ଆଦାନୀ-ଧାମରା ଉତ୍ସବ ୨୦୧୬ ଉଦ୍ୟାପିତ

adanidhamraportଧାମରା ବନ୍ଦରର ପଞ୍ଚମ ପ୍ରତିÂା ଦିବସ ପାଳନ ଅବସରରେ ଧାମରା ବନ୍ଦର ପରିସରରେ ଦୁଇ ଦିନ ଧରି ଏକ ବର୍ଣ୍ଣାଢ୍ୟ ପରିବେଶରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦଘାଟନୀ ଅବସରରେ ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁବ୍ରତ ତ୍ରିପାଠୀ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯେପରିକି ନେପାଳର କନସୋଲେଟ୍ ଜେନେରାଲ୍ ଶ୍ରୀ ଏକ ନାରାୟଣ ଆରୟାଲ୍ ଏବଂ ଡେପୁଟି କନସୋଲେଟ୍ ଜେନେରାଲ୍ ଶ୍ରୀ ରାମେଶ୍ୱର ପୋଖରେଲ୍ ଯୋଗ ଦେଇଥିଲେ । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦାନୀ ଗ୍ରୁପ୍ର ବହୁ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡିଶୀ ନୃତ୍ୟ ବିଶାରଦ ଦିବ୍ୟାଙ୍ଗ ନିତ୍ୟାନନ୍ଦଙ୍କ ଦ୍ୱାରା ପରିବେଷଣ ହୋଇଥିବା ନୃତ୍ୟ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏଭଳି କାର୍ଯ୍ୟକ୍ରମମାନ ମାଧ୍ୟମରେ ଓଡିଶୀ ନୃତ୍ୟ ପ୍ରଚାର ପ୍ରସାର ଦିଗରେ ତଥା ଆଞ୍ଚଳିକ କଳାକାରମାନଙ୍କୁ ସୁଯୋଗ ଦେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ପାଇଁ ଧାମରା ବନ୍ଦର ସର୍ବଦା ପ୍ରୟାସ ଜାରି ରଖିଛି । ପ୍ରତିÂା ଦିବସ ପାଳନ ଅବସରରେ ସନ୍ଧ୍ୟାରେ ବିଭିନ୍ନ କଳାକାରଙ୍କ ଦ୍ୱାରା ନୃତ୍ୟ ଏବଂ ସଂଗୀତ ପରିବେଷଣ କରାଯାଇଥିଲା, ଏହା ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବିଶିଷ୍ଟ ବାଲୁକାଶିଳ୍ପୀ ପୁରୀର ଏସ୍ଏମ୍ଏସ୍ ଗ୍ରୁପ୍ ଦ୍ୱାରା ନାରୀଶିକ୍ଷା ଶୀର୍ଷକ ଏକ ବାଲୁକା କଳା ପ୍ରଦର୍ଶନ କରାଯାଇଥିଲା ।
ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍ର ୪୦୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ବନ୍ଦର ବୁଲି ଦେଖିଥିଲେ । ଏହା ବନ୍ଦରର ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ “ଉଡାନ” ର ଅଂଶବିଶେଷ । ଏହି କାର୍ଯ୍ୟକ୍ରମରେ କୁଶଳୀ ଇଞ୍ଜିନିୟର ମାନଙ୍କ ଦ୍ୱାରା ବନ୍ଦରର ବିଭିନ୍ନ ଯାନ୍ତ୍ରିକ କୌଶଳ ତଥା ବନ୍ଦର ପରିଚାଳନା ବିଷୟରେ ଛାତ୍ରଛାତୀ୍ରମାଙ୍କୁ ଅବଗତ କରାଯାଇଥିଲା ।
କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି ଭବିଷ୍ୟତରେ କିପରି ବନ୍ଦର କ୍ଷେତ୍ରରେ ନିଜର କ୍ୟାରିୟର ଗଢିପାରିବେ ସେ ଉପରେ ବିଶେଷ ଆଲୋକପାତ କରିଥିଲେ । ଏଥିରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପାରଦର୍ଶିତା ଅର୍ଜନ କରିଥିବା କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଏହି ଦୁଇ ଦିନିଆ ଉତ୍ସବକୁ ଉଦ୍ୟାପନ କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟଯେ ଡିସେମ୍ବର ୧୮,୨୦୧୧ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଧାମରା ବନ୍ଦର ଆନୁÂାନିକ ଭାବେ ଉଦ୍ଘାଟିତ ହୋଇଥିଲା । ଅଧିକନ୍ତୁ ମେ ୬,୨୦୧୧ରେ ଧାମରା ବନ୍ଦର ଏହାର ବାଣିଜି୍ୟକ କାରବାର ଆରମ୍ଭ କରିଥିଲା ।
ଆଦାନୀ ପୋର୍ଟ୍ସ ଏବଂ ଏସ୍ଇଜେଡ୍ ଦ୍ୱାରା ସମ୍ପୂର୍ଣ୍ଣ ଅଧିଗୃହୀତ ଧାମରା ବନ୍ଦରରେ ବର୍ତମାନ ଦୁଇଟି ବର୍ଥ କାର୍ଯ୍ୟରତ ଏବଂ ଧାମରାଠାରୁ ଭଦ୍ରକ ପର୍ଯ୍ୟନ୍ତ ୬୨ କି.ମି ଦୀର୍ଘ ସମ୍ପୂର୍ଣ୍ଣ ବୈଦ୍ୟୁତିକ ରେଳ ଲାଇନ ମାଲ ପରିବହନ ନିମନ୍ତେ ନିର୍ମିତ ହୋଇଛି । ବର୍ତମାନ ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ କାର୍ଯ୍ୟ ଚାଲୁରହିଛି ।

Share in top social networks!