ସରକାରୀ ଓ ଘରୋଇ ସହଭାଗିତାରେ ଜଳ ପରୀକ୍ଷଣ ପରୀକ୍ଷାଗାର ସ୍ଥାପନ ପାଇଁ ଚ&ୁକ୍ତିପତ୍ର ସ୍ୱାକ୍ଷରିତ

ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା(ପିଏଚ୍ଇଓ) ଏବଂ ସ୍ପେକେଫ&୍ରା ଆନାଲାଟିକାଲ ଲାବସ୍ ଲିମିଟେଡ୍, ନୂଆଦିଲ୍ଲୀ ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛିା ସରକାରୀ ଓ ଘରୋଇ ସହଭାଗିତାରେ ଜଳ ପରୀକ୍ଷଣ ପରୀକ୍ଷାଗାର ସ୍ଥାପନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପସ୍ଥିତିରେ ପ୍ୟାକେଜ୍-୧ ପାଇଁ ଶ୍ରୀ ପ୍ରମୋଦ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ-୨, ଭୁବନେଶ୍ୱର ଓ ପ୍ୟାକେଜ୍-୨ ପାଇଁ ସମ୍ବଲପୁର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ କୌସ୍ତୁଭ ଭୂଷଣ ଖୁଣ୍ଟିଆ ଏବଂ ସ୍ପେକେଫ&୍ରା ଆନାଲାଟିକାଲ ଲାବସ୍ ଲିମିଟେଡ୍ର ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଗୁପ୍ତା ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥ#ଲୋ
ସୂଚନାଯୋଗ୍ୟ ଯେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ରାଜ୍ୟ ସହରାଞ୍ଚଳ ଜଳଯୋଗାଣ ନୀତି-୨୦୧୩ ସଂପର୍କିତ ଅଧ#ସୂଚନା ଜାରି କରିଛନ୍ତିା ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ୨୦୧୫-୧୬ ଆଥ#ର୍କ ବର୍ଷରୁ ୧୨ ବର୍ଷ ମଧ୍ୟରେ ଏହି ନୀତିକୁ କାର୍ଯ୍ୟାନ୍ୱୟନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ଏହି ନୀତି ଅନୁଯାୟୀ ଓଡ଼ିଶା ରାଜ୍ୟରେ ଜଳର ଗୁଣାତ୍ମକ ମାନ ପରୀକ୍ଷଣ ନିମନ୍ତେ ପିଏଚ୍ଇଓ ଉନ୍ନତ ପରୀକ୍ଷାଗାର ପ୍ରତିଷ୍ଠା ଓ କାର୍ଯ୍ୟକ୍ଷମ କରିବା ନିମନ୍ତେ ଆଇନଗତ ପ୍ରାବଧାନ ରହିଛିା ଏହି କ୍ରମରେ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା, ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମାଧ୍ୟମରେ ରାଜ୍ୟସ୍ତରରେ ଭୁବନେଶ୍ୱରଠାରେ ଗୋଟିଏ ଓ ୮ଟି ପରୀକ୍ଷାଗାର ଜନସ୍ୱାସ୍ଥ୍ୟ ଡିଭିଜନ୍ ସ୍ତରରେ ଦୁଇଟି ପ୍ୟାକେଜ୍ରେ ୧୦ ବର୍ଷ ପାଇଁ ପୌରାଞ୍ଚଳରେ ସ୍ଥାପନ କରାଯିବା
ପ୍ୟାକେଜ୍-୧ରେ ରାଜ୍ୟସ୍ତରୀୟ ପରୀକ୍ଷାଗାର ଭୁବନେଶ୍ୱରଠାରେ ଏବଂ ୪ଟି ଡିଭିଜନ୍ସ୍ତରୀୟ ପରୀକ୍ଷାଗାର ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ପୁରୀଠାରେ ପ୍ରତିଷ୍ଠା କରାଯିବା ସେହିଭଳି ପ୍ୟାକେଜ୍-୨ରେ ଡିଭିଜନ୍ ସ୍ତରୀୟ ପରୀକ୍ଷାଗାର ବାଲେଶ୍ୱର, ବାରିପଦା, ରାଉରକେଲା ଓ ସମ୍ବଲପୁରଠାରେ ସ୍ଥାପିତ ହେବା ଟେଣ୍ଡର ପ୍ରକ୍ରିୟାରେ ସ୍ପେକେଫ&୍ରା ଆନାଲାଟିକାଲ ଲାବସ୍ ଲିମିଟେଡ୍, ନୂଆଦିଲ୍ଲୀକୁ ଚୟନ କରାଯାଇ ପ୍ୟାକେଜ୍-୧ ପାଇଁ ମୂଳଧନ ଓ ୧୦ ବର୍ଷର ରକ୍ଷଣାବେକ୍ଷଣ ମୂଲ୍ୟ ୪୫ କୋଟି ୪୬ ଲକ୍ଷ ୮୦ ହଜାର ଟଙ୍କା ଏବଂ ପ୍ୟାକେଜ୍-୨ରୁ ମୂଲ୍ୟ ୨୦ କୋଟି ୭୪ ଲକ୍ଷ ୪୫ ହଜାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛିା ଏହି ପରୀକ୍ଷାଗାରଗୁଡିକ ଏନ୍ଏବିଏଲ୍ ଅଧ#ସ୍ୱୀକୃତ ହେବା ସମସ୍ତ ପରୀକ୍ଷାଗାର ଜଳ ପରୀକ୍ଷାର ରିପୋର୍ଟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂସ୍ଥା(ପିଏଚ୍ଇଓ)କୁ ପ୍ରଦାନ କରିବୋ ପରୀକ୍ଷାଗାରଗୁଡିକ ଜଳର ୧୪ ପ୍ରକାର ପରୀକ୍ଷା କରି ଏହାର ଗୁଣାତ୍ମକ ମାନ ସଂପର୍କରେ ବିବରଣୀ ପ୍ରଦାନପୂର୍ବକ ଡାଟାବେସ୍ରେ ଲିପିବଦ୍ଧ କରିବୋ
ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶ୍ରୀ ଜି. ମାଥ#ଭାଥାନନ୍, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଶିଶିର କୁମାର ରଥ, ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଏସ୍. ଲକ୍ଷ୍ମୀପତି, ମୁଖ୍ୟ ଯନ୍ତ୍ରୀ ଶ୍ରୀ କ୍ଷିତୀଶ ଚନ୍ଦ୍ର ସାହୁ, ସ୍ପେକେଫ&୍ରା ଆନାଲାଟିକାଲ ଲାବସ୍ ଲିମିଟେଡ୍ର ଅଧ୍ୟକ୍ଷ ଶ୍ରୀ କୁଲଦୀପ୍ ଢିିଙ୍ଗରା ଓ ବିଭାଗୀୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!
Powered By Indic IME