ଓଡ଼ିଶାରେ ଭୋଡାଫୋନ୍ ସୁପରନେଟ୍ ୪ଜି ଉନ୍ମୋଚିତ

vodafoneeଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ଭୋଡାଫୋନ୍ ପକ୍ଷରୁ ଆଜି ଓଡ଼ିଶାରେ ଭୋଡାଫୋନ୍ ସୁପରନେଟ୍ ୪ଜି ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭୋଡାଫୋନ୍ ସୁପରନେଟ୍ ୪ଜି ଭୁବନେଶ୍ୱରରେ ଆରମ୍ଭ କରାଯାଇଥିବା ବେଳେ ୨୦୧୭ ମାର୍ଚ ସୁଦ୍ଧା ରାଜ୍ୟର ସମସ୍ତ ପ୍ରମୁଖ ସହର ଓ ନଗରରେ ଏହି ସେବା ଉପଲବ୍ଧ କରାଯିବ ।

ଷ୍ଟେଟ-ଅଫ୍-ଆର୍ଟ ନେଟୱର୍କ ଜରିଆରେ ଭୋଡାଫୋନ୍ ସୁପରନେଟ୍ ୪ଜି ଗ୍ରାହକମାନେ ଇଣ୍ଟରନେଟ୍କୁ ଦ୍ରୁତ ବେଗରେ ମୋବାଇଲ୍ରେ ଓ ବିଭିନ୍ନ ପ୍ରକାର ସ୍ମାର୍ଟ ଡିଭାଇସ୍ ଯଥା ମାଇ-ଫାଇ ଓ ଡଙ୍ଗଲ୍ରେ ହାସଲ କରିପାରିବେ । ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାତାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଓ ସାରା ଦେଶରେ ଉପଲବ୍ଧ ହେଉଥିବା ୪ଜି ଭିତିକ ହ୍ୟାଣ୍ଡସେଟ୍ରେ ଭୋଡାଫୋନ୍ ୪ଜି ସେବା ସଙ୍ଗେ ସଙ୍ଗେ ହାସଲ କରାଯାଇପାରିବ ।

ଭୋଡାଫୋନ୍ ସୁପରନେଟ୍ ୪ଜି ଗ୍ରାହକମାନଙ୍କର ମୋବାଇଲ୍ ଅନୁଭୂତିରେ ଉନ୍ନତି ଆଣିବା ସହିତ ଭିଡିଓ ଓ ସଙ୍ଗୀତକୁ ଶୀଘ୍ର ଡାଉନ୍ଲୋଡ୍/ଅପଲୋଡ୍ ଓ ନିରବଚ୍ଛିନ ଭିଡିଓ ଚାଟ୍ ସୁବିଧା ପ୍ରଦାନ କରିବ ଓ ପସନ୍ଦର ଆପ୍ଗୁଡ଼ିକୁ ସହଜରେ ବ୍ୟବହାର କରିବାର ସୁବିଧା ପ୍ରଦାନ କରିବ । ଗ୍ରାହକମାନେ ହାଇ ଡେଫିନେସନ୍ ଭିଡିଓ ଷ୍ଟି୍ରମିଂ, ମୋବାଇଲ୍ ଗେମିଂ ଓ ଦୁଇ ପାଖିଆ ଭିଡିଓ କଲିଙ୍ଗର ମଜା ନେଇପାରିବେ ।

ଓଡ଼ିଶାରେ ଭୋଡାଫୋନ୍ ସୁପରନେଟ୍ ୪ଜି ସେବାକୁ ଏକ ନୂତନ ତଥା ଅତ୍ୟାଧୁନିକ ନେଟୱର୍କ ସୁଦୃଢ଼ ଫାଇବର୍ ବ୍ୟାକ୍ହାଉଲ୍ରେ ନିର୍ମାଣ କରାଯାଇଛି । ଏହି ଉନ୍ମୋଚନ ସହିତ ଭୋଡାଫୋନ୍ ଓଡ଼ିଶାରେ ଏହାର ଷ୍ଟେଟ୍ ଅଫ୍ ଆର୍ଟ ରେଡିଓ ପ୍ରଯୁକ୍ତି ସହିତ ୨ଜି/୩ଜି/୪ଜି ସେବା ଯୋଗାଇ ଦେବା ଭଳି ସ୍ୱତନ୍ତ୍ର ସ୍ଥିତିରେ ପହଞ୍ଚି ପାରିଛି ।

