ଆଦନୀ ଧାମରା ବନ୍ଦର ପକ୍ଷରୁ ଅଙ୍ଗନବାଡୀ କେନ୍ଦ୍ରଗୁଡିକୁ ପାନୀୟଜଳ ନିମିତ ଫିଲ୍ଟର ବଣ୍ଟନ

adaniiଆଜି ଧାମରା ବନ୍ଦର ପରିସର ମଧ୍ୟରେ ଏକ କାର୍ଯ୍ୟକ୍ରମରେ ଭଦ୍ରକ ଜଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ଆଶାଲତା ମହାନ୍ତି ସୁସ୍ଥ ସମାଜ ଗଠନରେ ଅଙ୍ଗନବାଡୀ କର୍ମୀଙ୍କର ଭୂମୀକାକୁ ଗୁରୁତ୍ୱ ଦେଇଥିଲେ । ଆଦାନୀ ଫାଉଣ୍ଡେସନ୍ ଦ୍ୱାରା ଚାଲୁଥିବା ସୁପୋଷଣ କାର୍ଯ୍ୟକ୍ରମ ଅଧିନରେ ସ୍ୱେଚ୍ଛାସେବୀକା – ‘ସଙ୍ଗୀନୀ’ ପ୍ରତ୍ୟେକ ଗ୍ରାମରେ ଅଙ୍ଗନବାଡି ଓ ଆଶାକର୍ମୀଙ୍କ କାର୍ଯ୍ୟରେ କିପରି ଅଧିକ ସହାୟକ ହୋଇ ପାରିବ ଏହା ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଡିଓ ଶ୍ରୀ ମନୋଜ ପାତ୍ର ସରକାରଙ୍କ କାର୍ଯ୍ୟାବଳୀ ଉପରେ ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର କିପରି ହ୍ରାସ କରାଯାଇ ପାରିବ ଏବଂ ଏହା ପର୍ଯ୍ୟବେସିତ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟାବଳୀ ଗୁଡିକୁ ଦର୍ଶାଇଥିଲେ । ଆଦନୀ ଧାମରା ବନ୍ଦରର ସହଯୋଗକୁ ବେଶ୍ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଙ୍ଗନବାଡୀଗୁଡିକୁ ମୌଳିକ ସୁବିଧା ଯୋଗାଇଦେବା ଉଦେଶ୍ୟରେ ପାନୀୟଜଳ ନିମିତ୍ତ ଫିଲ୍ଟର ଯୋଗାଇଦିଆଯାଇଥିଲା । ତିହିଡି, ଚାନ୍ଦବାଲୀ ବ୍ଲକ୍ ଅଧିନରେ ଥିବା ୩୩ ଟି ଗ୍ରାମର ୪୪ ଟି ଅଙ୍ଗନବାଡୀ କେନ୍ଦ୍ରକୁ ଏହି ଉପକରଣ ଯୋଗାଇ ଦିଆ ଯାଇଛି । ଏହା ଦ୍ୱାରା ୩୦୦୦ରୁ ଉଦ୍ଧ୍ୱର୍ ପିଲାମାନେ ଉପକୃତ ହେବେ ।

ଏହି କାର୍ଯ୍ୟକ୍ରମରେ ଧାମରା ବନ୍ଦର ସିଏସଆର୍ ମୁଖ୍ୟ ଶ୍ରୀ ପ୍ରଭାତ କୁମାର ମିଶ୍ର ଏହିପରି ସରକାର ଏବଂ ଆଦାନି ଫାଉଣ୍ଡେସନ୍ର ଭାଗିଦାରି ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନଆଯିବ ବୋଲି ପ୍ରକାଶ କରିଥିଲେ । ସିଏସ୍ଆର ଡେପୁଟି ମ୍ୟାନେଜର ଶ୍ରୀ ଶୁଭାଶିଷ୍ ମିଶ୍ର କମ୍ପାନୀ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମୀଣ ଭିତ୍ତିଭୂମୀର ବିକାଶ ଅଧିନରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ କର୍ମୀଙ୍କୁ ଅବଗତ କରାଇଥିଲେ ।

ସୂଚନାଯୋଗ୍ୟ ଆଦାନି ଫାଉଣ୍ଡେସନ୍ ପକ୍ଷରୁ ସାମାଜିକ ଦାୟିତ୍ୱବୋଧ ଅଧିନରେ ବିଭିନ୍ନ ସାମାଜିକ କଳ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

Share in top social networks!