ଦ୍ୱିତୀୟ ଟି୨୦ ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ୍ ପାଇଁ ଭାରତୀୟ ଦଳରେ ଓଡ଼ିଶାରୁ ଦୁଇ ଖେଳାଳୀ

blinddଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ସଂଘ (ସିଏବିଆଇ) ୨୦୧୭ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ କ୍ରିକେଟ୍ ପାଇଁ ଭାରତୀୟ ଦଳର ଚୂଡ଼ାନ୍ତ ଖେଳାଳି ତାଲିକା ଘୋଷଣା କରିଛି । ଏହି ଟିମ୍ରେ ଓଡ଼ିଶାର ଦୁଇ ଜଣ ଖେଳାଳି ଶ୍ରୀ ସୁଖ୍ରାମ ମାଝୀ ଏବଂ ମହମ୍ମଦ ଜାଫର୍ ଇକ୍ବାଲ୍ ସ୍ଥାନ ପାଇଛନ୍ତି । ଏହି ସଫଳତା ପାଇଁ ଦୃଷ୍ଟିହୀନ କ୍ରିକେଟ୍ ଆସୋସିଏସନ, ଓଡ଼ିଶା (ସିଏଭିଆଇ) ତରଫରୁ ଦୁଇ ଖେଳାଳିଙ୍କ ସମେତ ୨୦୦୦ ମସିହାରୁ ଓଡ଼ିଶାରେ ଦୃଷ୍ଟିହୀନ ଖେଳାଳିଙ୍କ ପାଇଁ ରାଜ୍ୟ କୋଚ୍ ରହି ଆସିଥିବା ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଆଜି ସିଏଭିଆଇ ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କ୍ରିକେଟ୍ ସଂଗଠନ ସିଏବିଆଇ ର ସମରଥାନମ୍ ଟ୍ରଷ୍ଟ ଫର୍ ଦି ଡିଜାବଲ୍ଡ୍ର ସଦସ୍ୟମାନେ ଉପସ୍ଥିତ ଥିଲେ । କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିÂାତା ନିଦେ୍ର୍ଧଶକ ଶ୍ରୀ ଅଚୁ୍ୟତ ସାମନ୍ତ, ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘର ସାଧାରଣ ସମ୍ପାଦକ ଶ୍ରୀ ସନ୍ନ୍ୟାସ କୁମାର ବେହେରା ଏବଂ ଓଡ଼ିଶା ଦାୟିତ୍ୱରେ ଥିବା ଦ୍ୱିତୀୟ ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍-୨୦୧୭ର ଆୟୋଜନ କମିଟି ସଦସ୍ୟ ଶ୍ରୀ ନିତୀନ ନାୟକ ଉତ୍ସବରେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ସିଏବିଆଇ ବୋଡର଼୍ର ନୀତି ନିର୍ଦ୍ଧାରକ ଏବଂ ଦ୍ୱିତୀୟ ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍-୨୦୧୭ ଆୟୋଜନ କମିଟିର ସଦସ୍ୟ ଶ୍ରୀ ଏମ୍ ଜେ ଶ୍ରୀକାନ୍ତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘୨୦୧୭ରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ଦୁଇ ଜଣ ପ୍ରତିଭାବାନ୍ ଓଡ଼ିଆ ଖେଳାଳି ସ୍ଥାନ ପାଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ବାସ୍ତବ ଲକ୍ଷ୍ୟ ହାସଲ ସକାଶେ ପ୍ରବଳ ଇଚ୍ଛାଶକ୍ତି ଥିଲେ କୌଣସି ବାଧା ଆମକୁ ରୋକି କରିପାରିବ ନାହିଁ, ଏପରିକି ଭିନ୍ନକ୍ଷମତା ବି ନୁହେଁ । ମୁଁ ବିଶ୍ୱକପ୍ରେ ସେମାନଙ୍କ ସମସ୍ତ ସଫଳତା କାମନା କରୁଛି । ସମ୍ମିଳିତ ସମାଜରେ ଭିନ୍ନକ୍ଷମମାନଙ୍କୁ ସହାୟତା ଦେବା ଆମର କର୍ତ୍ତବ୍ୟ, ଆଗାମୀ ଟି-୨୦ ବିଶ୍ୱକପ୍ ଦୃଷ୍ଟିହୀନ କ୍ରିକେଟ୍ ପାଇଁ ସହାୟତା ଯୋଗାଇ ଦେବା ଆମ ପାଇଁ ଏକ ବଡ଼ ସୁଯୋଗ ଆଣିଛି । ଏଥିପାଇଁ ଆଗେଇ ଆସି ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଁ ରାଜ୍ୟର ଲୋକମାନଙ୍କୁ ନିବେଦନ କରୁଛି । ଏହି ରାଜ୍ୟର କର୍ପୋରେଟ୍ କ୍ଷେତ୍ର ଉଦାରତାର ସହ ପାଣ୍ଠି ଯୋଗାଇଦେବା ପାଇଁ ଆଗକୁ ଆସିବ ବୋଲି ଆମେ ଆଶା କରୁଛୁ, ଏହି ଅନୁଦାନ ଏହି ପ୍ରତିଭାବାନ୍ ଖେଳାଳୀ ମାନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିବ ।’
ରାଜ୍ୟର ଦୁଇ ଖେଳାଳି ମନୋନୀତ ହୋଇଥିବା ପରିପ୍ରେକ୍ଷୀରେ ଦୃଷ୍ଟିହୀନ କ୍ରିକେଟ୍ ଆସୋସିଏସନ ଓଡ଼ିଶାର ସାଧାରଣ ସମ୍ପାଦକ ଶ୍ରୀ ସନ୍ନ୍ୟାସ କୁମାର ବେହେରା କହିଛନ୍ତି, ‘ଓଡ଼ିଶାର ଏହି ଦୁଇ ଖେଳାଳିଙ୍କ ପାଇଁ ଆମେ ଗର୍ବିତ ଏବଂ ଆଗାମୀ ଦ୍ୱିତୀୟ ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍-୨୦୧୭ରେ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ଆମେ ସେମାନଙ୍କୁ ଅଭିନନ୍ଦନ ଜଣାଉଛୁ । ଓଡ଼ିଶା ପାଇଁ ୨୦୦୩ ମସିହାରୁ ଖେଳି ଆସୁଥିବା ଜାଫର ଇକ୍ବାଲ୍ ୨୦୧୧ରୁ ଭାରତୀୟ ଦଳର ସଦସ୍ୟ ରହି ଆସିଛନ୍ତି । ସୁଖରାମ ମାଝୀ ନବାଗତ ଏବଂ ସେ ୨୦୧୬ ଫେବ୍ରୁଆରୀରେ ଅନୁÂିତ ଏସିଆ କପ୍ରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ । ଏହା ତାଙ୍କର ପ୍ରଥମ ବିଶ୍ୱକପ୍ ହେବ । ଦୃଷ୍ଟିହୀନ କ୍ରିକେଟର୍ଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ ତଥା ସ୍ୱାଧୀନ ଜୀବନ ଜୀଇଁବା ସକାଶେ ଏହା ଏକ ସୁବର୍ଣ୍ଣ ସୁଯୋଗ । ଅନ୍ୟ ସାଧାରଣ କ୍ରିକେଟର୍ଙ୍କ ଭଳି ସେମାନଙ୍କୁ ସମ୍ମାନ ଦେବା ଆମର ଦାୟିତ୍ୱ । ଆସନ୍ତା ଫେବୃଆରୀରେ ଭୁବନେଶ୍ୱର ହେବାକୁ ଥିବା ଭାରତ ବନାମ ନୁ୍ୟଜିଲାଣ୍ଡ ମ୍ୟାଚ ପାଇଁ ଆର୍ଥିକ ସହାୟତା ଏବଂ ସହଯୋଗ ପାଇଁ ଏଠାରେ ଉପସ୍ଥିତ ବ୍ୟକ୍ତିବିଶେଷ ମାନଙ୍କୁ ସାହାଯ୍ୟ କରିବାକୁ ମୁଁ ବିନମ୍ରତାର ସହ ଅନୁରୋଧ କରୁଛି ।’
