ରାଉରକେଲା ଉପକଣ୍ଠରେ ବ୍ରାହ୍ମଣୀ ସେତୁ ହେବ ୮ ଲେନ୍ ବିଶିଷ୍ଟ : ଧର୍ମେନ୍ଦ୍ର ପ୍ରଧାନ

gadkariରାଉରକେଲା ଠାରେ ବ୍ରାହ୍ମଣୀ ନଦୀ ଉପରେ ୨ ଲେନ୍ ବିଶିଷ୍ଟ ପୁରୁଣା ସେତୁର ଆବଶ୍ୟକୀୟ ମରାମତି ସହ ପୂର୍ବରୁ ଘୋଷଣା ହୋଇଥିବା ଅଧିକ ନୂଆ ୨ ଲେନ୍ ସହ ମୋଟରେ ୬ ଲେନ୍ ର ନୂଆ ସେତୁ ନିର୍ମାଣ କରାଯିବ ବୋଲି କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜମାର୍ଗ ବିଭାଗ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେବା ପରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ରାଉରକେଲା ଉପକଣ୍ଠରେ ବ୍ରାହ୍ମଣୀ ନଦୀ ଉପରେ ୫୦ ବର୍ଷର ପୁରୁଣା ୨ ଲେନ୍ ସେତୁକୁ କେନ୍ଦ୍ରୀୟ ସହାୟତାରେ ମରାମତି କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗକୁ ଦିଆଯାଇଛି । ବୀରମିତ୍ରପୁରରୁ ବାରକୋଟ୍ ପର୍ଯ୍ୟନ୍ତ ୨ ପ୍ୟାକେଜ୍ ର ଜାତୀୟ ରାଜପଥ ନିର୍ମାଣରେ ବୈଷୟିକ କାରଣରୁ ବିଳମ୍ବ
ହୋଇଥିଲା । ରାଜ୍ୟରେ ଘୋଷିତ ହୋଇଥିବା ସଡକ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ଗଡକରୀଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଥିବା ପ୍ରକାଶ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ସେତୁ ନିର୍ମାଣର ବିଳମ୍ବ କାରଣରୁ ଅଧିକ ଲାଭ ମିଳିଲା । ଆଜିର ସମୀକ୍ଷା ବୈଠକରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି ଯେ ବ୍ରାହ୍ମଣୀ ନଦୀ ଉପରେ ଯିବା ଆସିବା ପାଇଁ ୪-୪ ମୋଟରେ ୮ ଲେନ୍ ସେତୁ ନିର୍ମିତ ହେବ । କ୍ରମବର୍ଦ୍ଧିଷ୍ଣୁ ଜନ ସଂଖ୍ୟା , ଶିଳ୍ପାୟନ ଓ ରାଉରକେଲାର ମହତ୍ୱକୁ ଧ୍ୟାନରେ ରଖି
ଶ୍ରୀ ଗଡକରୀ ଏହି ନିଷ୍ପତି ନେଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ଘୋଷିତ ହୋଇଥିବା ଅନ୍ୟାନ୍ୟ ରାଜମାର୍ଗ ସହ ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ର ପୂର୍ଣ୍ଣାଙ୍ଗ ସ୍ୱରୂପ ଉପରେ ଆଲୋଚନା କରାଗଲା । ବିଶେଷ ଭାବରେ କୋଷ୍ଟାଲ ହାଇୱେର ପୂର୍ଣ୍ଣାଙ୍ଗ ରୂପରେଖ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଏହି ସମୀକ୍ଷା ବୈଠକରେ ସ୍ଥିର ହେଲା ବୋଲି ଶ୍ରୀ ପ୍ରଧାନ
କହିଛନ୍ତି । ରାଜ୍ୟର ରାସ୍ତା ଭିତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ମଧ୍ୟ ଉପସ୍ଥ୍ିତ ଥିଲେ

Share in top social networks!