ଆରମ୍ଭ ହେଲା ଓଡିଶା ପରିବେଶ କଂଗ୍ରେସ ୨୦୧୬

envongressପରିମଳ ଓ ପରିଚ୍ଛନ୍ନତା ଦିଗରେ ସରକାର ଏବଂ ବିଭିନ୍ନ ସଂଗଠନ ଦ୍ୱାରା ଅନେକ ପଦକ୍ଷେପ ନିଆଯାଇଛି । ଗ୍ରାମାଞ୍ଚଳଗୁଡିକରେ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ, ପୋଷ୍ଟର ଓ ସୁଲଭ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିପାଇଁ ଓଡିଶା ରାଜ୍ୟ ଜଳ ଓ ପରିମଳ ମିଶନ ଯଥା ପ୍ରୟାସ ଜାରି ରଖିଛି । ତେବେ ଏକ୍ଷେତ୍ରରେ ଲୋକେ ନିଜେ ଦାୟିତ୍ୱ ନେବାର ଆବଶ୍ୟକତା ରହିଛି । ଆମ ଦୈନନ୍ଦିନ ବ୍ୟବହାରରେ ପରିବର୍ତ୍ତନ ଆସିଲେ ପରିମଳ ଓ ପରିଚ୍ଛନ୍ନତା କ୍ଷେତ୍ରରେ ସୁଧାର ଆସିପାରିବ ବୋଲି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।
ଜଳ, ପରିମଳ ଓ ପରିଚ୍ଛନ୍ନତା ବିଷୟରେ ଆଧାରିତ ୭ମ ଓଡିଶା ପରିବେଶ କଂଗ୍ରେସ୨୦୧୬ ସ୍ଥାନୀୟ ଖଣିଜ ଓ ପଦାର୍ଥ ପ୍ରାଦ୍ୟୋଗିକ ପ୍ରତିÂାନ ଠାରେ ଆରମ୍ଭ ହୋଇଯାଇଛି । ଏହି ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀମିଶ୍ର କହିଥିଲେ, ବିଷାକ୍ତ ଖାଦ୍ୟ ଦ୍ୱାରା ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ଅଧିକାଂଶ ଲୋକ ରୋଗାକ୍ରାନ୍ତ ହୁଅନ୍ତି । ଯାହାକୁ ଆମେ ଅପପୃÂି ବୋଲି କହୁ, ପ୍ରକୃତରେ ଆମ୍ବ ଟାକୁଆ ଖାଇ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି । ଏଥି ପାଇଁ ଲୋକଙ୍କୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ । ସ୍ୱଚ୍ଛତା କ୍ଷେତ୍ରରେ ଲୋକେ ନିଜ ବ୍ୟବହାରରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଆଉ ଆଗାମୀ ଦିନରେ ଏଥିପାଇଁ କଠୋର ଆଇନ ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଉଦ୍ଘାଟନୀ ଉସôବର ସମ୍ମାନିୟ ଅତିଥି ଭାବେ ଯୋଗଦେଇ ପଞ୍ଚାୟତି ରାଜ ମନ୍ତ୍ରୀ ଡଃ. ଅରୁଣ ସାହୁ ଏ ପ୍ରସଂଗରେ ସର୍ବାଧିକ ପ୍ରଚାର ଓ ପ୍ରସାର ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ଆବଶ୍ୟକୀୟ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ରହିଛି । ଜଳ ଓ ପରିମଳର ନିରୀକ୍ଷଣ ପାଇଁ ବ୍ଲକ ଯନ୍ତ୍ରୀମାନଙ୍କୁ ନିୟୋଜନ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏ ପ୍ରସଂଗରେ ଲୋକଙ୍କ ମାନଶିକଗତ ପରିବର୍ତ୍ତନତା ଆଣିବା ପାଇଁ ଆହ୍ୱାନ କରିିଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସାଶନ ସଚିବ ମଧୂସୁଦନ ପାଢୀ କହିଥିଲେ, ବାହାରେ ମଳତ୍ୟାଗ କରିବା କ୍ଷେତ୍ରରେ ବର୍ତ୍ତମାନ ଏକ ପରିବର୍ତ୍ତନ ଆଶିଛି । ଖୋଲା ଶୌଚ ମୁକ୍ତ ଜିଲା ଭାବରେ ଦେବଗଡକୁ ସର୍ବପ୍ରଥମ ଚିହ୍ନଟ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ବର୍ତ୍ତମାନ ଗୋଟିଏ ଲେଖାଏ ବ୍ଲକ ଖୋଲା ଶୌଚ ମୁକ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଏହି ପ୍ରତିଯୋଗୀତା ପ୍ରାୟ ସବୁ ଜିଲ୍ଲାଗୁଡିକରେ ଦେଖିବାକୁ ମିଳୁଛି । ପାନୀୟ ଜଳକୁ ନେଇ ଓଡିଶାର ବିଭିନ୍ନ ସ୍ଥାନରେ ଅନେକ ସମସ୍ୟା ଦେଖାଦେଉଛି । ଆଉ ଏଥିପାଇଁ ଜଳ ସୁରକ୍ଷା ଯୋଜନା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡୁଛି । ପାନୀୟ ଉପଯୋଗୀ ପାଇଁ ଆଗାମୀ ଦିନରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ । ଓଡିଶା ପରିବେଶ କଂଗ୍ରେସର ଅଧ୍ୟକ୍ଷ ଧିରେନ୍ଦ୍ର କୁମାର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନି ଉସôବରେ ଆୟୋଜନ କମିଟିର ସମ୍ପାଦକ ସୁଦର୍ଶନ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡଃ. ବାବୁ ଅମ୍ବାତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟ ତଥା ଦେଶର ବହୁ ପ୍ରତିÂିତ ବିଶେଷଜ୍ଞ, ଗବେଷକ ଓ ବୈଜ୍ଞାନିକଙ୍କ ଦ୍ୱାରା ସଂଗୃହୀତ ସଂଦର୍ଭକୁ ନେଇ ଜଳ, ପରିମଳ ଓ ପରିଚ୍ଛନ୍ନତା ଆଧାରିତ ସଂକଳନ ଉନ୍ମୋଚନ କରାଯାଇଥିଲା ।
ତିନିଦିନ ବ୍ୟାପୀ ଆଇ.ଏମ୍.ଏମ୍.ଟି ସମ୍ମିଳନୀ କକ୍ଷରେ ହେଉଥିବା ଓଡିଶା ପରିବେଶ କଂଗ୍ରେସ ୨୦୧୬ର ପ୍ରଥମ ଦିନରେ ପରିମଳ ଓ ସ୍ୱଚ୍ଛ ପାନୀୟ ଜଳ କ୍ଷେତ୍ରରେ ସର୍ବଭୌମିକ ନ୍ୟାୟ ସଂଗତ ଉପଯୋଗିତାକୁ ନେଇ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲା । ପର୍ଯ୍ୟାୟ ପ୍ରସଙ୍ଗରେ ଭାରତୀୟ ନିର୍ବାଚନ ଆୟୋଗର ଉପଦେÂା ଡଃ. ଭଗବାନ ପ୍ରକାଶ, ଭାରତ ସରକାରଙ୍କ ପ୍ରାକ୍ତନ ସଚିବ ରମେଶ ଚନ୍ଦ୍ର ପଣ୍ଡା, ଗ୍ରାମ୍ୟ ଜଳ ଓ ପରିମଳ ମୁଖ୍ୟ ଯନ୍ତ୍ରୀ ଇଂ. ଭଗବାନ ସାହୁ, ଭାରତ ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଣାଳୟର ଅକ୍ଷୟ କୁମାର ରାଉତ, ଡଃ. ଅରବିନ୍ଦ ବେହେରା, ବିଶିଷ୍ଟ ପରିବେଶବିତ୍ ପ୍ରଫେସର ରାଧାମୋହନ,ନାଇଜର ପ୍ରତିÂାନର ପ୍ରାଧ୍ୟାପକ ଡଃ. ପ୍ରଣୟ ସ୍ୱାଇଁ, ରାୟଗଡା ଜିଲ୍ଲାପାଳ ଡଃ.ଜି.ପି. ତାପସ କୁମାର, ଅଭୟ କୁମାର ବିଶ୍ୱାଳ, ବିକାଶ ପତି, ଡଃ. ବି.ବି. ସାମନ୍ତ, ଡଃ. ଏସ୍.ଏନ୍. ପାତ୍ର ପ୍ରମୁଖ ନିଜ ନିଜ ମତ ଓ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏଥିରେ ଜଳ, ପରିମଳ ଓ ପରିଛନ୍ନତା ଉପରେ କାମ କରୁଥିବା ବା ଦାୟିତ୍ୱରେ ଥିବା ଅନେକ ବିଶିÂ ବିଶେଷଜ୍ଞ, ବୈଜ୍ଞାନିକ, ଗବେଷକ, ଚିନ୍ତାନାୟକ, ମନ୍ତ୍ରୀ, ବିଧାୟକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିÂ ଅଧିକାରୀ, ସାମାଜିକ କର୍ମୀ, ନେତୃସ୍ଥାନୀୟ ଜନତା, ଉଦ୍ଯୋଗୀ ଓ ଉଦ୍ଭାବକ ଯୋଗଦେଇଥିଲେ । ଓଡିଶା ପରିବେଶ କଂଗ୍ରେସକୁ ଜଳ, ପରିମଳ ଓ ପରିଛନ୍ନତା ତଥା ପରିବେଶ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡିତ ଥିବା ଅନେକ ସରକାରୀ ଓ ବେସରକାରୀ ବିଭାଗ ଓ ସଂଗଠନ ମିଳିତ ଭାବରେ ଆୟୋଜନ କରୁଛନ୍ତି । ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡିଶା ଗ୍ରାମ୍ୟ ଜଳ ଓ ପରିମଳ ମିଶନ, ଭାରତୀୟ ଖଣିଜ ଓ ପଦାର୍ଥ ପ୍ରତିÂାନ (ଆଇ.ଏମ.ଏମ.ଟି.), ୱାଟରଏଡ୍, ୟୁନିସେଫ, ଲାନ୍ସା, ଜାଭିୟର ୟୁନିଭରସିଟି, ପ୍ରାକ୍ଟିକାଲ ଆକ୍ସନ, ସେଣ୍ଟର ଫର ଏନଭାରନମେଣ୍ଟ ଷ୍ଟଡିଜ, ଗ୍ରାମ ବିକାଶ, ନୂଆଦିଲ୍ଲୀସ୍ଥ ଅରବାନ ଡେଭେଲପମେଣ୍ଡ ରିସୋର୍ସ ସେଣ୍ଟର ଭଳି ଅନେକ ଅନୁÂାନର ସହାୟତାରେ ହ୍ୟୁମାନ ଡେଭେଲପମେଣ୍ଟ ଫାଉଣ୍ଡେସନ, ସେଣ୍ଟର ଫର ଏନଭାଇରନମେଣ୍ଟ ଆଣ୍ଡ ଡେଭେଲପମେଣ୍ଟ, ରିଜିଓନାଲ ମ୍ୟୁଜିୟମ ଅଫ ନ୍ୟାଚୁରାଲ ହିଷ୍ଟୋରି, ଏବ ରିଜିଓନାଲ ସେଣ୍ଟର ଫର ଡେଭଲପମେଣ୍ଟ କୋ-ଅପରେସନ ଓଡିଶା ପରିବେଶ କଂଗ୍ରସକୁ ଆୟୋଜନ କରୁଛନ୍ତି ।

Share in top social networks!
Powered By Indic IME