ମାତ୍ର ସରକାରଙ୍କ ତଥ୍ୟ ଭୁଲ ବୋଲି ଏହି ୱେବସାଇଟ ପ୍ରମାଣ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଓଡିଶାରେ ମୋଟ ୧୦ ଲକ୍ଷ ୫ ହଜାର ୩୯୩ ଘର ଗରୀବ ଘରଙ୍କୁ ପକ୍କା ଘର ଯୋଜନା କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆରମ୍ଭ କଲା ଦିନରୁ ଏହା ମୋଟ ଘରର ପରିମାଣ ବୋଲି ଏହି ବେବସାଇଟ କହୁଛି । ୧୫ ବର୍ଷରେ ଦଶ ଲକ୍ଷ ଘରକୁ ଦୁଇ ବର୍ଷରେ ଦଶ ଲକ୍ଷ କହି ନବୀନ ପଟ୍ଟନାୟକ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଂଜି ମିଛ କହୁଛନ୍ତି ନା ନାହିଁ ବୋଲି ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଖୋଦ ସ୍ପଷ୍ଟିକରଣ ରଖିବାକୁ ଦାବି କରିଛନ୍ତି ।
(ପୃÂା: ୧ / ୨)

ଏହି ସାମ୍ବାଦିକ ସମ୍ମିଳନୀରେ ୱେବସାଇଟରେ ଦିଆ ଯାଇଥିବା ତଥ୍ୟ ଆଧାରରେ ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ହିଂଜିଳି ବ୍ଲକର ବେଲାଗାଁ ଗ୍ରାମ ପଂଚାୟତ ଓ ପଂଚାୟତରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ଗଣିଆ ବ୍ଲକର ଗଣିଆ ଗ୍ରାମ ପଂଚାୟତର ପକ୍କା ଘର ଯୋଗାଇ ଦେବା ତଥ୍ୟକୁ ଉପସ୍ଥାପନ କରିଛନ୍ତି । ବେଲଗାଁ ଗ୍ରାମ ୨୦୦୬-୦୭ରୁ ଆଜି ପର୍ଯ୍ୟନ୍ତ ୮୨ଟି ପକ୍କା ଘର କାର୍ଯ୍ୟ ସମ୍ପୂର୍ଣ ହୋଇଛି । ଏଥିରୁ ବିଜୁ ପକ୍କା ଘର ସଂଖ୍ୟା ହେଉଛି ୧୯ଟି । ଅନ୍ୟ ସମସ୍ତ କେନ୍ଦ୍ରୀୟ ଯୋଜନାର ପକ୍କା ଘର ଯୋଜନାରେ ହୋଇଛି । ସେହିପରି ପଂଚାୟତିରାଜ ମନ୍ତ୍ରୀଙ୍କ ନୟାଗଡ ଜିଲ୍ଲାର ଗଣିଆ ବ୍ଲକର ଗଣିଆ ପଂଚାୟତରେ ୨୦୦୩-୦୪ରୁ ଆଜି ଯାଏ ମୋଟ ୧୫୫ ପକ୍କା ଘର ଯୋଜନା ସମ୍ପୂର୍ଣ ହୋଇଥିବା କୁହା ଯାଇଛି । ଏଥି ମଧ୍ୟରୁ ମାତ୍ର ୨୧ଟି ବିଜୁ ପକ୍କା ଘର ଯୋଜନା ଓ ୧୩୪ ଟି ହେଉଛି କେନ୍ଦ୍ରୀୟ ଯୋଜନାରେ । ଗଣିଆ ପଂଚାୟତର ପ୍ରଫୁଲ୍ଲ ନାଏକ ଓ ସୁଭାଷ ବାରିକଙ୍କୁ ୨୦୦୧-୦୨ରେ ପକ୍କା ଘର ମିଳିବାର କାର୍ଯ୍ୟାଦେଶ ମିଳିଥିଲା । ସେମାନଙ୍କର ଘର ନିର୍ମାଣ ସରିଲା ୨୦୧୪-୧୫ରେ । ସରକାର କେତେ ପାରଙ୍ଗମ ଏଥିରୁ ସ୍ପଷ୍ଟ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସମସ୍ତ ଘରକୁ ବିଜୁ ପକ୍କା ଘର କହିବା ସହିତ ଗତ ଦୁଇ ବର୍ଷରେ ନବୀନ ପଟ୍ଟନାୟକ ଚତୁର୍ଥ ପାଳିରେ ସରକାର ଆସିବା ପରେ ଘର କାମ ଆରମ୍ଭ କରି ଓ ଶେଷ କରି ଗରୀବ ଲୋକ ମାନଙ୍କୁ ବାଂଟି ଦେଇଥିବା ନବୀନ ପଟ୍ଟନାୟକ ମିଛ କହି ନିଜ ସ୍ଥାଣୁତା ଓ ଅପାରଗତାକୁ ଲୁଚାଇ ଜନମତକୁ ପ୍ରଭାବିତ କରିବା ପାଇଁ ହୀନ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ପଂଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପକ୍କା ଘର ଯୋଜନାରେ ହିତାଧିକାରୀ ମାନଙ୍କୁ ନବୀନ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକଙ୍କ ଫଟୋ ଛାପି ରାଜ୍ୟ ସରକାର ବାଂଟିଛନ୍ତି । ସାଧାରଣ ପ୍ରକ୍ରିୟାରେ କେନ୍ଦ୍ରୀୟ ଯୋଜନାରେ ଗୃହ ନିର୍ମାଣ ପାଇଁ ପ୍ରଚୁର ଅର୍ଥ ଥିବା ବେଳେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଉଚିତ ସମୟରେ ନ ଦେଇ ଏହାକୁ ବିଳମ୍ବିତ କରି ରାଜନୈତିକ ଫାଇଦା ନେବାର ଯେଉଁ ହୀନ ପ୍ରୟାସ କରୁଛନ୍ତି ବିଜେପି ଏହା ବିରୁଦ୍ଧରେ ସଂଗ୍ରାମ ଜାରୀ ରଖିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ର ନାମକରଣରୁ ପ୍ରଧାନମନ୍ତ୍ରୀ ଆବାସ ହଟାଇ କେବଳ ଆବାସ ଯୋଜନା ଲେଖି ମିଛ ପ୍ରଚାର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାହାବା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
୧୭ ବର୍ଷ ଶାସନ ଓଡିଶାକୁ ପ୍ରଗତିର ଶୀର୍ଷରେ ପହଂଚାଇବାକୁ ଯଥେଷ୍ଟ ସମୟ ଥିଲା । ସୁଯୋଗକୁ ହାତଛଡା କରି ଲୋକଙ୍କୁ ମିଛ କହି ଭୁଆଁ ବୁଲାଇ ସମର୍ଥନ ହାସଲ କରିବା ପ୍ରୟାସ ନବୀନ ପଟ୍ଟନାୟକଙ୍କ ସ୍ଥାଣୁତା ଓ ଅପାରଗତାର ପ୍ରମାଣ ବୋଲି ଶ୍ରୀ ମହାନ୍ତି କହିବା ସହ ତଥ୍ୟ ଆଧାରରେ ପର୍ଦାଫାସ ହୋଇଛି ଓ ଏହାକୁ ବିନମ୍ରତାର ସହ ସ୍ୱୀକାର କରନ୍ତୁ ବୋଲି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ ଏବଂ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ ।

Share in top social networks!