ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଦେଶରେ ବର୍ତମାନ ଯାଏ ଦେଢକୋଟି ବିପିଏଲ ପରିବାରକୁ ଦିଆ ଗଲାଣି ଗ୍ୟାସ ସଂଯୋଗ

ujjalllaଗରୀବ ମହିଳା ମାନଙ୍କୁ ସ୍ୱଚ୍ଛ ଇନ୍ଧନ ପ୍ରଦାନ କରିବା ଉଦେ୍ଧଶ୍ୟରେ ଆରମ୍ଭ କରା ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱାକାଂକ୍ଷୀ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଚଳିତ ଆର୍ଥିକ ବର୍ଷର ୮ ମାସ ମଧ୍ୟରେ ଦେଢ କୋଟି ହିତାଧିକାରୀଙ୍କୁ ଏଲପିଜି ଗ୍ୟାସ ସଂଯୋଗ ପ୍ରଦାନ କରା ଯାଇ ସାରିଥିବା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ
ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ । ଏହି ଯୋଜନାରେ ସାମାଜିକ – ଆର୍ଥିକ ଜାତି ଗଣନା ଅନୁସାରେ ଦାରିଦ୍ର୍ୟର ସୀମାରେଖା ତଳେ ଥିବା ମହିଳା ମାନଙ୍କୁ ବିନା ମୂଲ୍ୟରେ ଏଲପିଜି ସଂଯୋଗ ଯୋଗାଇ ଦିଆ ଯାଇଥାଏ ।

ଆଗାମୀ ତିନି ବର୍ଷ ମଧ୍ୟରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପାଂଚ କୋଟି ପରିବାରଙ୍କୁ ଏହି ଯୋଜନାରେ ଗ୍ୟାସ କନେକ୍ସନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖା ଯାଇଛି । ୨୯ ଫେବୃଆରୀ ୨୦୧୬ରେ ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟରେ ମଧ୍ୟ ଏଥି ପାଇଁ ୮ ହଜାର କୋଟି ଟଙ୍କାର ବ୍ୟୟବରାଦ କରା ଯାଇଛି । ଏହି ଯୋଜନାରେ ଉତର ପ୍ରଦେଶରେ ସର୍ବାଧିକ ୪୬ ଲକ୍ଷ ସଂଯୋଗ ପ୍ରଦାନ କରା ଯାଇଥିବା ବେଳେ, ପଶ୍ଚିମ ବଙ୍ଗରେ ୧୯ ଲକ୍ଷ, ବିହାରରେ ୧୯ ଲକ୍ଷ, ମଧ୍ୟ ପ୍ରଦେଶରେ ୧୭ ଲକ୍ଷ ଓ ରାଜସ୍ଥାନରେ ୧୪ ଲକ୍ଷ ପରିବାରକୁ ଗ୍ୟାସ ସଂଯୋଗ ପ୍ରଦାନ କରା ଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ମଇ ୨୦୧୬ରେ ଉତର ପ୍ରଦେଶର ବଲିଆ ଠାରେ ଏହି ଉଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ । ବର୍ତମାନ ଏହି ଯୋଜନା ମୋଟ ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟକାରୀ କରା ଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ରାଷ୍ଟ୍ରୀୟ ଏଲପିଜି ହାରରେ ବୃଦ୍ଧି ଘଟିଛି । ଚଳିତ ବର୍ଷ ଜାନୁଆରୀ ପହିଲାରେ ଏହି ହାର ୬୧ ପ୍ରତିଶତ ଥିଲା ବେଳେ ୧ ଡିସେମ୍ବରରେ ଏହା ୭୦ ପ୍ରତିଶତକୁ ପହଂଚି ପାରିଛି ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ।

ହିମାଚଳ ପ୍ରଦେଶ, ଉତରାଖଣ୍ଡ, ଜାମ୍ମୁ- କାଶ୍ନୀର ଓ ପୂର୍ବୋତର ରାଜ୍ୟ ଭଳି ଏଲପିଜିର ରାଷ୍ଟ୍ରୀୟ ହାର ଠାରୁ କମ ହାର ଥିବା ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏହି ଯୋଜନାକୁ ଅଗ୍ରାଧିକାର ଭିତିରେ କାର୍ଯ୍ୟକାରୀ କରା ଯାଉଛି ।

Share in top social networks!