ଫିସ୍ଫେଡ୍ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ମଧ୍ୟରେ ବୁଝାମଣାପତ୍ର ; ରାଜ୍ୟର ୧୩ଟି ମତ୍ସ୍ୟ ଅବତରଣ କେନ୍ଦ୍ରରେ ମତ୍ସ୍ୟଜୀବୀମାନଙ୍କୁ ଫିସ୍ଫେଡ୍ ରିହାତି ଦରରେ ଡିଜେଲ ବିକିବ

15578916_1201587683254352_7418932193406228401_nଆଜି ପୂର୍ବାହ୍ନରେ ସଚିବାଳୟସ୍ଥ ସମ୍ମିଳନୀ କକ୍ଷରେ ଫିସ୍ଫେଡ୍ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥ#, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ଭାରତୀୟ ତୈଳ ନିଗମର ସାଧାରଣ ପରିଚାଳକ ଶ୍ରୀ ପ୍ରୀତିଶ ଭାରତ, ଫିସ୍ଫେଡ୍ର ଅଧ୍ୟକ୍ଷ ଶ୍ରୀ ଟି. ପ୍ରସାଦ ରାଓ ଦୋରାଙ୍କ ଉପସ୍ଥିତିରେ ଫିସ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁବଳ ଚନ୍ଦ୍ର ମହାନ୍ତି ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ମୁଖ୍ୟ ଡିଭିଜନାଲ ଖାଉଟି ବିକ୍ରୟ ମ୍ୟାନେଜର ଶ୍ରୀ ଅଶୋକ ମିଶ୍ର ଏଥ#ରେ ସ୍ୱାକ୍ଷର କରିଛନ୍ତି ।
ବୁଝାମଣାପତ୍ର ଅନୁଯାୟୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ରାଜ୍ୟର ୧୩ଟି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଡିଜେଲ ବିତରଣ କେନ୍ଦ୍ରମାନ ଖୋଲିବେ । ଚନ୍ଦ୍ରଭାଗା, ଅସ୍ତରଙ୍ଗ, ବାଲୁଗାଁ, ବାହାବଳପୁର, ଖରିନାସି, ଚୂଡ଼ାମଣି, ପାଲୁର, ଭୁଷଣ୍ଡପୁର, ସୋନପୁର, ନଇରି, ସୋରଣ, ପଞ୍ଚୁବିସା ଓ ତାଳଚୁଆରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ପକ୍ଷରୁ ଡିଜେଲ ବିତରଣ କେନ୍ଦ୍ରମାନ ଖୋଲାଯିବ । ଫିସ୍ଫେଡ୍ ସେଗୁଡିକରେ ମତ୍ସ୍ୟଜୀବୀମାନଙ୍କୁ ଲିଟର ପିିଛା ୫୦ ପଇସା ରିହାତି ଦରରେ ଡିଜେଲ ବିକିବ । ମତ୍ସ୍ୟଜୀବୀମାନେ ସେମାନଙ୍କ ଡଙ୍ଗା ନିକଟରେ ଏବଂ ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରେ ଡିଜେଲ ପାଇ ପାରିବେ । ରିହାତି ଦରରେ ଡିଜେଲ ମିଳିବା ଦ୍ୱାରା ପ୍ରାୟ ୭୦ ହଜାର ମତ୍ସ୍ୟଜୀବୀମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ସାଧ#ତ ହେବ ।
ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥ# ଏହି ଅବସରରେ କହିଲେ ଯେ, ଆମ ରାଜ୍ୟ ଦେଶର ଏକ ପ୍ରମୁଖ ସାମୁଦି୍ରକ ରାଜ୍ୟ । ରାଜ୍ୟରେ ୪୮୦ କି.ମି. ଦୀର୍ଘ ଉପକୂଳ
ରହିଛି । ଏହାଛଡ଼ା ଦେଶର ଜଳସମ୍ପଦର ୧୧ ଶତାଂଶ ଜଳସମ୍ପଦ ଆମ ରାଜ୍ୟରେ ରହିଛି । ଏଥ#ରୁ ପ୍ରଚୁର ପରିମାଣର ମାଛ ଉତ୍ପାଦିତ ହେଉଛି । ରାଜ୍ୟରେ ବିଭିନ୍ନ ସ୍ରୋତରୁ ପ୍ରାୟ ୫.୨୧ ଲକ୍ଷ ମେଟି୍ରକ୍ ଟନ୍ ମାଛ ଉତ୍ପାଦନ ହେଉଛି । ସାରା ଦେଶରେ ମାଛ ଉତ୍ପାଦନରେ ଆମ ରାଜ୍ୟ ନବମ ସ୍ଥାନ ଅଧ#କାର କରିଛି । ପ୍ରାୟ ୧.୪୫ ଲକ୍ଷ ମେଟ୍ରିକ୍ ଟନ୍ ସାମୁଦ୍ରିକ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦିତ ହେଉଛି । ରାଜ୍ୟରୁ ପ୍ରାୟ ୨ ହଜାର କୋଟି ଟଙ୍କା ମୂଲ୍ୟର ମତ୍ସ୍ୟଜାତ ପଦାର୍ଥ ବିଦେଶକୁ ରପ୍ତାନୀ କରାଯାଉଛି ଏବଂ ଏଥ#ରେ ସାମୁଦି୍ରକ ମାଛର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ରାଜ୍ୟରେ ୬ ଲକ୍ଷରୁ ଉ–ର୍ ମତ୍ସ୍ୟଜୀବୀ ସମୁଦ୍ର ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ରାଜ୍ୟରେ ୨ଟି ମାଛଧରା ବନ୍ଦର ଓ ୭୩ଟି ମାଛ ଅବତରଣ କେନ୍ଦ୍ର ରହିଛି । ପ୍ରାୟ ୧୦,୦୦୦ ଯନ୍ତ୍ରଚାଳିତ ଟ୍ରଲର ଓ ଡଙ୍ଗା ମତ୍ସ୍ୟଧରା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅତ୍ୟାବଶ୍ୟକ ଡିଜେଲ ହାତପାହାନ୍ତାରେ ଉପଲବ୍ଧ ହେଲେ ମତ୍ସ୍ୟଜୀବୀମାନଙ୍କର ବହୁ ହିତ ସାଧ#ତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥ# ପ୍ରକାଶ କରିଥ#ଲେ ।

Share in top social networks!
Powered By Indic IME