ଖରିଫ ଧାନସଂଗ୍ରହ ସଂପର୍କିତ ସମୀକ୍ଷା ; ୨୧ଟି ଜିଲ୍ଲାର ଚାଷୀଙ୍କଠାରୁ ୮,୧୬, ୭୯୪ ମେଟି୍ରକ୍ ଟନ୍ ଧାନ ସଂଗ୍ରହ କରାଯାଇଛି: ମନ୍ତ୍ରୀ ଶ୍ରୀ ଦାସବର୍ମା

ରାଜ୍ୟରେ ୨୧ଟି ଜିଲ୍ଲାରେ ସୁବ୍ୟବସ୍ଥିତ ଭାବରେ ଖରିଫ ଧାନସଂଗ୍ରହ କରାଯାଉଛିା ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ଧାନ ନିଜସ୍ୱ ଉପଯୋଗ ପାଇଁ ରଖ#ବା ପରେ ବଳକା ଧାନକୁ ରଜା୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରିଥାନ୍ତିା କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଭାଇମାନଙ୍କର ବଳକା ଧାନକୁ କ୍ରୟ କରାଯାଇଥାଏା
ଏହି ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ବିଭିନ୍ନ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରିସାରିଛନ୍ତିା ଚାଷୀମାନଙ୍କ ନାମ ପଞ୍ଜିକରଣଠାରୁ ଆରମ୍ଭ କରି ଧାନସଂଗ୍ରହ, ମାନ ନିର୍ଦ୍ଧାରଣ, ଭୂଲେଖ ସହିତ ସଂଯୋଗୀକରଣ ଓ ଅନ୍ଲାଇନ୍ରେ ଧାନର ମୂଲ୍ୟ ପ୍ରଦାନ ଆଦି ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ଭାବରେ କରାଯାଇଛିା
ଆଜି ସଚିବାଳୟଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସ ବର୍ମା ଏ ସମ୍ବନ୍ଧରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଥ#ଲୋ ସମୀକ୍ଷା ପରେ ମନ୍ତ୍ରୀ ଶ୍ରୀ ଦାସ ବର୍ମା କହିଛନ୍ତି ଯେ ସମଗ୍ର ରାଜ୍ୟରେ ୯ ଲକ୍ଷ ୧୬ ହଜାର ୪୪୯ ଜଣ ଚାଷୀ ବଳକା ଧାନ ବିକି୍ର କରିବା ପାଇଁ ପଞ୍ଜିକରଣ କରିଛନ୍ତିା ୮୫ ହଜାର ୫୧୮ ଜଣ ଭାଗଚାଷୀ ମଧ୍ୟ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତିା ଅନୁଗୋଳ, ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଝାରସୁଗୁଡା, କଳାହାଣ୍ଡି, କେଉଁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ ଆଦି ୨୧ଟି ଜିଲ୍ଲାର ୧ ଲକ୍ଷ ୨୬ ହଜାର ୪୬୫ ଜଣ ଚାଷୀଙ୍କଠାରୁ ୮ ଲକ୍ଷ ୧୬ ହଜାର ୭୯୪ ମେଟି୍ରକ୍ ଟନ୍ ଧାନ ସଂଗ୍ରହ କରାଯାଇଛିା ଏହି ଧାନର ସର୍ବମୋଟ ମୂଲ୍ୟ ୧୨୦୪.୭୬୨ କୋଟି ଟଙ୍କାା ସେଥ# ମଧ୍ୟରୁ ୧୧୭୦.୯୭୭ କୋଟି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅନ୍ଲାଇନ୍ରେ ପ୍ରଦାନ କରାଯାଇଛିା ଏହି ଧାନ ସଂଗ୍ରହ କାର୍ଯ୍ୟ ଯୋଗାଣ ନିଗମ, ମାର୍କଫେଡ୍, ଟିଡିସିସି ମାଧ୍ୟମରେ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ବର୍ମା ପ୍ରକାଶ କରିଛନ୍ତିା ଚଳିତ ବର୍ଷ ଖରିଫ୍ ଧାନସଂଗ୍ରହ ପ୍ର୍ରକି୍ରୟାକୁ ସୁବ୍ୟବସ୍ଥିତ କରିବା ସହିତ ଚାଷୀଭାଇମାନେ ଯେଭଳି ପ୍ରାପ୍ୟ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥ#ପାଇଁ ଯୋଗାଣ ବିଭାଗ ଓ ସମବାୟ ବିଭାଗ ସମନ୍ୱୟ ରଖ# କାର୍ଯ୍ୟ କରିବା ଉପରେ ମନ୍ତ୍ରୀ ଶ୍ରୀ ଦାସବର୍ମା ଗୁରୁତ୍ୱ ଆରୋପ କରିଛନ୍ତିା
ଏହି ବୈଠକର ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ନାୟକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତୁଷାର କାନ୍ତ ପଣ୍ଡା, ସମବାୟ ସମିତିର ନିବନ୍ଧକ ଡ. ଏସ୍. ବି. ପାଢୀଙ୍କ ସମେତ ବହୁ ବରିଷ୍ଠ ଅଧ#କାରୀ ଉପସ୍ଥିତ ଥ#ଲୋ

Share in top social networks!