ରିଷି ହତ୍ୟାକୁ ଅପମୃତ୍ୟୁର ରୂପ ଦେଇ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବାର ଷଡଯନ୍ତ୍ର କରୁଛି ପୋଲିସ : ବିଜେପି

bjponmayorଇଂଜିନିୟରିଂ ଛାତ୍ର ରିଷି ମହାନ୍ତିଙ୍କ ମୃତ୍ୟୁ ଡ୍ରଗ୍ସ ଓ ମଦ୍ୟର ଅତ୍ୟଧିକ ସେବନ କାରଣରୁ ହୋଇଥିବା କମିଶନରେଟ ପୋଲିସ ଭିସେରା ରିପୋର୍ଟ ଆଧାରରେ ରିପୋର୍ଟ ପ୍ରସ୍ତୁତ କରିଥିବା ଗଣମାଧ୍ୟମରେ ପ୍ରସାରିତ ହେଉଛି । ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ରିଷି ମହାନ୍ତି ଡ୍ରଗସ, ମଦର ଅତ୍ୟଧିକ ସେବନ କାରଣରୁ ନା ଏକ ଷଡଯନ୍ତ୍ରର ଅଙ୍ଗ ରୂପେ ମଦ ଓ ଡ୍ରଗ୍ସକୁ ଅତ୍ୟଧିକ ଖୁଆଇ ହତ୍ୟା କରାଯାଇଛି ତାହା ଉପରେ ସନେ୍ଦହ ପ୍ରକଟ କରିଛି ବିଜେପି । ରିଷି ମୃତ୍ୟୁକୁ ଅପ ମୃତ୍ୟୁର ରୂପ ଦେଇ ଭିସେରା ରିପୋର୍ଟ ଆସିବା ପୂର୍ବରୁ କମିଶନରେଟ ପୋଲିସ ତଦନ୍ତକୁ ବନ୍ଦ କରି ଦେଇଥିଲା । ମେୟର ଯୌନ କେଳେଙ୍କାରୀର ଭିଡିଓ ଗଣମାଧ୍ୟମରେ ସାର୍ବଜନୀନ ହେବା ପରେ ପୁଣି ରିଷି ହତ୍ୟା ଫାଇଲ କମିଶନରେଟ ପୋଲିସ ଖୋଲିବାକୁ ବାଧ୍ୟ ହୋଇଛି । ପ୍ରଥମେ ମାମଲାକୁ ଚାପିଦେବା ଓ ଏବେ ଭିସେରା ରିପୋର୍ଟ ଆଧାରରେ ତଦନ୍ତକୁ ବାଟବଣା କରିବାକୁ କମିଶନରେଟ ପୋଲିସ ବିଧିବଦ୍ଧ ଯୋଜନା କରିଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଡ୍ରଗ୍ସ ବେପାରୀ ଶେଖ ମମତାଜ କୁଆଡେ ଗଲା ? ରିଷିର ମୃତ୍ୟୁ ପରେ ପୋଲିସକୁ ହସ୍ତାନ୍ତର କରାଯାଇଥିବା ସତ୍ୱେ ପୋଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ନେବା ପରିବର୍ତେ କାହିଁକି ଛାଡି ଦେଇଥିଲା ବୋଲି ଶ୍ରୀ ମହାନ୍ତ ପ୍ରଶ୍ନ କରିଛନ୍ତି ।
ମେୟରଙ୍କ ଯୌନ କେଳେଙ୍କାରୀର ଭିଡିଓ ସହ ରିଷି ହତ୍ୟା କାଣ୍ଡର ସମ୍ପର୍କ , ମୃତ୍ୟୁର ଅଳ୍ପ ଦିନ ପୂର୍ବରୁ ଫେସବୁକରେ ନିଜ ଜୀବନ ପ୍ରତି ଥିବା ବିପଦ, ଜଣେ ରାଜନେତା ଓ ମହିଳାଙ୍କ ଉପରେ ତାଙ୍କର କ୍ଷୋଭର ଟିପ୍ପଣୀ, ଯୌନ କେଳେଙ୍କାରୀର ଭିଡିଓ ପ୍ରଘଟ ହେବା ପରେ ରିଷିଙ୍କ ଘନିÂ ବନ୍ଧୁ ମାନଙ୍କର ଭିନ୍ନ ଭିନ୍ନ ବୟାନ, ଯୌନ କେଳେଙ୍କାରୀର ଭିଡିଓ ସହ ରିଷିଙ୍କ ହତ୍ୟାକାଣ୍ଡର ସିଧା ସିଧା ସମ୍ପର୍କର ତଥ୍ୟ ହାଟରେ ପଡି ଦାଣ୍ଡରେ ଗଡୁଛି । ରିଷିଙ୍କ ମୋବାଇଲର କଲ ରେକର୍ଡ, ମୋବାଇଲ ସେଟ ଓ ଲାପଟପ ପ୍ରଭୃତି ତଦନ୍ତର ପରିସରଭୁକ୍ତ ନ ହେବା ଚିନ୍ତାର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମେୟର, ମୁଖ୍ୟମନ୍ତ୍ରୀଙ୍କ ଘନିÂ । ବିଜେଡି ସଭାପତିଙ୍କ ଟିମର ମେୟର ଅନନ୍ତ ନାରାୟଣ ଜେନା ଦଳ ପାଇଁ ଅଧିକୃତ ଦସ୍ତଖତକାରୀ । ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ କମିଶନରେଟ ପୋଲିସ ରିଷିଙ୍କ ମୃତ୍ୟୁ ହତ୍ୟାକାଣ୍ଡ ନୁହେଁ ଅପମୃତ୍ୟ ୁ ଭାବେ ପ୍ରମାଣିତ କରିବାକୁ ଯୋଜନାବଦ୍ଧ ଭାବେ ପ୍ରୟାସ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୃତ ଛାତ୍ରଙ୍କୁ ନ୍ୟାୟ, ଯୌନ କେଳେଙ୍କାରୀର ଭିଡିଓର ପର୍ଦାଫାସ, ଯୌନ କେଳେଙ୍କାରୀ ସହ ହତ୍ୟାର ସମ୍ପର୍କ, ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ପୋଲିସ ଅଭିଯୁକ୍ତଙ୍କୁ ଘଂଟ ଘୋଡାଇବା ପ୍ରସଙ୍ଗ ଆହୁରି ତୀବ୍ରତାର ସହ ବିଜେପି ଜନ ଆନେ୍ଦାଳନ ରାସ୍ତାକୁ ଯିବ ବୋଲି ଶ୍ରୀ ମହାନ୍ତି ଘୋଷଣା କରା ଯାଇଛି ।
ଆଜି ସଂଧ୍ୟାରେ ଛାତ୍ର ହତ୍ୟା ପଛରେ ଯୈ÷ାନକେଳେଙ୍କାରୀ, ରିଷି ମହାନ୍ତି ପରିବାରକୁ ନ୍ୟାୟ ପ୍ରଦାନ ଓ ନବୀନ ପଟ୍ଟନାୟକଙ୍କ ଅନ୍ଧାରୀ ଶାସନ ବିରୁଦ୍ଧରେ ବିଜେପି ମହିଳା ମୋର୍ଚାର ସଦସ୍ୟମାନେ କ୍ୟାଣ୍ଡେଲ ଲାଇଟ ଶୋଭାଯାତ୍ରା କରିବେ ବୋଲି ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆ ଘୋଷଣା କରିଛନ୍ତି । ମେୟର ନିଜ ପଦବୀରୁ ନହଟିବା ଯାଏଁ ପାର୍ଟି ପ୍ରତ୍ୟେକ ଦିନ ଆନେ୍ଦାଳନ କରିବ ବୋଲି ଶ୍ରୀ ଖୁଂଟିଆ ସୁଚନା ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

Share in top social networks!