Sunshine Hospital ପକ୍ଷରୁ ସେବାୟତମାନଙ୍କ ପାଇଁ ସ୍ୱତନ୍ତ୍ର “ଶ୍ରୀହରି କାର୍ଡ’ ପ୍ରଚଳନ

ଭୁବନେଶ୍ୱର ଭିତିକ Sunshine Hospital ପକ୍ଷରୁ ପୁରୀରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କ ପାଇଁ ସ୍ୱତନ୍ତ୍ର ବିଶେଷାଧିକୃତ “ଶ୍ରୀହରି କାର୍ଡ’କୁ ପ୍ରଚଳନ କରାଯାଇଛି । ଏଥିପାଇଁ ଆୟୋଜନ କରାଯାଇଥିବା ଉତ୍ସବରେ ପ୍ରତିହାରି ନିଯୋଗର ସଭାପତି ଶ୍ରୀଯୁକ୍ତ ମହାବୀର ପ୍ରତିହାରି ନୂଆ କାର୍ଡକୁ ଉନ୍ମୋଚନ କରିଛନ୍ତି । ଏହି କାର୍ଡର ବୈଧତା ୧ ବର୍ଷ ହୋଇଥିବା ବେଳେ ସେବାୟତମାନଙ୍କ ପରିବାର ସଦସ୍ୟମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏହି ଅଭିଯାନର ଏକ ଅଂଶ ଭାବେ ସନସାଇନ୍ ହସପିଟାଲ୍ ଭୁବନେଶ୍ୱର ପକ୍ଷରୁ ସେବାୟକମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଚେକ୍ ଅପ୍ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ଅର୍ଥୋପେଡିକ୍, ଆର୍ଥେ୍ରାସ୍କୋପି, ନୁ୍ୟରୋଲୋଜି, କାର୍ଡିଓଲୋଜି, ଡାଏବେକ୍ଟୋଲୋଜି, ଲାପାରୋସ୍ପୋକି, ଗ୍ୟାଷ୍ଟେ୍ରା ଓ ବାରିଆଟ୍ରିକ୍ ରୋଗୀମାନଙ୍କର ଚିକିତ୍ସା କରାଯାଇଥିଲା । ଏହି ଶିବିରରେ ଫିଜିଓଥେରାପି ଓ ଡାଏଟ୍ କାଉନ୍ସେଲିଂ ମଧ୍ୟ ପ୍ରଦାନ କରାଯାଇଥିଲା । ପୁରୀର ନାଗରିକମାନଙ୍କ ପାଇଁ ସନ୍ସାଇନ୍ ହସପିଟାଲ୍ ପକ୍ଷରୁ ପୁରୀଠାରେ ୨୪ ଘଂଟିଆ ଏସିଏଲ୍ଏସ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି । ଏହି ସେବା ହାସଲ କରିବା ପାଇଁ ୯୩୩୮୧୦୮୧୦୮ରେ ଯୋଗାଯୋଗ କରାଯାଇପାରିବ ।

ଏହି ଅବସରରେ ଡକ୍ଟର ସଚିନ ଜୈନ, ଉପ-ସଭାପତି-ଅପରେସନ୍, ସନ୍ସାଇନ୍ ହସ୍ପିଟାଲ୍ ଭୁବନେଶ୍ୱର କହିଛନ୍ତି ଯେ, “ପ୍ରଭୂ ଜଗନ୍ନାଥଙ୍କ ଭକ୍ତମାନଙ୍କୁ ଆଧ୍ୟାତ୍ମିକ କୃପା ପ୍ରଦାନ କରୁଥିବା ସେବାୟତମାନଙ୍କ ଯତ୍ନକୁ ଦୃଷ୍ଟିରେ ରଖି ଆମେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ ଯେଉଁଥିରେ ସେମାନେ ସନସାଇନ୍ ହସପିଟାଲ୍ରେ ରିହାତିରେ ଚିକିତ୍ସା ସୁବିଧା ଓ ଅନ୍ୟାନ୍ୟ ମୂଲ୍ୟଯୁକ୍ତ ସେବା ପାଇପାରିବେ । କମୁ୍ୟନିଟିର ସେବା ଓ ସମାଜକୁ ସେବା ପ୍ରଦାନ କରିବା ପାଇଁ ସନ୍ସାଇନ୍ ହସ୍ପିଟାଲ୍ର ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରିବା ପାଇଁ ଗ୍ରହଣ କରାଯାଇଥିବା ଅନେକ ପଦକ୍ଷେପ ଭଳି ଏହା ଆଉ ଏକ ପଦକ୍ଷେପ । ଏଭଳି ଅନ୍ୟ ଏକ ଅଭିଯାନରେ ଆମେ କମିସନରେଟ ପୁଲିସ, ଭୁବନେଶ୍ୱର ଓ କଟକ ପାଇଁ କାମ କରୁଥିବା କର୍ମଚାରୀଙ୍କ ନିମନ୍ତେ “ରକ୍ଷକ’ କାର୍ଡ ପ୍ରଚଳନ କରିଛୁ । ’’

Share in top social networks!