ମେଡିକାଲ ପ୍ରବେଶିକା ପରୀକ୍ଷାରେ ଓଡିଆ ଭାଷା ବ୍ୟବହାର ପ୍ରସଙ୍ଗରେ ପୁଣି ଡାହା ମିଛ କହିଲେ ରାଜ୍ୟ ସରକାର : ବିଜେପି

harichandanମେଡିକାଲ ପ୍ରବେଶିକା ପରୀକ୍ଷାରେ ଆଂଚଳିକ ଭାଷା ବ୍ୟବହାର ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ବାରମ୍ବାର ମିଛ କହୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ।
ରାଜ୍ୟ ମନ୍ତ୍ରୀମଣ୍ଡଳର ଦୁଇ ପ୍ରମୁଖ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସଂଜୟ ଦାସବର୍ମାଙ୍କ ଗଣମାଧ୍ୟମରେ ବିରୋଧ ପ୍ରକାଶ କରିବା ପରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓଡିଆ ଭାଷାରେ ମେଡିକାଲ ପ୍ରବେଶିକା ପରୀକ୍ଷା ନ କରିବା ଯୋଗୁ ବିରୋଧ କରିଛନ୍ତି ।
ସରକାରର ରାଜନୈତିକ ନେତୃତ୍ୱ ଦେଇଥିବା ବକ୍ତବ୍ୟ କିପରି ମିଥ୍ୟା ତଥ୍ୟ ଉପରେ ଆଧାରିତ ବିଜେପି ଏହାର ପର୍ଦାଫାସ କରିବା ପରେ ସରକାରଙ୍କ ବରିÂ ଅଧିକାରୀମାନଙ୍କୁ ବ୍ୟବହାର କରି ରାଜ୍ୟ ସରକାର ପୁଣି ଡାହା ମିଛ କହିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଥିଲେ ଯେ ଓଡିଶା ସରକାର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଜି.ଜି. ଦେବତା ପତ୍ର ସଂଖ୍ୟା ୧୫୭୬୭ ତାରିଖ ୨୭.୦୭.୨୦୧୬ରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଉପ ସଚିବଙ୍କୁ ପତ୍ର ଲେଖି ମେଡିକାଲ ପ୍ରବେଶିକା ପରୀକ୍ଷାର ଭାଷା ଇଂରାଜୀ ବୋଲି ଲିଖିତ ଭାବେ ଜଣାଇଥିଲେ ।
ଏହି ଚିଠିକୁ ଉହ୍ୟ ରଖି ଓଡିଶା ସରକାରଙ୍କ ଡିଏମଇଟି ତରଫରୁ ଗଣମାଧ୍ୟମକୁ ବିଭ୍ରାନ୍ତିକର ତଥ୍ୟ ଦିଆ ଯାଇଛି ବୋଲି ସେ କହିଛନ୍ତି । ଡିଏମଇଟିଙ୍କ ତରଫରୁ କୁହା ଯାଇଥିବା ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ଆଂଚଳିକ ଭାଷାରେ କରାଯିବା ନେଇ ରାଜ୍ୟ ସରକାରଙ୍କ ବିଧିବଦ୍ଧ ଭାବେ କୌଣସି ମତାମତ ଲୋଡା ଯାଇ ନ ଥିବା କହିବା ସତ୍ୟର ଅପଳାପ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
(ପୃÂା ୧ / ୨)