ଏହାର ବିଶ୍ୱ ସ୍ତରୀୟ ନେଟୱର୍କ ଓ ଅଭିଜ୍ଞତାକୁ ନେଇ ଭୋଡାଫୋନ୍ ଏହାର ଅଗ୍ରଗାମୀ ଆନ୍ତର୍ଜାତିକ ୪ଜି ରୋମିଂ ସୁବିଧା ୟୁକେ, ୟୁଏଇ, ନୁ୍ୟଜିଲ୍ୟାଣ୍ଡ୍, ତୁର୍କୀ, ଆୟରଲ୍ୟାଣ୍ଡ, ସିଙ୍ଗାପୁର, ଆଲବାନିଆ, ନେଦରଲ୍ୟାଣ୍ଡ୍, ରୋମାନିଆ, ଜର୍ମାନି, ଗ୍ରିସ ଓ ଚେକ୍ ଗଣତନ୍ତ୍ର ଭଳି ୩୫ରୁ ଅଧିକ ରାଷ୍ଟ୍ର ଯାତ୍ରା କରୁଥିବା ଭାରତୀୟ ଗ୍ରାହକମାନଙ୍କୁ ପ୍ରଦାନ କରିବ ଓ ନିକଟ ଭବିଷ୍ୟତରେ ଆହୁରି ଅନେକ ଦେଶରେ ପାଇଁ ଏହି ସୁବିଧା ଆରମ୍ଭ କରାଯିବ ।

ଓଡ଼ିଶାରେ ଭୋଡାଫୋନ୍ ସୁପରନେଟ୍ ୪ଜି ସେବା ବିଷୟରେ ଘୋଷଣା କରି ଭୋଡାଫୋନ୍ ଇଣ୍ଡିଆର ଅପରେସନ୍ ନିର୍ଦେଶକ ଅରବିନ୍ଦ ବୋରା କହିଛନ୍ତି ଯେ, ଡିଜିଟାଲ୍ ଇଣ୍ଡିଆର ଏକ ଅଟଳ ପାର୍ଟନର ଭାବେ ଆମେ ଓଡ଼ିଶାରେ ଭୋଡାଫୋନ୍ ସୁପରନେଟ୍ ୪ଜି ସେବାକୁ ଉନ୍ମୋଚନ କରି ବେଶ ଆନନ୍ଦିତ । ମୋବାଇଲ୍ ଅନୁଭୂତିରେ ଶକ୍ତିଶାଳୀ ନୂତନତ୍ୱ ଜରିଆରେ ଆମେ କିଭଳି କାମ କରୁ ଓ ଜୀବନ ଅତିବାହିତ କରୁ, ସେଥିରେ ବୈପ୍ଳବିକ ପରିବର୍ତନ ଆଣିପାରିବାର କ୍ଷମତା ୪ଜିର ରହିଛି । ୨୦ଟି ରାଷ୍ଟ୍ରରେ ୪ଜି ସେବା ଆରମ୍ଭ କରିବା ଓ ଭୋଡାଫୋନ୍ର ବିଶ୍ୱ ସ୍ତରୀୟ ଅଭିଜ୍ଞତା ଯୋଗୁଁ ଏହି ପ୍ରଯୁକ୍ତି ଓ ୪ଜି ଗ୍ରାହକଙ୍କ ଆବଶ୍ୟକତାକୁ ଭଲ ଭାବେ ବୁଝିପାରିଛୁ । ଯେଉଁମାନେ ଭୋଡାଫୋନ୍ ସୁପରନେଟ୍ ୪ଜି ବ୍ୟବହାର କରୁଛନ୍ତି ସେମାନଙ୍କଠାରୁ ଆମେ ଉଲ୍ଲେଖନୀୟ ପ୍ରତିକ୍ରିୟା ହାସଲ କରିଛୁ । ଆଜିଠାରୁ ଆରମ୍ଭ କରି ଭୁବନେଶ୍ୱରରେ ଥିବା ଆମ ଗ୍ରାହକମାନେ ଓ ଖୁବ୍ଶୀଘ୍ର ଓଡ଼ିଶାର ଅନ୍ୟ ସ୍ଥାନରେ ଥିବା ଗ୍ରାହକମାନେ ବିଶ୍ୱ ସ୍ତରୀୟ ଭୋଡାଫୋନ୍ ୪ଜି ନେଟୱର୍କ ଅନୁଭୂତି ହାସଲ କରିପାରିବେ ।’’

