ବିଜେପିର ପଂଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ; ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ

15781746_1796491360567873_5155259490582134836_nତିନି ଦିନ ଧରି ଚାଲୁଥିବା ବିଜେପିର ସାଙ୍ଗଠନିକ ବୈଠକର ଦ୍ୱିତୀୟ ଦିନରେ ଦଳର ରାଷ୍ଟ୍ରୀୟ, ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନେତାମାନଙ୍କ ମଧ୍ୟରେ ଆଗାମୀ ପଂଚାୟତ ନିର୍ବାଚନ, ଏଥି ପାଇଁ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା ।

ଆଜିର ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ସୌଦାନ ସିଂହ, ବିଧାୟକ ଦଳର ନେତା କେଭି ସିଂହଦେଓଙ୍କ ଉପସ୍ଥିତିରେ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆଉ ଗୋଟିଏ ଦିନ ପାଇଁ ଏହି ବୈଠକ ଚାଲୁ ରହିବ ।

ପ୍ରତ୍ୟେକ ଦିନ ଦଶଟି ଜିଲ୍ଲାର ପ୍ରତିନିଧିମାନେ ଯୋଗ ଦେବା ସହ ସେହି ଜିଲ୍ଲା ଗୁଡିକୁ ସାଙ୍ଗଠନିକ ଦୃଷ୍ଟିରୁ ସଂଯୋଜନା କରୁଥିବା ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ଜିଲ୍ଲା ଗୁଡିକର ରାଜନୈତିକ ସ୍ଥିତି, ଜନ ସମସ୍ୟା, ରାଜ୍ୟ ସରକାରଙ୍କର ଅବହେଳା, ମୋଦି ସରକାରଙ୍କ ଯୋଗୁ ଲୋକମାନଙ୍କ ପାଖରେ ପହଂଚିଥିବା ଲାଭର ସମୀକ୍ଷା କରାଯିିବା ସହ ଆଗାମୀ ଦିନର କାର୍ଯ୍ୟ ପନ୍ଥାର ରୂପରେଖ ତିଆରି କରାଯାଉଛି । ଗତ କାଲି ଦଶଟି ଜିଲ୍ଲାର ଏହି ପ୍ରକ୍ରିୟା ପୂର୍ଣ୍ଣ ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନ ଆଉ ଦଶଟି ଜିଲ୍ଲାର ଏହି ସମୀକ୍ଷା ଶେଷ ହୋଇଛି ।

ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ଦଳ ସ୍ଥାନୀୟ ସ୍ତରରେ ଲୋକ ସମସ୍ୟାକୁ ଆଧାର କରି ନିର୍ବାଚନକୁ କିପରି ପରିଚାଳନା କରା ଯାଇ ପାରିବ ସେଥି ପାଇଁ ଜିଲ୍ଲା ସ୍ତରରୁ ଆସିଥିବା ଦଳର କାର୍ଯ୍ୟକର୍ତା ମାନେ ସେମାନଙ୍କର ମତାମତ ଦେଉଛନ୍ତି । ଏହି ଆଧାରରେ ଦଳ ରଣନୀତି ତିଆରି କରିବ ବୋଲି ଦଳ ତରଫରୁ ପ୍ରକାଶ କରା ଯାଇଛିା

Share in top social networks!