କ୍ୟାସଲେସ୍ ଦେଣନେଣ ମାମଲାରେ ଦାୟିତ୍ୱ ନ ନେଇ ଅନ୍ୟ ମୁଣ୍ଡରେ ଦୋଷ ଲଦି ଲୋକମାନଙ୍କ ସମସ୍ୟାକୁ ଠେଲି ସେଥିରୁ ଆତ୍ମସନ୍ତୋଷ ପାଇବା ରାଜ୍ୟ ସରକାରଙ୍କର ଦାୟିତ୍ୱହୀନ ଚରିତ୍ରକୁ ସ୍ପଷ୍ଟ କରୁଛି : ବିଜେପି

ରାଜ୍ୟରେ ନଗଦ ନେଣଦେଣ ବନ୍ଦ କରି କ୍ୟାସ ଲେସ ଉପାୟରେ କ୍ରୟ ବିକ୍ରୟର ବ୍ୟବସ୍ଥା ପାଇଁ ରାଜ୍ୟରେ ଆଦୌ ଭିତିଭୂମି ନ ଥିବା ବିଜେଡିର ଅଭିଯୋଗକୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କଟୁ ସମାଲୋଚନା କରିଛନ୍ତି । ୧୭ ବର୍ଷର ଶାସନ ପରେ ରାଜ୍ୟରେ ପଂଚାୟତ ପର୍ଯ୍ୟନ୍ତ ସୂଚନା କ୍ରାନ୍ତିର ଅଂଗ ଭାବେ ଇଂଟରନେଟ ସେବା କାହିଁକି ପହଂଚି ପାରି ନାହିଁ ପ୍ରଥମେ ବିଜେଡି ତାର ଜବାବ ରଖିବା ପାଇଁ ଶ୍ରୀ ହରିଚନ୍ଦନ ଆହ୍ୱାନ ଜଣାଇଛନ୍ତି ।
ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଥ୍ୟକୁ ଉଦ୍ଧୃତ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଟେକ୍ଲୋଲଜି ଆଡଭାଇଜର ସାମ ପିଟ୍ରୋଡାଙ୍କ ସହ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସବୁ ପଂଚାୟତକୁ ଇନଫରମେସନ ସୁପର ହାଇବେ ଫାଇବର ଅପ୍ଟିକ ମାଧ୍ୟମରେ ପହଂଚାଇବା ପାଇଁ ଜାନୁଆରୀ ୨୦୧୬ରେ ଘୋଷଣା କରିଥିଲେ । ରାଜ୍ୟର ଜନ ସେବାକୁ ଅନଲାଇନ କରିବା ପାଇଁ ପଦକ୍ଷେପ ନିଆ ଯାଉଥିବା କହିଥିଲେ । ପିଟ୍ରୋଡା କୁଆଡେ ଗଲେ ଓ ଇଂଟରନେଟ ସୁପର ହାଇବେ କୁଆଡେ ଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ସେହିପରି ଜୁନ ୨୦୧୫ରେ ସୂଚନା ପ୍ରଯୁକ୍ତି ବିଭାଗର କାର୍ଯ୍ୟ ସମୀକ୍ଷା କରି ଖୁବ ଶୀଘ୍ର ସବୁ ଗ୍ରାମ ପଂଚାୟତକୁ ବ୍ରଡ ବ୍ୟାଣ୍ଡ ମାଧ୍ୟମରେ ଇଂଟରନେଟ ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ସବୁ ବିଭାଗର ଯୋଜନା ଖର୍ଚର ୨ ପ୍ରତିଶତ ଓ ମୋଟ ବଜେଟର ୧ ପ୍ରତିଶତ ଇଲେକ୍ଟେ୍ରାନିକ ଆଧାରିତ ସେବା ପ୍ରଦାନ ପାଇଁ ବ୍ୟବସ୍ଥା କରିବା ସହ ତିନି ମାସ ମଧ୍ୟରେ ରୋଡ ମ୍ୟାପ ପ୍ରସ୍ତୁତ କରି ଏହାକୁ କ୍ରିୟାନ୍ୱିତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।
ସେହିପରି ଜୁନ ୨୦୧୬ରେ ଶକ୍ତି, ଇଲେକ୍ଟେ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସମୀକ୍ଷା କରି ସେହି ମାସରେ ରାଜ୍ୟରେ ଟେଲିକମ ନୀତି ପ୍ରଚଳନ କରିବେ ବୋଲି ଘୋଷଣା କରିଥିଲେ । ଏହି ଦିନ ନୂଆ ବିପିଓ ନୀତି ଘୋଷଣା କରାଯିବ ଓ ଗ୍ରାମାଂଚଳରେ ୧୦ ହଜାର ବିପିଓ ପ୍ରତିÂା କରାଯିବ ଓ ଏହା ଅନ୍ତର୍ଗତ ଗ୍ରାମ ପଂଚାୟତ ପର୍ଯ୍ୟନ୍ତ ବ୍ରଡ ବ୍ୟାଣ୍ଡ ମାଧ୍ୟମରେ ଇଂଟରନେଟ ସେବା ପ୍ରଦାନ କରା ଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।