କେରଳ, କର୍ଣ୍ଣାଟକ, କୋଲକାତା, ଦିଲ୍ଲୀ ଓ ଏନ୍ସିଆର୍, ମୁମ୍ବାଇ, ହରିଆନା, ୟୁପି ପୂର୍ବ, ଗୁଜରାଟ, ପଶ୍ଚିମ ବଙ୍ଗ, ରାଜସ୍ଥାନ, ଆସାମ, ଉତର ପୂର୍ବାଞ୍ଚଳ ଓ ମହାରାଷ୍ଟ୍ର ସର୍କର୍ଲ୍ରେ ସଫଳତାର ସହିତ ସେବା କାର୍ଯ୍ୟକାରୀ କରିବା ପରେ ଓଡ଼ିଶାରେ ଭୋଡାଫୋନ୍ ସୁପରନେଟ୍ ୪ଜି ସେବା ଆରମ୍ଭ କରାଯାଇଛି । ଖୁବ୍ଶୀଘ୍ର ଗୋଆ, ପଞ୍ଜାବ, ୟୁପି ପଶ୍ଚିମ, ଚେନ୍ନାଇ, ତାମିଲନାଡୁରେ ଭୋଡାଫୋନ୍ ସୁପରନେଟ୍ ୪ଜି ସେବା ଆରମ୍ଭ କରିବାର ଯୋଜନା ରହିଛି । ୨୦୧୭ ମାର୍ଚ ସୁଦ୍ଧା ସାରା ଦେଶର ୨୪୦୦ ସହରରେ ଭୋଡାଫୋନ୍ ସୁପରନେଟ୍ ୪ଜି ସେବା ଉପଲବ୍ଧ ହେବ । ଯେଉଁ ୧୭ଟି ସର୍କଲ୍ରେ ଭୋଡାଫୋନ୍ ୪ଜି ସେବା ପ୍ରଦାନ କରୁଛି ତାହାର ଭୋଡାଫୋନ୍ ଇଣ୍ଡିଆର ଡାଟା ରାଜସ୍ୱ ପ୍ରତି ୯୦ ପ୍ରତିଶତ ଅବଦାନ ପ୍ରଦାନ କରୁଛି ।

