ମେୟର ଅନନ୍ତ ଜେନାଙ୍କ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ସମୟ ମାଗିଲା ବିଜେପି

bjppppଭୁବନେଶ୍ୱର ମେୟର ତଥା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ଜେନାଙ୍କ ଯୌନ କେଳେଙ୍କାରୀରେ ସଂପୃକ୍ତି ଓ ଏହା ସହ ଜଣେ ଛାତ୍ରର ହତ୍ୟା ଜଡିତ ଘଟଣାରେ ବିଜେପିର ଏକ ରାଜ୍ୟ ସ୍ତରୀୟ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଡିସେମ୍ବର ୨୦ ତାରିଖ ଦିନ ସମୟ ମାଗିଛି ।
ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେବା ପାଇଁ ଅନୁରୋଧ କରାଯାଇଛି ।
ଏହି ସାକ୍ଷାତ ସମୟରେ ମେୟରଙ୍କ ଯୌନ କେଳେଙ୍କାରୀରେ ସଂପୃକ୍ତି ତଥା ଏହା ସହ ଯୋଡି ହୋଇଥିବା ଛାତ୍ର ଋଷିଙ୍କ ହତ୍ୟା ରହସ୍ୟ ନେଇ ତଥ୍ୟ ପ୍ରମାଣ ସମ୍ବଳିତ ଏକ ସିଡି ତଥା ଅନ୍ୟାନ୍ୟ ପ୍ରମାଣ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ପାଇଁ ପ୍ରତିନିଧି ଦଳ ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ମଲିକ ପ୍ରକାଶ କରିଛନ୍ତି ।
ଦଳର ଜଣେ ବରିÂ ନେତାଙ୍କ କେଳେଙ୍କାରୀକୁ ଦଳୀୟ ନେତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ସଠିକ ଭାବରେ ଅବଗତ କରାଇବା ନେଇ ସନେ୍ଦହ ଅଛି ବୋଲି ଶ୍ରୀ ମଲିକ କହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ପ୍ରତିନିଧିମଣ୍ଡଳକୁ ସମୟ ଦେଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସଠିକ ଭାବରେ ଘଟଣା ସମ୍ପର୍କରେ ଅବଗତ କରାଇବେ ବୋଲି ଶ୍ରୀ ମଲିକ କହିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ମହିଳା ମୋର୍ଚାର ଅଧ୍ୟକ୍ଷ ପ୍ରଭାତୀ ପରିଡା ତଥା ଯୁବ ମୋର୍ଚା ଅଧ୍ୟକ୍ଷ ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ରହିବେ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

Share in top social networks!