୨୮.୧୧.୨୦୧୬ରେ ଭିଡିଓ କନଫ୍ରେନ୍ସିଂ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଯେଉଁ ଜାଂଚ ତାଲିକା ଆସିଥିଲା ତାହା ରାଜ୍ୟ ସରକାରଙ୍କର ୨୭.୦୭ ୨୦୧୬ଚିଠି ଆଧାରରେ ଆସିଥିଲା । ଯେଉଁ ପ୍ରାଦେଶିକ ଭାଷାର ରାଜ୍ୟ ମାନେ ତାଙ୍କ ନିଜସ୍ୱ ଭାଷାରେ ପରୀକ୍ଷା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସେହି ରାଜ୍ୟ ମାନଙ୍କର ଭାଷାକୁ ଜାଂଚ ତାଲିକାରେ ଉଲ୍ଲେଖ କରା ଯାଇଥିଲା ଓ ଏହି ଭିଡିଓ କନଫ୍ରେନ୍ସିଂ ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲିଖିତ ଭାବରେ ଏହି ଜାଂଚ ତାଲିକାର ଭାଷା କଲମରେ ଓଡିଶା ସରକାର ହଁ ଲେଖି ସମ୍ମତି ଦେବା ସହ ଓଡିଶାରେ ପ୍ରବେଶିକା ପରୀକ୍ଷାର ଭାଷା ଇଂରାଜୀ ହେବ ବୋଲି ଲିଖିତ ଭାବେ ଜଣାଇଥିଲେ ।
ଛଅଟି ଆଂଚଳିକ ଭାଷାକୁ କେନ୍ଦ୍ର ସରକାର ପ୍ରବେଶିକା ପରୀକ୍ଷା ପାଇଁ ବ୍ୟବହାର କରୁଥିବା ବେଳେ ଓଡିଆ ଭାଷାକୁ ନା କହିବାର କୌଣସି କାରଣ ନାହିଁ । ମାତ୍ର କେନ୍ଦ୍ର ସରକାରଙ୍କର ପ୍ରସ୍ତାବକୁ ନ ବୁଝି ଛଅଟି ପ୍ରାଦେଶିକ ଭାଷା ପରୀକ୍ଷା କଲମରେ ହଁ ଲେଖି ଓଡିଶାରେ ପରୀକ୍ଷାର ଭାଷା ଇଂରାଜୀ ଲେଖି ସାରିବା ପରେ ରାଜ୍ୟ ସରକାରଙ୍କର ନିଜର ଦୋଷ ଘୋଡାଇ କେନ୍ଦ୍ରକୁ ମିଛରେ ଦାୟୀ କରିବା ଦାୟିତ୍ୱ ସମ୍ପନ୍ନ ସରକାରଙ୍କର କାମ ନୁହେଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ରାଜ୍ୟ ସରକାର ନିଜର ଭୁଲ ଯୋଗୁ ଓଡିଆ ପିଲା ମାନେ ମାତୃଭାଷାରେ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇ ନ ପାରିବା ସମ୍ଭାବନା ତିଆରି ହୋଇଥିବା ସ୍ୱୀକାର କରି ଓଡିଶାର ଛାତ୍ର ସମାଜ ପାଖରେ କ୍ଷମା ପ୍ରାର୍ଥନା କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଲେଖିଥିବା ପ୍ରଧାନମନ୍ତ୍ରୀଙ୍କୁ ପତ୍ରକୁ ଦୁଃଖ ପ୍ରକାଶ କରି ପ୍ରତ୍ୟାହାର କରନ୍ତୁ, ବିନା ତଥ୍ୟରେ ବିଭ୍ରାନ୍ତି ସୃଷ୍ଟି କରିଥିବା କାରଣରୁ ମନ୍ତ୍ରୀ ଦେବୀ ମିଶ୍ର ଓ ସଂଜୟ ଦାସବର୍ମା ନିଜ ବକ୍ତବ୍ୟ ଫେରାଇ ନିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଯେହେତୁ କେନ୍ଦ୍ର ସରକାର ପ୍ରାଦେଶିକ ଭାଷାରେ ମେଡିକାଲ ପ୍ରବେଶିକା ପରୀକ୍ଷା କରିବାକୁ ଚାହୁଁଛନ୍ତି ନିଜ ଭୁଲ ସ୍ୱୀକାର କରି କେନ୍ଦ୍ର ପାଖରେ ପୁଣି ପ୍ରାଦେଶିକ ଭାଷାରେ ପରୀକ୍ଷା ପାଇଁ ରାଜ୍ୟ ସରକାର ଚିଠି ଲେଖିଲେ ବିଜେପି ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଓ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତି୍ରପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!