ଗେଲ୍ ରଫତାର୍ ସିଜିନ୍ -୨ର ଓଡିଶା ଜିଲ୍ଲା ଟ୍ରାୟଲ୍ସ୍ରୁ ୨୨୨ ଜଣ ଆଥଲେଟ୍ ଜୋନାଲ୍ ଟ୍ରାଏଲ୍କୁ ଉନ୍ନୀତ

raftarଅନଗୁଳ ଜିଲ୍ଲାରେ ଅନ୍ତିମ ଟ୍ରାୟଲ୍ସ୍ ସହିତ ଓଡିଶାରେ ଘଣଉଝ ଗେଲ୍ ରଫତାର୍ ସିଜିନ୍ ୨ ର ଜିଲ୍ଲାସ୍ତରୀୟ ଟ୍ରାୟଲ୍ ସଫଳ ଭାବେ ଉଦ୍ୟାପନ ହୋଇଯାଇଛି । ସମଗ୍ର ରାଜ୍ୟରୁ ଚୟନ ହୋଇଥିବା ମୋଟ୍ ୨୨୨ ଜଣ ଆଥଲେଟ୍ ଆସନ୍ତା ବର୍ଷ ପ୍ରାରମ୍ଭରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜୋନାଲ୍ ଟ୍ରାୟଲ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହି ଆୟୋଜନ ନ୍ୟାସନାଲ୍ ଯୁବ କୋଅପରେଟିଭ୍ ସୋସାଇଟି(ଘଣଉଝ)ର ରାଜ୍ୟବ୍ୟାପି ଚାଲିଥିବା ୨୦୨୦/୨୦୨୪ ଅଲିମ୍ପିକ୍ସ ପାଇଁ ପ୍ରତିଯୋଗୀ ଚୟନ ଅଭିଯାନର ଏକ ଅଂଶ ।

ଏହି ଅଭିଯାନରେ ଓଡିଶାର ୩୦ଟି ଜିଲ୍ଲା ଯେପରିକି କେଉଁଝର, କଟକ, ଗଞ୍ଜାମ୍, ସୁନ୍ଦରଗଡ୍, ଅନଗୁଳ, ଗଜପତି, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜ୍ପୁର୍, ପୁରୀ, ମୟୁରଭଞ୍ଜ, କନ୍ଧମାଳ, ନୟାଗଡ, ବରଗଡ, ଦେବଗଡ, ଝାରସୁଗୁଡା, କୋରାପୁଟ୍, ଭଦ୍ରକ୍, ଢେଙ୍କାନାଳ, କଳାହାଣ୍ଡି, ମାଲକାନାଗିରି, ରାୟଗଡା, ବାଲାସୋର, ସମ୍ବଲପୁର୍, ବଲାଙ୍ଗିର୍, ନୂଆପଡା, ସୁବର୍ଣ୍ଣପୁର୍, ବୌଧ, ଜଗତସିଂପୁର୍ ଏବଂ ନବରଙ୍ଗପୁର୍କୁ ସାମିଲ୍ କରାଯାଇଛି ।

ରାଜ୍ୟରୁ ମୋଟ୍ ୫୧୧୫ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୬ଟି ଜିଲ୍ଲା ସ୍ତରୀୟ ଟ୍ରାୟଲ୍ରୁ କରାଯାଇଥିଲା ଏହି ଟ୍ରାୟଲ୍ ଯଥାକ୍ରମେ ଫୁଲବାଣୀ (୧୯), କେଉଁଝର (୫୧), କଟକ (୩୫), ଗଞ୍ଜାମ୍ (୫୮), ସୁନ୍ଦରଗଡ (୩୫) ଏବଂ ଅନଗୁଳ (୨୪) ସମୁଦାୟ ୬୬୬ ଜଣ ପ୍ରତିଯୋଗୀ ଏହି ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରୟାରେ ବଛା ଯାଇଥିଲେ ।

ଘଣଉଝ ଗେଲ୍ ରଫତାର୍ ସିଜିନ୍ ୨ ହେଉଛି ଏକ ପ୍ୟାନ୍ ଇଣ୍ଡିଆ ପ୍ରତିଭା ଚୟନ କାର୍ଯ୍ୟକ୍ରମ, ଯାହାଦ୍ୱାରା ଆସନ୍ତା ୨୦୨୦/୨୪ରେ ହେବାକୁ ଥିବା ଅଲିମ୍ପିକ୍ସରେ ଦେଶର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଉଦୀୟମାନ ପ୍ରତିଭାମାନଙ୍କୁ ଖୋଜିବା, ଯାଞ୍ଚ କରିବା, ଚୟନ ବା ତାଲିମ୍ ପ୍ରଦାନ କରି ସେମାନଙ୍କୁ ପ୍ରସ୍ତୁତ କରୁଛି । ଗେଲ୍ ଇଣ୍ଡଆ ଲିମିଟେଡ୍ ଏହି ଅଭିଯାନକୁ ସମର୍ଥନ କରୁଛି ଏବଂ ନ୍ୟାସନାଲ୍ ଯୁବ କୋଅପରେଟିଭ୍ ସୋସାଇଟି ଦ୍ୱାରା ଏହା କାର୍ଯ୍ୟକାରୀ କରାଯାଉଛି ଯେଉଁଥିରେ ୧୦୦ ମିଟର, ୨୦୦ ମିଟର୍ ଏବଂ ୪୦୦ ମିଟର୍ ଟ୍ରାକ୍ ଇଭେଣ୍ଟରେ ୧୧-୧୭ ବୟସର ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିପାରିବେ । ଏହି ଅଭିଯାନ ପାଇଁ ନ୍ୟାସନାଲ୍ ଯୁବ କୋଅପରେଟିଭ୍ ସୋସାଇଟି ମେସର୍ସ ଏଙ୍ଗଲିୟନ୍ ମେଡାଲ୍ ହଣ୍ଟ କମ୍ପାନୀ ସହ ବୈଷୟିକ ସହଯୋଗିତା ପାଇଁ ହାତ ମିଳାଇଛି ।

