ଶାସକ ଦଳର ଭଣ୍ଡୁର ଉଦ୍ୟମ ସତ୍ୱେ ଭୁବନେଶ୍ୱର ହରତାଳକୁ ମିଳିଛି ଐତିହାସିକ ସଫଳତା : ବିଜେପି

bhruguଶାସକ ବିଜେଡି ଦଳର ପୋଲିସ ସହାୟତାରେ ଗୁଣ୍ଡାରାଜ ସତ୍ୱେ ୧୨ ଘଂଟିଆ ଭୁବନେଶ୍ୱର ହରତାଳରେ ଭୁବନେଶ୍ୱରର ସାଧାରଣ ଜନତା, ରାସ୍ତା କଡ ଦୋକାନୀ, ଅଟୋ ଚାଳକ, ବୁଲା ବ୍ୟବସାୟୀ, ମାଛ, ପରିବା ତଥା ବିଭିନ୍ନ ହାଟ- ବଜାର ସଂଘ, ସମସ୍ତ ଓକିଲ ସଂଘର ପ୍ରତ୍ୟକ୍ଷ ସହଯୋଗ ଯୋଗୁ ହରତାଳକୁ ଐତିହାସିକ ସଫଳତା ମିଳିଛି ବୋଲି ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏଥି ପାଇଁ ଭୁବନେଶ୍ୱରବାସୀଙ୍କୁ ଦଳ ତରଫରୁ ଭୂବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଛାତ୍ର ହତ୍ୟା ପଛରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ଯୈ÷ାନ କେଳେଙ୍କାରୀ ସହିତ ସିଧା ସିଧା ସମ୍ପର୍କ ଥିବାରୁ ମେୟରଙ୍କୁ ପଦବୀରୁ ବହିଷ୍କାର ଓ ଗିରଫ ଦାବିରେ ବିଜେପି ଭୁବନେଶ୍ୱର ହରତାଳ ଡାକରା ଦେଇଥିଲା । ଏହି ହରତାଳରେ ଭୁବନେଶ୍ୱରର ଯୁବ, ଛାତ୍ର ଓ ମହିଳାମାନେ ବହୁ ସଂଖ୍ୟାରେ ସ୍ୱତଃ ସ୍ଫୁର୍ତ ଭାବେ ଯୋଗ ଦେବା କାରଣରୁ ହରତାଳକୁ ଐତିହାସିକ ସଫଳତା ମିଳିଲା ବୋଲି ଶ୍ରୀ ଖୁଂଟିଆ କହିଛନ୍ତି ।
ଅପର ପକ୍ଷରେ ମେୟର ଅନନ୍ତ ନାରାୟଣ ଜେନା ଖୋଦ ମୁଖ୍ୟମନ୍ତ୍ରୀଙ୍କର ନିକଟତର । ବିଜୁ ଜନତା ଦଳର ସମ୍ପାଦକ ଓ ଅଧିକୃତ ଦସ୍ତଖତକାରୀ । ଯୌନ କେଳେଙ୍କାରୀ ଓ ଛାତ୍ର ହତ୍ୟା ପରି ସଙ୍ଗିନ ଅପରାଧରେ ଛନ୍ଦି ହେବା ସତ୍ୱେ ବିଜେଡିର ଶହ ଶହ କର୍ମୀ ଭୁବନେଶ୍ୱରରେ ବୁଲି ବୁଲି ଆତଙ୍କରାଜ ଖେଳାଇବା ସହ ଶାନ୍ତିପୂର୍ଣ ଉପାୟରେ ହରତାଳ କରୁଥିବା ବିଜେପି କର୍ମୀ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ହରତାଳର ସଫଳତାରେ ବ୍ୟତିବ୍ୟସ୍ତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବିଜେଡି କର୍ମୀ ମାନେ ଏପରି କାଣ୍ଡ କରିବା ପାଇଁ ସାହସ କରିଛନ୍ତି ବୋଲି ବିଜେପି କହିଛି । ବିଜେପିର ଦିନ ବ୍ୟାପି ହରତାଳ ଥିବା ବେଳେ ସେହି ସମୟରେ ବିଜେଡିର ମୋଟର ସାଇକେଲ ଶୋଭା ଯାତ୍ରାକୁ ପୋଲିସ ଅନୁମତି ଦେଲା କିପରି । ଯଦି ଅନୁମତି ଦେଇ ନ ଥିଲା ଭୁବନେଶ୍ୱର ସାରା ଶୋଭା ଯାତ୍ରାରେ ବୁଲି ଆତଙ୍କରାଜ ସୃଷ୍ଟି କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ ନ କରି ସୁରକ୍ଷା ଯୋଗାଇ ଦେଉଥିବା ଜନ ସାଧାରଣଙ୍କ ସାମନାରେ ସ୍ପଷ୍ଟ ଅଛି ବୋଲି ବିଜେପି କହିଛି । ଏ ସବୁ କାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିନା ନିର୍ଦେଶରେ ସମ୍ଭବ ନୁହେଁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । (ପୃÂା : ୧ / ୨)

