ପ୍ରସାର ଭାରତୀ ଅଭିଲେଖାଗାର, ନୂଆଦିଲ୍ଲୀ ଦ୍ୱାରା ପ୍ରସ୍ତୁତ ଉପେନ୍ଦ୍ର ଭଞ୍ଜ କୃତ “”ବୈଦେହୀଶ ବିଳାସ” ର ସାଙ୍ଗୀତିକ ସିଡି ଉନ୍ମୋଚନ

bilasଓଡ଼ିଶାର ସାହିତି୍ୟକ ତଥା ସାଂସ୍କୃତିକ ପଟ୍ଟଭୂମିରେ ରୀତିଯୁଗର ମହାନ୍ କବି ଉପେନ୍ଦ୍ର ଭଞ୍ଜଙ୍କର କାଳଜୟୀ ସୃଷ୍ଟି “”ବୈଦେହୀଶ ବିଳାସ” ଏକ ଅମୂଲ୍ୟ କୃତି । ଏହି ଅତୁଳନୀୟ ମହାକାବ୍ୟକୁ ଏକ ସୁମାର୍ଜିତ ସାଙ୍ଗୀତିକ ରୂପ ପ୍ରଦାନ କରି ଆକାଶବାଣୀ ଜନସାଧାରଣଙ୍କ ମନ ହୃଦୟରେ ପ୍ରାଚୀନ ଗ୍ରନ୍ଥ ଶ୍ରବଣ ତଥା ଅଧ୍ୟୟନର ନୂତନ ପରଂପରା ଆରମ୍ଭ କରିଥିବାରୁ, ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରଯୋଜିତ ଏବଂ ପ୍ରସାର ଭାରତୀ ଅଭିଲେଖାଗାର, ନୂଆଦିଲ୍ଲୀ ଦ୍ୱାରା ପ୍ରସ୍ତୁତ ଉପେନ୍ଦ୍ର ଭଞ୍ଜ କୃତ “”ବୈଦେହୀଶ ବିଳାସ” ର ସାଙ୍ଗୀତିକ ସିଡି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ରଖିଥିଲେ ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ।
ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୨୭ ତାରିଖ, ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆକାଶବାଣୀ କଟକ କେନ୍ଦ୍ର ଆନୁକୂଲ୍ୟରେ ଉପେନ୍ଦ୍ର
ଭଞ୍ଜ କୃତ “”ବୈଦେହୀଶ ବିଳାସ” ଏବଂ ସ୍ୱନାମଧନ୍ୟ ଗାୟକ ଅକ୍ଷୟ ମହାନ୍ତିଙ୍କ ୩୫ଟି ରେଡ଼ିଓ ଗୀତକୁ ନେଇ ପ୍ରସ୍ତୁତ ସିଡି ଉନ୍ମୋଚନ ଉତ୍ସବ ଅନୁÂିତ ହୋଇଯାଇଛି । ନୂଆଦିଲ୍ଲୀ ସ୍ଥିତ ଆକାଶବାଣୀ ମହାନିଦେ୍ର୍ଧଶାଳୟର ମହାନିଦେ୍ର୍ଧଶକ ଫୟାଜ୍ ଶହରିଅର୍ ଏଭଳି ସିଡ଼ି ଅତୀତ ସହ ବˆÿର୍ମାନକୁ ସଂଯୁକ୍ତ କରି ଉˆÿର ପୀଢ଼ିଙ୍କ ଭିତରେ ମହାନ୍ କବି ଉପେନ୍ଦ୍ର ଭଞ୍ଜ ଏବଂ ପ୍ରତିଭାଧର ସଂଗୀତଜ୍ଞ, ଗାୟକ ତଥା ଲେଖକ ଅକ୍ଷୟ ମହାନ୍ତିଙ୍କ ପାଇଁ ଆଗ୍ରହ ବୃଦ୍ଧି କରିବ ବୋଲି ଆଶା ପ୍ରକଟ କରିବା ସହ ନିଜର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିବା ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପଣ୍ଡା ଅକ୍ଷୟ ମହାନ୍ତିଙ୍କ ନିର୍ବାଚିତ
ରେଡ଼ିଓ ଗୀତଗୁଡ଼ିକୁ ନେଇ ପ୍ରସ୍ତୁତ ସିଡି “ପୁଣ୍ୟର ନଦୀ ତୀରେ….’ ଲୋକାର୍ପଣ କରିବା ଅବସରରେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଅସାଧାରଣ ପ୍ରତିଭା ଏବଂ ଓଡ଼ିଆ ସଂଗୀତରେ ତାଙ୍କର ପରୀକ୍ଷା-ନିରୀକ୍ଷା ସଂପର୍କରେ ସୂଚନା ଦେଇ ଅକ୍ଷୟ ମହାନ୍ତିଙ୍କ ବିରଳ ରେଡ଼ିଓ ଗୀତଗୁଡ଼ିକର ସିଡି “ଅକ୍ଷୟ’ ସଂଗୀତପ୍ରେମୀ ଶ୍ରୋତାଙ୍କ ବହୁଦିନର ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କ ହୃଦୟରେ ଅକ୍ଷୟ ମହାନ୍ତିଙ୍କୁ ଅମଳିନ କରି ରଖିବ ବୋଲି ଆଶାବ୍ୟକ୍ତ କରିଥିଲେ । ପ୍ରସାର
ଭାରତୀର ଏହିଭଳି ଅନ୍ୟାନ୍ୟ ପ୍ରୟାସ ସଂପର୍କରେ ମଧ୍ୟ ଶ୍ରୀଯୁକ୍ତ ପଣ୍ଡା ସୂଚନା ଦେଇଥିଲେ ।

ଉତ୍ସବର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଉପରେ ଗବେଷଣା କରିଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବାଗ୍ମୀ ଡ. ପ୍ରଫୁଲ୍ଲ କୁମାର ଦାଶ । “ବୈଦେହୀଶ ବିଳାସ’ର ଭାବ, ଭାଷା ଆଉ ବୈଶିଷ୍ଟ୍ୟ ସଂପର୍କରେ ଡ. ଦାଶ ଉଲ୍ଲେଖ କରିବା ସହ ଏଭଳି ଏକ ମହାନ୍ କାବ୍ୟକୁ ଆକାଶବାଣୀ ଜନସାଧାରଣଙ୍କ ନିକଟକୁ ଆଣିବାରେ କରିଥିବା ପ୍ରୟାସକୁ ସାଧୁବାଦ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ “”ବୈଦେହୀଶ ବିଳାସ” ର ସାଙ୍ଗୀତିକ ରୂପାୟନରେ କଣ୍ଠଦାନ କରିଥିବା ତଥା କଣ୍ଠଶିଳ୍ପୀ ସଙ୍ଗୀତ ନିଦେ୍ର୍ଧଶନା ଦେଇଥିବା ସଙ୍ଗୀତଜ୍ଞ ଏବଂ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପନôୀ ପ୍ରବୀଣା ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉˆÿରୀୟ ପ୍ରଦାନ କରାଯାଇ ପ୍ରସାର ଭାରତୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । “”ବୈଦେହୀଶ ବିଳାସ” ରୁ ଏବଂ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତରୁ କେତେକ ଧାଡ଼ିକୁ ସଂଯୋଜିତ କରି ମକ୍ଟରେ ସିଡି ଉନ୍ମୋଚନ ସମାରୋହର ଉପସ୍ଥାପନା କରିଥିଲେ ଲୋକପ୍ରିୟ ଉପସ୍ଥାପକ ଡ. ମୃତୁ୍ୟଞ୍ଜୟ ରଥ ।

Share in top social networks!