ନବୀନ ଶାସନର ୧୭ ବର୍ଷ ହିସାବ ନ ଦେଇ ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି : ବିଜେପି

ବିଜେଡି ପ୍ରତିÂାର ୧୯ ବର୍ଷ ଓ ନବୀନ ଶାସନର ୧୭ ବର୍ଷ ପରିପ୍ରେକ୍ଷୀରେ ଓଡିଶା ମୁଖ୍ୟମନ୍ତ୍ରୀ ୧୭ ବର୍ଷରେ ଓଡିଶାବାସୀଙ୍କ ବିକାଶ ପାଇଁ କଣ କରିଛନ୍ତି ତାହାକୁ ହିସାବ ଦେବା ପରିବର୍ତେ ଓଡିଆ ଲୋକଙ୍କୁ ପୁଣି ସ୍ୱପ୍ନ ଆଉ ଆଶା ଦେଖାଇ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ତରଫରୁ ଅଭିଯୋଗ କରା ଯାଇଛି । ଦୁଇ ହଜାର ମସିହାରେ ପରିବର୍ତନର ମଙ୍ଗଧରି ବିଜେଡି ଓଡିଶାକୁ ପ୍ରଗତିର ରାସ୍ତାରେ ଶୀର୍ଷକୁ ନେଇଥିବା ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ଦୃଢ ସମାଲୋଚନା କରିଛି ବିଜେପି ।
ରାଜ୍ୟର ୭୦ ଭାଗ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ । ମାତ୍ର ଓଡିଶାର ମୋଟ ରୋଜଗାରରର ୧୫ ପ୍ରତିଶତ ଯୋଗଦାନ ହେଉଛି କୃଷି କ୍ଷେତ୍ରର । ଯଦି ୭୦ ପ୍ରତିଶତ ଲୋକଙ୍କର ଆର୍ଥିକ ପରିସ୍ଥିତି ଏତେ ଦୟନୀୟ ତାହେଲେ ରାଜ୍ୟର ଅଧିକାଂଶ ଅଧିବାସୀଙ୍କ ଜୀବନ କେତେ ଦୟନୀୟ ଏହା ତାର ସିଧା ସିଧା ପ୍ରମାଣ । ପଂଜାବର ଚାଷୀଙ୍କ ମାସିକ ରୋଜଗାର ୧୮ ହଜାର ଟଙ୍କା ହୋଇଥିବା ବେଳେ ଓଡିଆ ଚାଷୀଙ୍କ ୨ ହଜାର ରୋଜଗାରରେ ନବୀନ ପଟ୍ଟନାୟକ ଯଦି ଗର୍ବିତ ଏହା ଦୁଃଖଦ ବୋଲି କହିଛି ବିଜେପି ଅଭିଯୋଗ କରିଛି ।
ରାଜ୍ୟ ସରକାର ଜଳସେଚନର ବଡ ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟରେ ମୋଟ କୃଷି ଉପôାଦନର ୭୦ ଭାଗରୁ ଅଧିକ ଅଣ ଜଳସେଚିତ ଜମି ଅର୍ଥାତ ବର୍ଷା ଉପରେ ନିର୍ଭରଶୀଳ ଚାଷ ଜମିରୁ ହେଉଛି । ଜଳସେଚିତ ଅଂଚଳରୁ ଫସଲ ଅମଳ ମାତ୍ର ୨୯ ପ୍ରତିଶତ । ଜଳସେଚନ ସୁବିଧା ସଂପ୍ରସାରଣର ମିଥ୍ୟା ଦାବିକୁ ସରକାରୀ ଭାବେ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ତଥ୍ୟ ବିଜେଡି ଦାବିକୁ ମିଥ୍ୟା ପ୍ରମାଣିତ କରୁଛି ନା ନାହିଁ ବିଜେପି ପ୍ରଶ୍ନ କରିଛି । ରାଜ୍ୟରେ ସରକାରୀ ଭାବେ ୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିବାର ଉଲ୍ଲେଖ କରି ସରକାରଙ୍କର ପାରିବାପଣିଆକୁ ପ୍ରଶ୍ନ କରିଛି ବିଜେପି
ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଥିବା କାରଣରୁ ଓଡିଶାର ମୂଳ ସମ୍ବଳ ଗରୀବ ଓଡିଆ ପିଲାଙ୍କର ମେଧା ଶକ୍ତି ବ୍ୟର୍ଥ ଯାଉଛି ବୋଲି ଅଭିଯୋଗ ପତ୍ରରେ ଦର୍ଶା ଯାଇଛି । ଶିକ୍ଷକ ପଦବୀ ଖାଲି, ଲକ୍ଷେରୁ ଅଧିକ ଠିକା ଶିକ୍ଷକ, ୬୬ ପ୍ରତିଶତ ପ୍ରାଥମିକ ବିଦ୍ୟାଳୟରେ ନିୟମ ଅନୁସାରେ ୩୦ ଜଣ ଛାତ୍ର-ଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ନାହାନ୍ତି
ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଭୁଷୁଡି ପଡିଛି । ଡାକ୍ତରଖାନା ଡାକ୍ତର ଶୂନ୍ୟ । ୮୭ ପ୍ରତିଶତ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ୫୭ ପ୍ରତିଶତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି । ଡାକ୍ତରଖାନାର ଭିତିଭୂମିରେ ଘୋର ସମସ୍ୟା ରହିଛି । ୧୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ ।

୧୭୮ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଇପ ପାଣି ସଂଯୋଗ ନାହିଁ । ଆଇପିଏଚଏସ ନିୟମ ଅନୁସାରେ ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ଓ ୨୪ ଘଂଟିଆ ପାଣି ସୁବିଧା ରହିବା ଆବଶ୍ୟକ ।
ବେତ ଖଟିଆରେ ରୋଗୀ ବୁହା ହେଉଛନ୍ତି । ରାସ୍ତାରେ ଅଟୋରେ ପ୍ରସୁତି ମହିଳାମାନେ ପ୍ରସବ କରୁଛନ୍ତି । ଏହା ଠାରୁ ସମ୍ବେଦନହୀନତା କଣ ହୋଇ ପାରେ । ରାଜ୍ୟରେ ୪୦ ପ୍ରତିଶତ ପରିବାରରେ ବିଜୁଳି ପହଂଚି ନାହିଁ । ରାଜ୍ୟରେ ମାଗଣାରେ ବିଜୁଳି ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ୨୯ ଲକ୍ଷ ୭୮ ହଜାର ବିପିଏଲ ପରିବାରରେ ବିଜୁଳି ସଂଯୋଗ ପହଂଚି ପାରି ନାହିଁ ।
ଗ୍ରାମାଂଚଳରେ ମାତ୍ର ୨ ପ୍ରତିଶତ ଘରେ ପାଇପ ଯୋଗେ ପାନୀୟ ଜଳ ପହଂଚିଛି । ଖରା ଦିନ ଆରମ୍ଭ ହେବା ମାତ୍ରେ ମା- ଭଉଣୀ ମାନେ ଗାଁ ଦାଣ୍ଡରେ ହାଣ୍ଡି- ମାଠିଆ ଧରି ଠିଆ ଘଂଟା ଘଂଟା ଛିଡା ହେଉଛନ୍ତି । ୧୨,୪୪୨ ଗାଁ ଆଜି ବି ସବୁଦିନିଆ ରାସ୍ତା ସଂଯୋଗ ନାହିଁ ।
ରାଜ୍ୟରେ ଶିଳ୍ପାୟନର ବିଫଳତା ପାଇଁ ନିଯୁକ୍ତି ସୁଯୋଗ ପ୍ରଭାବିତ ହୋଇଛି । ୧୫ ବର୍ଷରେ ମୋଟ ୨୧ଟି ମଧ୍ୟମ ଶିଳ୍ପ ପ୍ରତିÂିତ ହୋଇଥିବା ବେଳେ ତିନୋଟି ବନ୍ଦ ହୋଇ ମାତ୍ର ୧୮ଟି ଚାଲୁଥିବା ସରକାର ମାନିଛନ୍ତି । ଏହାକୁ ନେଇ ଦୋଷ କାହା ମୁଣ୍ଡକୁ ଯିବ ବୋଲି ପ୍ରଶ୍ନ କରିଛି ବିଜେପି ।