ଓଡ଼ିଶାରେ ଗ୍ରାହକମାନଙ୍କ ପାଇଁ ଭୋଡାଫୋନ୍ ସୁପରନେଟ୍ ୪ଜିରେ ରହିଥିବା ସୁବିଧା ବିଷୟରେ ଭୋଡାଫୋନ୍ ଇଣ୍ଡିଆର ଓଡ଼ିଶା ସର୍କଲ୍ର ବ୍ୟବସାୟ ମୁଖ୍ୟ ଦୀପକ ସାଲୁଜା କହିଛନ୍ତି ଯେ, ଭୋଡାଫୋନ୍ ଇଣ୍ଡିଆ ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ଓ ଏକ ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ଭାବେ ଏହି ସର୍କଲ୍ରେ ୪ ନିୟୁତରୁ ଅଧିକ ଗ୍ରାହକ ବହୁତ କିଛି ଆଶା କରୁଛନ୍ତି । ରାଜଧାନୀ ସହର ତଥା ବାଣିଜ୍ୟ ଓ ପର୍ଯ୍ୟଟନ ପାଇଁ ଏକ ପ୍ରମୁଖ କେନ୍ଦ୍ର, ଭୁବନେଶ୍ୱରରୁ ଆରମ୍ଭ କରି ଆମେ ଭୋଡାଫୋନ୍ ସୁପରନେଟ୍ ୪ଜି ସେବାକୁ ପର୍ଯର୍୍ୟାୟକ୍ରମେ ସାରା ରାଜ୍ୟରେ ଉପଲବ୍ଧ କରାଇବୁ । ଶ୍ରେÂ ମୋବାଇଲ୍ ଇଣ୍ଟରନେଟ୍ ଅନୁଭୂତିକୁ ଉପଭୋଗ କରିବା ପାଇଁ ଆମେ ଯୋଗାଇ ଦେଉଥିବା ସ୍ୱତନ୍ତ୍ର ବୋନାଞ୍ଜା ସୁବିଧାକୁ ହାସଲ କରିବା ପାଇଁ ଆମେ ସହରରର ସମସ୍ତ ଡାଟାକୁ ପସନ୍ଦ କରୁଥିବା ଗ୍ରାହକଙ୍କୁ ଆମନ୍ତ୍ରଣ କରୁଛୁ ।’’

