ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ – ଉଦ୍ ଘାଟନୀ ଉତ୍ସବ

gkcm2ଆନ୍ତର୍ଜାଜୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଏକ ଅନନ୍ୟ ଘଟଣା । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହାୟତାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ଉଦ୍ ଘାଟନୀ ଉତ୍ସବ ରବିନ୍ଦ୍ର ମଣ୍ଡପଠାରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଅଛି ।

ପ୍ରଥମ ଦିନର ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଅପରାହନ୍ନ ୪.୩୦ ମିନିଟରୁ । ଏଥିରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ଶିଳ୍ପୀମାନେ ହେଲେ ଖଇରାଗଡ଼ ଇନ୍ଦ୍ର କଳା ସଙ୍ଗୀତ ବିଶ୍ବବିଦ୍ୟାଳୟର କଳାକାର, ସଙ୍ଘମିତ୍ରା ପରିଡ଼ା, ମଲିନା ସିଂହ, ଏଲୋରା ମହାନ୍ତି, ଅରୁଣି କୁମାର ପଟ୍ଟନାୟକ ଓ ଅନୁବ୍ରତ୍ତ ଅତୁଳିତ ପଟ୍ଟନାୟକ, ରଞ୍ଜାବଳୀ ଦେ ଏବଂ ପଔଶାଳୀ ମୁଖାର୍ଜୀ ।

ସଂଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ଓଡ଼ିଶୀ ନୃତ୍ୟାଙ୍ଗନାମାନେ ହେଲେ ମିନାକ୍ଷୀ ବେହେରା, ବିନୋଦ କେଭିନ୍ ବଚ୍ଚନ୍, ମଧୁସ୍ମିତା ମହାନ୍ତି, ସନ୍ତୋଷ ରାମ ଓ ସମିର କୁମାର ପାଣିଗ୍ରାହୀ, ପ୍ରାଚୀ ହୋତା, ସସ୍ମିତା ମହାନ୍ତି, ଭିରାଗ ରେକା, କେ ଧନୁସ ଓ ଇପ୍ସିତା ସାହୁ, ଦିପ୍ସୀ ପଟ୍ଟନାୟକ, ବନ୍ଦିତା ଘୋଷାଲ ଏବଂ ଓଡ଼ିଶୀ ଭିଜନ ମୁଭମେଣ୍ଟର କଳାକାରମାନଙ୍କର ପରିବେଷଣ ବେଶ୍ ଉଚ୍ଚକୋଟୀର ଥିଲା ଯାହାକି ଦର୍ଶକମାନଙ୍କୁ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

ଉଦ୍ ଘାଟନି ଉତ୍ସବର ଅତିଥି ଥିଲେ ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ପଟ୍ଟନାୟକ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇଂ ଶ୍ରୀନୀବାସ ଘଟୁଆରୀ ।

Share in top social networks!