ଓଡ଼ିଶାରେ ଦୃଷ୍ଟିହୀନ କ୍ରିକେଟର୍ ତଥା ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ଟିମ୍ ପାଇଁ ‘ସୁପରଷ୍ଟାର୍ କୋଚ୍’ ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଇ ଜାଫର ଇକ୍ବାଲ୍ କହିଛନ୍ତି, ‘କି୍ରକେଟ ଜଗତରେ ମୁଁ ଆଜି ଯେଉଁ ପରିଚୟ ପାଇଛି ସେଥିପାଇଁ ମୋର ଗୁରୁ ଶ୍ରୀ ପଟ୍ଟନାୟକ ସର୍ବଦା ମୋର ପଥପ୍ରଦର୍ଶକ ତଥା ଶୁଭେଚ୍ଛୁ ରହି ଆସିଛନ୍ତି । ସେ ୨୦୦୦ ମସିହାଠାରୁ ଆମର କୋଚ୍ ରହି ଆସିଛନ୍ତି ଏବଂ ସୁଖରାମ ମାଝୀ ଓ ପଙ୍କଜଙ୍କ ସହିତ ମୁଁ ଏହି ଆନ୍ତର୍ଜାତୀୟ କ୍ରିକେଟ୍ର ବର୍ଗରେ ସ୍ଥାନ ପାଇ ଥିବାରୁ ୩ ଜଣ ମୁଁ ବହୁତ ଖୁସି । ଜୋନାଲ୍ ଲିଗ୍ ମ୍ୟାଚ୍ରେ ଓଡ଼ିଶାକୁ ବିଜୟୀ କରାଇବା ଏବଂ ଜାତୀୟ ସେମିଫାଇନାଲ୍ରେ ପହଞ୍ଚାଇବା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଛି ।’

ଭାରତୀୟ ଦଳରେ ସ୍ଥାନ ପାଇବା ଅବସରରେ ଜାଫର ଇକ୍ବାଲ୍ କହିଛନ୍ତି, ‘ଜାତୀୟ ଦଳରେ ସ୍ଥାନ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । କିନ୍ତୁ ରାଜ୍ୟ ଏବଂ ସାମଗ୍ର ଦେଶରେ ଖେଳାଳିଙ୍କୁ ଦେଖି ମନ ଉଣା ହେଉଛି, ଆମେ କ୍ରିକେଟ୍ ଖେଳିବା ଏବଂ ଅଭ୍ୟାସ କରିବା ପାଇଁ ସମାନ ସୁବିଧା ଓ ସୁଯୋଗ ପାଉନାହୁଁ । ମୁଁ ଦେଶ ପାଇଁ ଖେଳିବାର ସୁଯୋଗ ପାଇଥିବାରୁ ଭାଗ୍ୟବାନ, କିନ୍ତୁ ଏହି ପରି ଅନେକ ପ୍ରତିଭାବାନ୍ ଖେଳାଳୀ ଅଛନ୍ତି ଯେଉଁମାନଙ୍କୁ ଉଚିତ ମାର୍ଗଦର୍ଶନର ଆବଶ୍ୟକତା ରହିଛିି । ମୁଁ ଗଣମାଧ୍ୟମ, କର୍ପୋରେଟ୍ ଜଗତ ଏବଂ ରାଜ୍ୟ ସରକାରଙ୍କୁ ନିବେଦନ କରିବାକୁ ଚାହେଁ ଯେ, ଦୃଷ୍ଟିହୀନ ଖେଳାଳି ଓ ସାଧାରଣ ଖେଳାଳୀଙ୍କ ମଧ୍ୟରେ କୌଣସି ଭେଦଭାବ ନରଖି ସମସ୍ତଙ୍କୁ ଆର୍ଥିକ ସହାୟତା, ଉତ୍ତମ ଭିତ୍ତିଭୂମି ଓ ତାଲିମ ସୁଯୋଗ ଦେଇ ସମାନ ସୁବିଧା ସୁଯୋଗ ପ୍ରଦାନ କରନ୍ତୁ ।’