ଚୟନ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ, ଚୟନ କରାଯାଇଥିବା ସମଗ୍ର ଦେଶରେ ୧୦୦ଟି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଟ୍ରାଏଲ୍ ସମ୍ପନ୍ନ ହୋଇଥିଲା । କମିଟି ଦ୍ୱାରା ନିଯୁକ୍ତ ପ୍ରଶିକ୍ଷକ ଏବଂ ଚୟନକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଅଭିଯାନ ସଂଚାଳନ କରାଯାଇଥିଲା । କମିଟି ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଯୋଗ୍ୟତା ଭତ୍ତିରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯିବ । ଜିଲ୍ଲା ସ୍ତରୀୟ ଟ୍ରାଏଲ୍ ପରେ ଜୋନାଲ୍ ଟ୍ରାଏଲ୍ ଏବଂ ଜାତୀୟ ସ୍ତରୀୟ ଟ୍ରାଏଲ୍ ହେବ, ସେମାନଙ୍କ ମଧ୍ୟରୁ ୯ ଜଣ ଶ୍ରେÂ ପ୍ରତିଯୋଗୀଙ୍କୁ ଚୟନ କରାଯିବ ଏବଂ ସେମାନଙ୍କୁ ୨୦୨୦/୨୪ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିବା ନିମନ୍ତେ ବିଶ୍ୱ ସ୍ତରୀୟ ତାଲିମ୍ ପ୍ରଦାନ କରାଯିବ ।

ଏହି ସିଜନ୍ ପାଇଁ ବିଶଷ୍ଟ ଆଥ୍ଲେଟ୍ ପି ଟି ଉଶା ଏବଂ ଶ୍ରୀରାମ୍ ସିଂଙ୍କ ସମେତ ଅନ୍ୟ ପ୍ରତିÂିତ ସଦସ୍ୟ ଯେପରିକି ଅଲିମ୍ପିୟାଡ୍ ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ୱାଳ, ଏସିଆ ଏବଂ କମନ୍ୱେଲ୍ଥ ମେଡାଲ ବିଜୟିନୀ କବିତା ରାଉତ୍ ଏବଂ ଭି ମୁରଲିଧରନ୍ ଜାତୀୟ ଚୟନ କମିଟିର ନେତୃତ୍ୱ ନେବେ । ଏହି କମିଟି ଜାତୀୟ ସ୍ତର ପାଇଁ ପ୍ରତିଯୋଗୀ ଚୟନ କରିବା ନିମନ୍ତେ ଯୋଗ୍ୟତା ନିର୍ଦ୍ଧାରଣ, ତାଲିମ ଯୋଜନା ଏବଂ ମୋଡୁ୍ୟଲ୍ ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ନିର୍ବାହ କରିବେ ।

ଏହି ଯୋଜନାର ପ୍ରଥମ ସିଜିନ୍ରେ ୧୦ଟି ରାଜ୍ୟର ୫୨ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଥିଲେ, ଏଥିରେ ମୋଟ୍ ୨୬,୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଶ୍ରେÂ ୯ ଜଣଙ୍କୁ ଚୟନ କରାଯାଇଥିଲା । ମନୋନୀତ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଆବଶ୍ୟକୀୟ କିଟ୍ ଏବଂ ଆସେସୋରିଜ୍, ପୋଷଣ ଏବଂ ସପ୍ଲିମେଣ୍ଟ, ନିୟମିତ ବ୍ୟବଧାନରେ ପ୍ରଦର୍ଶନ ମୂଲ୍ୟାଙ୍କନ ଏବଂ ସମୀକ୍ଷା ତଥା ସ୍ଥାନୀୟ ସ୍ତରରେ ବ୍ୟକ୍ତିଗତ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଛି । ସେମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡାବିତ୍ମାନେ ଏକ ଅନ୍ତରାଷ୍ଟ୍ରୀୟ ତଥା ଦୁଇଟି ଘରୋଇ ଶିବିରରେ ଅଂଶଗ୍ରହଣ କରିବା ନିମନ୍ତେ ସୁଯୋଗ ପାଇ ପାରିବେ ।

Share in top social networks!