ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ ଆମକୁ ଏକାଠି କାର୍ଯ୍ୟ କାରିବାକୁ ପଡ଼ିବ : ପ୍ରସାଦ

15726419_1187796004640831_1398691365849960728_nଏକ ନିର୍ଦ୍ଧିଷ୍ଟ ନୀତି, ଆଦର୍ଶ ଆଉ ଆଭିମୁଖ୍ୟ ନେଇ ଭାରତୀୟ ଜାତୀୟ କଂଗ୍ରେସ ଜନ୍ମ ନେଇଥିଲା । ଭାରତୀୟଙ୍କ ସ୍ୱାର୍ଥ
ସାଧନ ପାଇଁ ଜନ୍ମ ନେଇଥିବା ଭାରତୀୟ ଜାତୀୟ କଂଗ୍ରେସ ଦେଶବାସୀଙ୍କ ସ୍ୱର ପାଲଟିବା ସହ ହଜାର ହଜାର କଂଗ୍ରେସ ଧ୍ୱଜାଧାରୀଙ୍କ
ବଳିଦାନ ଫଳରେ ଦେଶ ସ୍ୱାଧୀନତା ପାଇଥିଲା । ହେଲେ ଆଜି ଏକ ଅଭାବନୀୟ ଓ ସଙ୍ଗୀନ ସମୟ ଦେଇ ଆମେ ଗତି କରୁଛେ ଦେଶରେ ଓ
ଓଡିଶାରେ ବି । କଂଗ୍ରେସ ଯେଉଁ ନୀତି ଓ ଆଦର୍ଶ ପାଇଁ ଲଢେଇ କରି ଆସିଛି ଆଜି ପୁଣି କଂଗ୍ରେସ ପାଇଁ ସମଗ୍ର ଦେଶ ପାଇଁ ଏକ ଆହ୍ୱାନ ସୃଷ୍ଟି
ହୋଇଛି । ଦେଶକୁ ଏକାଠି ରଖିବାପାଇଁ ଯେଉ ମୂଲ୍ୟବୋଧକୁ ନେଇ କଂଗ୍ରେସ ରାଜନୀତି କରି ଆସିଛି ଆଜି ଦେଶକୁ ଶାସନ କରୁଥିବା
ସରକାରର ଶାସନକାଳରେ ଧ୍ୱସ୍ତ ହେବାକୁ ବସିଲାଣି । ରାଜ୍ୟରେ ବିଜେପି-ବିଜେପି ମିଳିମିଶି ଅଛନ୍ତି । ଉପରେ ଳଢେଇ , ଭିତରେ ଭାଇଭାଇ ।
ଲୋକଙ୍କ ଆଗରେ କଂଗ୍ରେସ ହେଉଛି ଏକମାତ୍ର ବକଳ୍ପ । ତେଣୁ ଲୋକଙ୍କର କଂଗ୍ରେସ ପ୍ରତି ଯେଉଁ ଆସ୍ଥା ରହିଛି ତାକ୍ୁ ସାର୍ଥକ କରିବାକୁ ହେଲେ
ଆମକୁ ସେମାନଙ୍କ ଆସ୍ଥା ଅନୁରୂପ କାମ କରିବାକୁ ପଡିବ । ଆଜିର ସମୟ ଦୋଷାରପଣର ସମୟ ନୁହେଁ । ଦଳକୁ ଜାତୀୟ ଓ ରାଜ୍ୟ ସ୍ତରରେ
ପୁନଃପ୍ରତିÂା କରିବାକୁ ହେଲେ ସବୁ ବିଭେଦକୁ ଭୂଇଁ ଦଳକୁ ମଜଭୁତ କରି ଏକାଠି କାମ କରି ଦଳରେ ନୂତନ ସ୍ଫର୍ତି ଭରିଦେବାରର ଆବଶ୍ୟକତା
ରହିଛି । ଲୋକଙ୍କ ଆସ୍ଥଶଭାଜନ ହେବା ପାଇଁ କଂଗ୍ରେସ ନିଶ୍ଚୟ କାମ କରିବ ଓ ଦେଶ ବିେରୋଧୀ , ଜନବିରୋଧୀ, ସାମ୍ପ୍ରଦାୟିକତାବଦୀ ଶକ୍ତି