ପୋଲିସର କାର୍ଯ୍ୟକଳାପକୁ ଘୋର ସମାଲୋଚନା କରି ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ରିଷି ହତ୍ୟାକାଣ୍ଡରେ ତଦନ୍ତ ସରକାରୀ ଦଳ ଚାପରେ ପୋଲିସ ଜାଣିଶୁଣି ଶିଥିଳ କରିଥିଲା । ଏବେ ବନ୍ଦ ପରେ ପୋଲିସ କମିଶନର ବିଜେପି କର୍ମୀମାନଙ୍କୁୁ ଗିରଫ କରିବାର ମସୁଧା କରୁଛନ୍ତି । ମେୟରଙ୍କ ଯୌନ କେଳେଙ୍କାରୀ ଓ ଏହା ସହ ଛାତ୍ର ରିଷି ମହାନ୍ତିଙ୍କ ହତ୍ୟାକାଣ୍ଡର ତଥ୍ୟ ଓ ପ୍ରମାଣ ହାଟରେ ପଡି ଦାଣ୍ଡରେ ଗଡୁଥିବା ବେଳେ ପୋଲିସ ଚାପ ଗ୍ରସ୍ତ ହୋଇ ତଦନ୍ତକୁ ଆଜି ବି ବାଟବଣା କରୁଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ଶାସକ ବିଜେଡି ଦଳର ପ୍ରରୋଚନାରେ କମିଶନରେଟ ପୋଲିସର ଏଭଳି କାର୍ଯ୍ୟକଳାପ ବିରୁଦ୍ଧରେ ପାର୍ଟି ତରଫରୁ ଆସନ୍ତା କାଲି କଟକ ସ୍ଥିତ ପୋଲିସ ଡିଜି ଅଫିସ ଘେରାଉ କରାଯିବାର ନିଷ୍ପତି ନିଆଯାଇଅଛି ବୋଲି ଶ୍ରୀ ବକ୍ସିପାତ୍ର ସୁଚନା ଦେଇଛନ୍ତି ।
ଏହି ସଂଗୀନ ପ୍ରସଙ୍ଗରେ ବିଜେପି ନିର୍ଣାୟକ ଲଢେଇ ଲଢିବା ସହ ଦୋଷୀକୁ ଆଇନ ଅନୁଯାୟୀ ଦଣ୍ଡ ଓ ଯୈ÷ାନ କେଳେଙ୍କାରୀରେ ସଂପୃକ୍ତ ଖୁନୀ ଆସାମୀଙ୍କୁ ସୁରକ୍ଷା ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖା ଖୋଲି ଦେବା ପାଇଁ ଜନ ଆନେ୍ଦାଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ, ପ୍ରବକ୍ତା ଦିଲୀପ ମହାନ୍ତି, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ ।

Share in top social networks!