ମୁଖ୍ୟମନ୍ତ୍ରୀଙ୍କୁ କଟୁ ସମାଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

15578756_1208913239192253_5060751509976048036_nବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ବିଜେପି ଏକ ପ୍ରଚାର ସର୍ବସ୍ୱ ଦଳ ବୋଲି ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ଇଙ୍ଗିତ ଦେବା ପ୍ରସଙ୍ଗରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ନବୀନଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଦୁଇ ବର୍ଷରେ ଦଶ ଲ କ୍ଷ ପକ୍କା ଘର ଗରୀବ ଲୋକ ମାନଙ୍କୁ ଦିଆ ଯାଇଥିବା ଘୋଷଣା ପରିପ୍ରେକ୍ଷୀରେ ଏହି ଘରର ହିତାଧିକାରୀ ମାନେ କିଏ ଏବଂ ବ୍ଲକ, ପଂଚାୟତ ଓ ଗାଁ ହିସାବରେ ତାର ତାଲିକା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ତରଫରୁ ବାରମ୍ବାର ଦାବି କରା ଯାଇଛି । ବିଧାନସଭାରେ ତିନି ବର୍ଷରେ ତିନି ଲକ୍ଷ ଘର କରିଥିବା ତଥ୍ୟ ସରକାର ଦେଇଥିବା ବେଳେ ଦଶ ଲକ୍ଷ ଘର କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିବା ବିଜେପିର ପ୍ରଜାତାନ୍ତ୍ରିକ ଦାୟିତ୍ୱ ଓ ଅଧିକାର । ଏହା ପ୍ରଚାର ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଗତ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ କେବଳ ଆବାସ ଯୋଜନା ଭାବରେ ନିଜର ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ବ୍ୟବହାର କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ତାଲିକା ଚୂଡାନ୍ତ ହୋଇ ପାରିଲା ନାହିଁ । ଚିଟ ଫଣ୍ଡରେ ୩୦୦ କୋଟି ଟଙ୍କା ରାଜ୍ୟ ସରକାର ବଜେଟରେ ବ୍ୟବସ୍ଥା, ଚିଟ ଫଣ୍ଡ କମ୍ପାନୀ ମାନଙ୍କର ବ୍ୟାଜାପ୍ତି ହୋଇଥିବା ହଜାର ହଜାର କୋଟି ଟଙ୍କା ଗଚ୍ଛିତ ଥିବା ବେଳେ ବର୍ତମାନ ଯାଏ ଗୋଟିଏ ହେଲେ ଜମାକାରୀଙ୍କୁ ଟଙ୍କା ଟିଏ ମଧ୍ୟ କାହିଁକି ମିଳି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କର ଦଳୀୟ ସଭାରେ ବିରୋଧୀ ଦଳ ମାନେ ବିଜେଡିର ଛବିକୁ ଖରାପ କରିବାକୁ ଚେଷ୍ଟା କରିଥିବା ଅଭିଯୋଗର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ତାହେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମେୟର ତାଙ୍କର ସୁନା- ହୀରା ଭଳି ଝଲକୁଛନ୍ତି ଓ ସେ କିଛି ଭୁଲ କରି ନାହାନ୍ତି ବୋଲି କହିବା ପାଇଁ ସେ କହିଛନ୍ତି ।