ସିଧା ସିଧା ମୁଖ୍ୟମନ୍ତ୍ରୀଙ୍କ ଏତିକି ଘୋଷଣା ପରେ ଯଦି ବିଜୁ ଜନତା ଦଳ ଅଧିକୃତ ଭାବେ ବିବୃତି ରଖିଛି ଯେ, ରାଜଧାନୀରୁ ୩୦ କିମି ଦୂରରେ ଇଂଟରନେଟ ସେବା ଉପଲବ୍ଧ ନାହିଁ ଏହା ନବୀନ ପଟ୍ଟନାୟକଙ୍କର ସ୍ଥାଣୁତା, ଅପାରଗତାକୁ ଦଳ ସ୍ୱୀକାର କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ମିଛରେ ଦୋଷ ଦେଇ ନିଜ ଦାୟିତ୍ୱ ପାଳନରୁ ଦୂରେଇ ଯାଉଛି । ଯଦି ରାଜ୍ୟ ସରକାର ବିମୁଦ୍ରୀକରଣକୁ ସମର୍ଥନ କରୁଛି ତା ହେଲେ ବିନା ନଗଦ ନେଣଦେଣ ପ୍ରକ୍ରିୟା ଉପଲବ୍ଧ ଉପକ୍ରମମାନଙ୍କୁ ବ୍ୟବହାର କରି ଲୋକ ସମସ୍ୟାର ସମାଧାନ ପାଇଁ କାହିଁକି ରୁଚି ନେଉ ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ସବୁ ବ୍ୟାଙ୍କର ମୋଟ ୪୯୫୯ଟି ଶାଖା ରହିଛି । ୬୦୫୬ଟି ଏଟିଏମ, ୩୮୯୨ଟି ମାଇକ୍ରୋ ଏଟିଏମ ଓ ୬୩୩୫ ବ୍ୟାଙ୍କିଂଗ କରେସ୍ପୋଣ୍ଡେଂଟ ରହଛନ୍ତି । ରାଜ୍ୟରେ ୬୫୦୦ କମନ ସର୍ଭିସ ସେଂଟରରେ ସେବା ଯୋଗାଇ ଦେବାର ବ୍ୟବସ୍ଥା ଅଛି । ରାଜ୍ୟରେ ୧୨ ଶହ ରେଗୁଲାର ପୋଷ୍ଟ ଅଫିସ ସହ ମୋଟ ୮୧୭୪ଟି ସ୍ଥାନରେ ପୋଷ୍ଟାଲ ସେବା ଉପଲବ୍ଧ ରହିଛି । ବ୍ୟାଙ୍କର ଶାଖା ଠାରୁ ସବୁ ବ୍ୟାଙ୍କ କରେସ୍ପଣ୍ଡେଂଟ ପର୍ଯ୍ୟନ୍ତ ଇଂଟରନେଟ ସେବା ଉପଲବ୍ଧ ଅଛି । ୬୫୦୦ କମନ ସର୍ଭିସ ସେଂଟରରେ ଅଳ୍ପ କେତେକୁ ଛାଡିଲେ ଇଂଟରନେଟ ସେବା ମଧ୍ୟ ଉପଲବ୍ଧ ଅଛି ।
ରାଜ୍ୟ ସରକାର ଉପଲବ୍ଧ ଉପକ୍ରମ ଗୁଡିକର ଉପଯୁକ୍ତ ବ୍ୟବହାର କରିବା ପାଇଁ ମାନସିକ ଦୃଷ୍ଟିରୁ ପ୍ରସ୍ତୁତ ହେଲେ ବିନା ନଗଦ ନେଣଦେଣରେ ସେବା ପହଂଚା ଯାଇ ପାରିବ । ମାତ୍ର ଖାଲି ପାଟିରେ ବିମୁଦ୍ରୀକରଣକୁ ସମର୍ଥନ କରି ବିମୁଦ୍ରୀକରଣର ଦୀର୍ଘକାଳୀନ ସଫଳତା ପାଇଁ ବିନା ନଗଦ ନେଣଦେଣ କାର୍ଯ୍ୟକୁ ସହଯୋଗ କରି ଆଗକୁ ୂବଢାଇବା ବଦଳରେ ରାଜ୍ୟ ସରକାର କେବଳ ନିଜେ ଦାୟିତ୍ୱ ନ ନେଇ ଅନ୍ୟ ମୁଣ୍ଡରେ ଦୋଷ ଲଦି ଲୋକମାନଙ୍କ ସମସ୍ୟାକୁ ଠେଲି ସେଥିରୁ ଆତ୍ମ ସନ୍ତୋଷ ପାଇବା ରାଜ୍ୟ ସରକାରଙ୍କର ଦାୟିତ୍ୱହୀନ ଚରିତ୍ରକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି ଉପସ୍ଥିତ ଥିଲେ

Share in top social networks!