ସିଏବିଆଇର ସଭାପତି ଏବଂ ସମରଥାନମ୍ ଟ୍ରଷ୍ଟ ଫର୍ ଦି ଡିଜାବଲ୍ଡ୍ର ପ୍ରତିÂାତା ତଥା ଟ୍ରଷ୍ଟ ପରିଚାଳକ ଶ୍ରୀ ମହନ୍ତେଶ୍ ଏହି ଅବସରରେ କହିଛନ୍ତି, ଆମେ ଏହି ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣମେଣ୍ଟ ପାଇଁ ଅତ୍ୟନ୍ତ ଉତ୍ସାହିତ ଏବଂ ଆଜିର ଏହି ଭବ୍ୟ ସମାରୋହରେ ଏହାର ଘେଷଣା କରି ବେଶ୍ ଆନନ୍ଦ ଅନୁଭବ କରୁଛୁ । ଆମର ଖେଳାଳୀମାନେ ଏହି ଆନ୍ତର୍ଜାତୀୟ ସ୍ତରର ଟୁର୍ଣ୍ଣମେଣ୍ଟରେ ଦେଶ ପାଇଁ ଉତ୍ତମ ପ୍ରଦର୍ଶନ କରିବା ନିମନ୍ତେ ସେମାନଙ୍କୁ ଆମର ସହାୟତା ଏବଂ ଶୁଭେଚ୍ଛା ଆବଶ୍ୟକ । ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ୍ ଟୁର୍ଣ୍ଣମେଣ୍ଟ ପାଇଁ ଆମେ ଆପଣ ସମସ୍ତଙ୍କର ବ୍ୟକ୍ତିଗତ ତଥା ଆନୁÂାନିକ ସାହାଯ୍ୟ କାମନା କରୁଛୁ ।

ଦ୍ୱିତୀୟ ଟି-୨୦ ଦୃଷ୍ଟିହୀନ ବିଶ୍ୱକପ ଭାରତର ୧୦ଟି ସହରରେ ଯେପରିକି ଦିଲ୍ଲୀ, ଅହମଦାବାଦ, ଫରିଦାବାଦ, କୋଚି, ଇନେ୍ଦାର, ଭୁବନେଶ୍ୱର, ମୁମ୍ବାଇ, ଭାଇଜାଗ୍/ବିଜୟଓା୍ୱଡ଼ା, ହାଇଦ୍ରାବାଦ ଓ ବେଙ୍ଗାଲୁରୁଠାରେ ଦେଶର ୧୦ଟି ରାଜ୍ୟ ଯେପରିକି ଓଡିଶା, ଆନ୍ଧ୍ରପ୍ରଦେଶ, ମହାରଷ୍ଟ୍ର, କର୍ଣ୍ଣାଟକ, ହରିୟାଣା, ଗୁଜରାଟ, ଉତ୍ତରପ୍ରଦେଶ, କେରଳ, ମଧ୍ୟପ୍ରଦେଶ ଓ ଝାରଖଣ୍ଡର ଖେଳାଳୀମାନେ ୨୦୧୭ ଜାନୁଆରୀ ୨୮ରୁ ଫେବ୍ରୁଆରୀ୧୨ ତାରିଖ ପର୍ଯ୍ୟନ୍ତ ଖେଳିବେ । ଏଥିରେ ୧୦ଟି ଦେଶ ଯେପରିକି ଅଷ୍ଟେ୍ରଲିଆ, ବାଂଲାଦେଶ, ଇଂଲଣ୍ଡ, ଇଣ୍ଡିଆ, ନେପାଳ, ନୁ୍ୟଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟ ଇଣ୍ଡିଜ ଆଦି ଭାଗ ନେବେ । ଏଥିପାଇଁ ରାହୁଲ ଦ୍ରାବିଡ଼ଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଘୋଷଣା କରାଯାଇଛି ଏବଂ ସେ ମଧ୍ୟ ଏହି ଅବସରରେ ‘ସିଏବିଆଇ’ର ‘ସପୋର୍ଟ ବ୍ଲାଇଣ୍ଡ କ୍ରିକେଟ୍ ବାଏ ବାଇଙ୍ଗ୍ ଏ କ୍ରିକେଟ୍ ବଲ’ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଏହି ବିଶ୍ୱକପ୍ ପାଇଁ ଦୃଷ୍ଟିହୀନ କ୍ରିକେଟ୍କୁ ପ୍ରୋତ୍ସାହିତ କରିବା ଲାଗି ସେମାନେ ଅନ୍ଲାଇନ୍ରେ ଙ୍ଗଙ୍ଗଙ୍ଗ.ଭକ୍ଷସଦ୍ଭୟମrସମଳରଗ୍ଧ.ସଦ୍ଭ ମାଧ୍ୟମରେ ଏକ କ୍ରିକେଟ୍ ବଲ୍ କିଣିପାରିବେ । ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଟିମ୍କୁ ସହାୟତା କରିବାକୁ ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ନିକଟରେ ଅଂଶୀଦାର ହୋଇଛି । ୨୦୧୭ ଫେବୃଆରୀ ୭ରେ ଭୁବନେଶ୍ୱରରେ ଭାରତ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳା ଯିବ ।

Share in top social networks!