ଗଣମାଧ୍ୟମର ଖବର, ବିରୋଧୀ ଦଳ ମାନଙ୍କର ଚାପ ମୃତ ଛାତ୍ରର ପରିବା. ସାଙ୍ଗ ସାଥୀ ମାନଙ୍କର ଚାଂଚଲ୍ୟକର ଖୁଲାସା ପରେ ପୋଲିସ କେସକୁ ପୁଣି ଖୋଲିଛି । ଏତେ ସବୁ ପରେ ମୁଖ୍ୟମନ୍ତ୍ରୀ ଯଦି ଚୁପ ବସୁଛନ୍ତି ତେବେ ଲୋକ
ବିଚାର କରିବେ । ଏହି ପ୍ରସଙ୍ଗରେ ସେ କହିଛନ୍ତି ଯେ ଓଡିଆରେ ଗୋଟିଏ ଢଗ ଅଛି ନିଆଁକୁ ଅଂଟିରେ ପୁରାଇଲେ ଅଂଟା ପୋଡି ଯାଏ । ଅଂଟିରେ ନିଆଁକୁ ପୁରାଇ ରଖିଥିବାରୁ ତାଙ୍କର ଶୁଭେଚ୍ଛା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆଗାମୀ ପଂଚାୟତ ନିର୍ବାଚନରେ ଗ୍ରାମୀଣ ଅର୍ଥନୀତି, ରୋଜଗାର ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ପରି ମୌଳିକ ଆବଶ୍ୟକତାକୁ ପ୍ରସଙ୍ଗ କରିବ । ସାରା ଦେଶରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ବେଶ ଆଗେଇ ଯାଇଥିବା ବେଳେ ଓଡିଶା ଦେଶରେ ବିହାର ସହ ସବୁଠୁ ପଛରେ ପଡିଛି । ଚତୁର୍ଦଶ ଅର୍ଥ କମିଶନର ସୁପାରିଶ ଆଧାରରେ ପଂଚାୟତ ମାନଙ୍କୁ ସିଧା ସିଧା ପ୍ରଚୁର କେନ୍ଦ୍ରୀୟ ଅର୍ଥ ଆସୁଥିବା ବେଳେ ଏହି ଖର୍ଚର ସ୍ୱାଧୀନତା ରାଜ୍ୟ ସରକାର ପଂଚାୟତ ମାନଙ୍କୁ ନ ଦେବାକୁ ତାଙ୍କ ଦଳ ପ୍ରସଙ୍ଗ କରିବ । ବିଭିନ୍ନ େ ଯାଜନା ଆବାସ, ଖାଦ୍ୟ ସୁରକ୍ଷା, ମୁଦ୍ରା ବ୍ୟାଙ୍କ ଋଣ ଇତ୍ୟାଦି ମାମଲାରେ ହିତାଧିକାରୀ ଚୟନରେ ପଂଚାୟତକୁ ଗୁରୁତ୍ୱପୂର୍ଣ ଭୂମିକା ପାଇଁ ଦଳ କାମ କରିବ । ଦଳ ତରଫରୁ ସାମାଜିକ ଜୀବନରେ ସକ୍ରିୟ ଓ ସ୍ୱଚ୍ଛ ଥିବା ବ୍ୟକ୍ତି ମାନଙ୍କୁ ପ୍ରାର୍ଥୀ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବିମୁଦ୍ରୀକରଣରେ ସାଧାରଣ ଲୋକ ହଇରାଣ ନେଇ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ମାନେ ମାନବ ଶୃଙ୍ଖଳ କରି ପାରିଲେ ନାହିଁ, ଯେଉଁ ଦଳର ତୁଙ୍ଗ ନେତୃତ୍ୱ ଅଗଷ୍ଟା ବେଷ୍ଟଲ୍ୟାଣ୍ଡ ମାମଲାରେ ଇଟାଲୀର ନ୍ୟାୟାଳୟ ଦୋଷୀ ବୋଲି ଇଙ୍ଗିତ ଦେଲାଣି, ସେମାନେ କଷ୍ଟରେ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଅପର ପକ୍ଷରେ ଦେଶର ସାଧାରଣ ଗରୀବ ଲୋକ ମାନେ ଅସୁବିଧାରେ ଥାଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଅଭୁତପୂର୍ବ ସମର୍ଥନରେ ଠିଆ ହୋଇଛନ୍ତି । କଷ୍ଟ ବହୁ ମାତ୍ରାରେ ଲାଘବ ହେଲାଣି ଓ ଆଗାମୀ ଦିନରେ ସ୍ଥିତି ସାମାନ୍ୟ ହୋଇ ଯିବ ବୋଲି ସେ କହିଛନ୍ତି ।

Share in top social networks!