ବିରୋଧରେ ନିଶ୍ଚୟ ଲଢେଇ କରିବ । ରାଜ୍ୟରେ ଚାଲିଥିବା ସ୍ଥାଣୁ ସରକାର ବିଫଳତା, ଭ୍ରଷ୍ଟାଚାର, ଦୁର୍ନୀତି ବିରୋଧରେ କଂଗ୍ରେସ ଦୁର୍ବାର
ଆନେ୍ଦାଳନ ଗଢି ତୋଳିବ । ଯେଉଁ ନୀତି ଓ ଆଦର୍ଶ ପାଇଁ କଂଗ୍ରେସ ଲଢେଇ କରି ଆସିଛି ତାହା ବିପନ୍ନ ହୋଇଥିବା ବେଳେ ଏବେ ସେଥିପାଇଁ
ଦେଶବିରୋଧୀ ସାମ୍ପ୍ରଦାୟିକତା ଶକ୍ତି ବିରୋଧରେ ଜୋରଦାର ସଂଗ୍ରାମ କରି କରି ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ସଂକଳ୍ପ ଭାରତୀୟ
ଜାତୀୟ କଂଗ୍ରେସର ପ୍ରତିÂା ଦିବସରେ ଶ୍ରେÂ ସଂକଳ୍ପ ହେବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି ।
ଭାରତୀୟ ଜାତୀୟ କଂଗ୍ରେସ ପ୍ରତିÂା ଦିବସରେ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିÂ କଂଗ୍ରେସ ନେତା
ସୁରେଶ ରାଉତରାୟ, ସମୀର କୁମାର ରାଉତରାୟ, ଶିବାନନ୍ଦ ରାୟ, ସନ୍ଧ୍ୟା ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ସୁଲୋଚନା ଦାସ, ସୁମିତ୍ରା ଜେନା,
ମନୋରଂଜନ ଦାସ, ଅମୀୟ ପଟ୍ଟନାୟକ, ସସ୍ମିତା ବେହେରା,ବୀଣାପାଣି ସାମଲ, ଗିରିଜା ଶଙ୍କର ଦାଶ, ସୌଗତ ମହାନ୍ତି, ନବ ନାୟକ,
ଶେଖ୍ ସାହାନବାଜ୍, ଜ୍ୟୋତିଷ କୁମାର ସାହୁ, ବିରେନ ମୋହନ ପଟ୍ଟନାୟକ, ରାଘବ ସେଠୀ, ଦୀପା ଚୌଧୁରୀ, ବିଜୟ ଦ୍ୱିବେଦୀ, ମାନସ
ଆଚାର୍ଯ୍ୟ, ସୁଶାନ୍ତ ତି୍ରପାଠୀ, ଆଶ୍ରିତ ପଟ୍ଟନାୟକ, ପ୍ରକାଶ ମିଶ୍ର, ଦୀପକ ସାହୁ, ବିକ୍ରମ ସାହୁ, କୈଳାସ ସାହୁ, ତରୁଣ ମିଶ୍ର, ବାଙ୍କନିଧି
ବେହେରା, ରାମକୃଷ୍ଣ ପରିଡ଼ା, ରତ୍ନାକର ବେହେରା, କନକ ମଲିକ, ଚିତ୍ରଲେଖା ମହାନ୍ତି, ଜାନକୀ ମଲିକ, ନଳିନୀ ବେହେରା, ପଦ୍ମାବତୀ
ଆଚାର୍ଯ୍ୟ, ଚିନ୍ମୟ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!