ଡ଼ଃ.ଇତିରାଣୀ ସାମନ୍ତ ପାଇବେ ଭଞ୍ଜଭାରତୀ ସାହିତ୍ୟ ସମ୍ମାନ

ସୁସାହିତି୍ୟକା ତଥା ମାସିକ ମହିଳା ପାରିବାରିକ ପତି୍ରକା କାଦମ୍ବିନୀର ସମ୍ପାଦିକା ଡ଼ଃ.ଇତିରାଣୀ ସାମନ୍ତ ପାଇବେ ୨୦୧୭ ମସିହା ନିମନ୍ତେ ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମ&ୃତି ସମ୍ମାନ । ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଭୁବନେଶ୍ୱର ଭଞ୍ଜଭାରତୀର ଆସନ୍ତା ଜାନୁଆରୀ ୭ ଓ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥ#ବା ଓଡ଼ିଆ ସାହିତ୍ୟ ସମାରୋହ ଅବସରରେ ଡ଼ଃ.ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ନୀଳାଦି୍ର ମୋହନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ଦୁଇ ଦିବସୀୟ ସମାରୋହର ପ୍ରଥମ ସତ୍ତ୍ରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଦ୍ୱିତୀୟ ସତ୍ତ୍ରରେ ସ୍ୱଭାବ କବି ଗଙ୍ଗାଧର ମେହେର ସମ୍ପର୍କରେ ଆଲୋଚନା କରାଯିବ । ଏଥ#ରେ ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି ଏବଂ ପ୍ରଶାସନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗଦେଇ ଆଲୋଚନା କରିବେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଜଗନ୍ନାଥ ଚେତନା ଓ ସଂସ୍କୃତିର ବିଶିଷ୍ଟ ପ୍ରବକ୍ତା ଡ଼ାକ୍ତର କୁଷ୍ଣକେଶବ ଷଡ଼ଙ୍ଗୀ ପ୍ରତ୍ୟେହ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରିବେ ଓ କାର୍ଯ୍ୟକ୍ରମ ସଂଯୋଜନା କରିବେ ଡ଼ଃ.ମୃତୁ୍ୟଞ୍ଜୟ ରଥ ଏବଂ ସୁଚେତା ପି୍ରୟଦର୍ଶିନୀ ।

ଅନୁଷ୍ଠାନ ତରଫରୁ ପ୍ରକାଶିତ ଶ୍ରୀ ଜଗନ୍ନାଥ ତତ୍ତ୍ୱ ସମ୍ବଳିତ ଗବେଷଣାତ୍ମକ ଗ୍ରନ୍ଥ “”ଲୀଳାମୟ ନୀଳାଦ୍ରିଶ” ଶୁଭ ଲୋକାର୍ପଣ ହେବ । ନାଦବ୍ରହ୍ମ ସଂଗୀତ ଅନୁଷ୍ଠାନ ତରଫରୁ ପ୍ରତ୍ୟହ ଗୁରୁ ଜଗନ୍ନାଥ କୁଅଁର ଓ ମହାପାତ୍ର ମିନତି ଭଞ୍ଜଙ୍କ ଦ୍ୱାରା ପ୍ରାଚୀନ ସଂଗୀତ ପରିବେଷଣ କରାଯିବ । ଏହି ସାହିତ୍ୟ ସମାରୋହରେ ସାହିତ୍ୟ ଓ ସଂସ୍କୃତି
ପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେବା ନିମନ୍ତେ ଅନୁଷ୍ଠାନର ଉପସଭାପତି ଡ଼ଃ.ସୁବାଷ ଚନ୍ଦ୍ର ଦାଶ ଅନୁରୋଧ କରିଛନ୍ତି ।

Share in top social networks!