ଭୁବନେଶ୍ୱର ପାଇଁ ପ୍ରଦାନ କରାଯାଉଥିବା ଭୋଡାଫୋନ୍ ସୁପରନେଟ୍ ୪ଜି ସ୍ୱତନ୍ତ୍ର ବୋନାଞ୍ଜା ସୁବିଧାଗୁଡ଼ିକ ହେଉଛି:
• ୪ଜି ପାଇଁ ମାଗଣା ସିମ୍ ଅପଗ୍ରେଡ୍ ସହିତ ପ୍ରତି ୪ଜି ସିମ୍ ଅପଗ୍ରେଡ୍ ଉପରେ ୨ଜିବି ଡାଟା ମାଗଣା
• ୩ଜି ମୂଲ୍ୟରେ ଦ୍ରୁତ ୪ଜି ସେବା
• ଅନେକ ପ୍ରକାର ଡାଟା ପ୍ୟାକ୍, ୮ ଟଙ୍କାରେ ୩୦ ଏମ୍ବି ଭଳି ସ୍ୱଳ୍ପ ସ୍ତରରୁ ଆରମ୍ଭ
• ୧ ଜିବିରୁ ଅଧିକ ପ୍ୟାକ୍ କିଣିଲେ ପୁରୁଣା ଗ୍ରାହକ ଓ ସମସ୍ତ ପୋଷ୍ଟପେଡ୍ ରେଡ୍ ଗ୍ରାହକଙ୍କୁ ମିଳିବ ଡବଲ୍ ଡାଟା ସୁବିଧା
• ୩ ମାସ ପାଇଁ ମାଗଣା ଭୋଡାଫୋନ୍ ପ୍ଲେ – ମନୋରଞ୍ଜନ ଦୁନିଆର ୱାନ୍-ଷ୍ଟପ୍ ଟିଭି ସ୍ଥାନ, ସିନେମା, ଭିଡିଓ ଓ ସଙ୍ଗୀତ
• ୪ଜି ମାଇ-ଫାଇ ଯାହା ୧୫ଟି ଡିଭାଇସ୍କୁ ୱାଇ-ଫାଇ ସଂଯୋଗ ସହାୟତା ପ୍ରଦାନ କରିବ
• ଉନ୍ନତ ଗ୍ରାହକ ଅନୁଭୂତି-ବ୍ୟାପକ ଟଚ୍ ପଏଣ୍ଟ୍ରେ ତକ୍ରାଳ ୪ଜି ସିମ୍ ଏକ୍ସଚେଞ୍ଜ
• ୟୁକେ, ୟୁଏଇ, ନୁ୍ୟଜିଲ୍ୟାଣ୍ଡ୍, ତୁର୍କୀ, ଆୟରଲ୍ୟାଣ୍ଡ, ସିଙ୍ଗାପୁର, ଆଲବାନିଆ, ନେଦରଲ୍ୟାଣ୍ଡ୍, ରୋମାନିଆ, ଜର୍ମାନୀ, ଗ୍ରିସ ଓ ଚେକ୍ ଗଣତନ୍ତ୍ର ଭଳି ୩୫ରୁ ଅଧିକ ରାଷ୍ଟ୍ରରେ ୪ଜି ଆନ୍ତର୍ଜାତିକ ରୋମିଂର ଅନୁଭୂତି ନେଇହେବ ଓ ନିକଟ ଭବିଷ୍ୟତରେ ଆହୁରି ଅନେକ ଦେଶରେ ଆରମ୍ଭ କରାଯିବ
ନିରବଚ୍ଛିନ ଗ୍ରାହକ ଅନୁଭୂତି:
-ଭୋଡାଫୋନ୍ ଷ୍ଟୋର୍ ଓ ରିଟେଲ୍ ଆଉଟ୍ଲେଟ୍ରେ ତକ୍ରାଳ ସିମ୍ ପରିବର୍ତନ (ସ୍ୱାପ୍)
-ଭୋଡାଫୋନ୍ ଗ୍ରାହକମାନେ ସେମାନଙ୍କ ସିମ୍ / ଫୋନ୍ ୪ଜି ଅନୁକୂଳ ନା ନାହିଁ ତାହା ଜାଣିବା ପାଇଁ ୪ଏଉଐଋଉକ ଲେଖି ୧୯୯କୁ ସ୍ଏମ୍ଏସ୍ ପଠାଇପାରିବେ ।
ଓଡ଼ିଶା ହେଉଛି ଭୋଡାଫୋନ୍ ଇଣ୍ଡିଆ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ ଉଲ୍ଲେଖନୀୟ ଅଭିବୃଦ୍ଧି ବଜାର । ଗ୍ରାହକଙ୍କ ବର୍ଦ୍ଧିତ ବ୍ୟବହାର ଓ ସେମାନଙ୍କ ବର୍ଦ୍ଧିତ ବେଗ ଆବଶ୍ୟକତାକୁ ପୂରଣ କରିବା ପାଇଁ କଂପାନି ଏହାର ନେଟୱର୍କକୁ ଶକ୍ତି ମିତବ୍ୟୟୀ କରିବା, ଅଧିକ ପ୍ରଯୁକ୍ତି ଯୋଗ କରିବା, ସମ୍ପ୍ରସାରଣ କରିବା ପାଇଁ ୨୦୧୬-୧୭ ପ୍ରଥମାର୍ଧ (ଏଚ୍୧) ସହିତ ଆଜି ପର୍ଯ୍ୟନ୍ତ ୨୦୦୦ କୋଟି ଟଙ୍କା ନିବେଶ କରିସାରିଲାଣି । ଭୋଡାଫୋନ୍ର ବୃହତ ଖୁଚୁରା ଉପସ୍ଥିତି ରହିଛି ଓ ଏହାର ଏହି ସର୍କଲ୍ର ପ୍ରମୁଖ ସ୍ଥାନଗୁଡ଼ିକରେ ୨୦୦ରୁ ଅଧିକ ଭୋଡାଫୋନ୍ ବ୍ରାଣ୍ଡେଡ୍ ଷ୍ଟୋର୍ ଓ ମିନି ଷ୍ଟୋର ରହିଛି ଯାହା ଗ୍ରାହକମାନଙ୍କ ପାଇଁ ଭୋଡାଫୋନ୍ ଉପôାଦ ଓ ସେବା ସେମାନଙ୍କ ନିଟକସ୍ଥ ସ୍ଥାନରେ ଉପଲବ୍ଧ କରାଯାଇଛି ।

Share in top social networks!