ପକ୍କା ଘର ଯୋଗାଇବା ମାମଲାରେ ମୁଖ୍ୟମନ୍ତ୍ରୀ ବାରମ୍ବାର ମିଛ କହି ଆସୁଛନ୍ତି । ମୋଦି ଶାସନଭାର ନେବା ପରେ ପ୍ରତି ପକ୍କା ଘରର ମୂଲ୍ୟ ଏକ ଲକ୍ଷ ୨୦ ହଜାରରୁ ଏକ ଲକ୍ଷ ୩୦ ହଜାର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ୧୯୯୪-୯୫ରୁ ମସିହା ପର ଠାରୁ ୨୨ ହଜାର ଟଙ୍କା ରେ ନେଇଥିବା ଘରକୁ ମିଶାଇ ଗତ ୨୦ ବର୍ଷରେ ମୋଟ ଦଶ ଲକ୍ଷ ଘର ଦିଆ ଯାଇଥିବା ବେଳେ ଦୁଇ ବର୍ଷରେ ଦଶ ଲକ୍ଷ ଘର ଦିଆ ଯାଇଥିବାର ମିଛ ଡିଣ୍ଡିମ ପିଟୁଛନ୍ତି ବୋଲି ବିଜେପି କହିଛି ।
ଦାନ ମାଝୀ କାନ୍ଧରେ ପତ୍ନୀର ଶରୀର, ନଗଡାର ଶିଶୁ ମଡକ, ଗୁମୁଡୁମାହାର ଦଳିତ ଆଦିବାସୀ ହତ୍ୟା, ନବୀନ ନିବାସ ସାମନାରେ ନିଲମ୍ବିତ ଗୃହରକ୍ଷୀ ସନ୍ଦୀପ ହାତୀଙ୍କ ଆତ୍ମାହୁତି ଓ ମାଲକାନଗିରିରେ ଜାପାନୀ ଜ୍ୱରରେ ଥମୁ ନ ଥିବା ଶିଶୁ ମୃତ୍ୟୁ କେବଳ ପ୍ରତୀକାତ୍ମକ ନୁହେିଁ ରାଜ୍ୟର ପ୍ରକୃତ ଚିତ୍ର ବୋଲି ବିଜେପି ତରଫରୁ ଅଭିଯୋଗ କରାଯାଇଛି ।
ମା-ଭଉଣୀଙ୍କ ସମର୍ଥନରେ ନବୀନ ପଟ୍ଟନାୟକ ଶାସନକୁ ଆସିଛନ୍ତି । ମାତ୍ର ମେୟର ଅନନ୍ତ ଜେନାଙ୍କ ଛାତ୍ର ହତ୍ୟା ପଛରେ ଯୌନ କେଳେଙ୍କାରୀର ପ୍ରମାଣ ଥିବା ବେଳେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି ବସିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି ।
ମା’ ମାଟି ମଣିଷର କଥା କହୁଥିବା ମଖ୍ୟମନ୍ତ୍ରୀ ମା’ ଭଉଣୀଙ୍କ ଉପରେ ହେଉଥିବା ନିର୍ଯାତନା ରେଫ୍ ଓ ମର୍ଡର ରାଜ୍ୟରେ ବଢିଚାଳିଛି । ଶିଶୁଭବନରେ ଶିଶୁ ମଡକ କଥା କହନ୍ତୁ କି ନଗଡାରେ ମରିଥିବା ଶିଶୁ କଥା, ଜାପାନି ଜ୍ଜରରେ ମରିଥିବା ଶିଶୁଙ୍କ ପ୍ରାଣହାନି ଘଟଣା କ’ଣ ମମତାମୟୀ ମା’ର କୋଳକୁ ଶୂନ୍ୟ କରିନି କି? ବାସ୍ତବରେ କଣ ମା’ର ଛବି ମା’ପ୍ରତି ଓଡିଶାର ସମ୍ମାନ ଅଛି କି? ମା’ ମାଟି କୁ ଭଲ ପାଉଥିବା ମୁଖ୍ୟମନ୍ତ୍ରୀ ଶାସନ ସମୟରେ ରାଜ୍ୟର ମା’ ମାଟି ଗରୀବ ଶ୍ରମିକ କୃଷକ ଯୁବକ ଶୋଷଣର ଶିକାର କାହିଁକି ? ଏହା କଣ ମା’ ମାଟି ପାଇଁ ସମ୍ମାନ । ମାଟିର ଭାଷା ଜାଣିବା ପାଇଁ ୧୭ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁନାହାନ୍ତି କାହିଁକି ? ବୋଲି ବିଜେପି ରାଜ୍ୟ ସଭାପତି ପ୍ରଶ୍ନ କରିଛନ୍ତି ।

Share in top social networks!