ଅନ୍ତର୍ଭୁକ୍ତି ଉନ୍ନୟନ, ଆର୍ଥିକ ଦୃଢ଼ତା ସହ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ର ଭୂମିକା ଉଲ୍ଲେଖନୀୟ – ରାଜ୍ୟପାଳ

rbi2ଆର୍ଥିକ ଦୃଢ଼ତା ସହିତ ଦେଶର ମୁଦ୍ରାରମୂଲ୍ୟ ଉପରେ ଭରସା ବଜାୟ ରଖିବା ହେଉଛି ରିଜର୍ଭ ବ୍ୟାଙ୍କ୍ର ପ୍ରମୁଖ ଦାୟିତ୍ୱ । ଘରୋଇ କ୍ଷେତ୍ରରୁ ହେଉ କି ମୁଦ୍ରାର ମୂଲ୍ୟ ପରିବର୍ତ୍ତନ କାରଣରୁ ହେଉ, ଚାହିଦାର ଚାପ କି ଯୋଗାଣଗତ ବାଧା କାରଣରୁ ହେଉ; ମୁଦ୍ରାସ୍ପୀତିର ନିୟନ୍ତ୍ରଣ ରିଜର୍ଭ ବ୍ୟାଙ୍କ୍ର ଅନ୍ୟ ଏକ ଦାୟିତ୍ୱ । ପ୍ରତିÂା ସମୟରୁ କୃଷି କ୍ଷେତ୍ରକୁ ରୂଣ ଓ ଅନ୍ୟାନ୍ୟ ସହାୟତା ଯୋଗାଇଦେବା ରିଜର୍ଭ ବ୍ୟାଙ୍କ୍ର ଏକ ମୁଖ୍ୟ ଆଭିମୁଖ୍ୟ ହୋଇ ରହିଛି । ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଏହି
ପ୍ରସଂଗରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ସହ ଅଗ୍ରାଧିକାର ଦେବାକୁ ଗୁରୁତ୍ୱ ଆରୋପ କରୁଥିଲେ । ଅନ୍ତର୍ଭୁକ୍ତି ଅଭିବୃଦ୍ଧି ଲକ୍ଷ୍ୟ ହାସଲ ପାଇଁ ରିଜର୍ଭ ବ୍ୟାଙ୍କ୍ ଆର୍ଥିକ ଅନ୍ତର୍ଭୁକ୍ତି ନିମନ୍ତେ ବିଶେଷ ଉଦ୍ୟମ କରୁଥିବା ରାଜ୍ୟପାଳ ଡ଼. ଏସ୍.ସି. ଜମିର୍ ପ୍ରକାଶ କରିଛନ୍ତି ।

ରିଜର୍ଭ ବ୍ୟାଙ୍କ୍ କର୍ମଚାରୀ ସଂଘ, ଭୁବନେଶ୍ୱରର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ ଭାରତର କେଂଦ୍ରୀୟ ବ୍ୟାଙ୍କ୍ ଭାବରେ ରିଜର୍ଭ ବ୍ୟାଙ୍କ୍ ସବୁବେଳେ ଦରଦାମର ସ୍ଥିରତା ସହିତ ଅର୍ଥନୀତିର ଉପôାଦନକ୍ଷମ କ୍ଷେତ୍ରକୁ ଆବଶ୍ୟକ ମୁତାବକ ରୂଣ ଉପଲବ୍ଧତାକୁ ଗୁରୁତ୍ୱ ଦେଇ ଆସିଛି । ଅନ୍ତର୍ଭୁକ୍ତି ଉନ୍ନୟନ, ଆର୍ଥିକ ଦୃଢ଼ତା ସହ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ର ଭୂମିକା ଉଲ୍ଲେଖନୀୟ ବୋଲି ରାଜ୍ୟପାଳ କହିଛନ୍ତି ।

ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଦେଶର ଆବଶ୍ୟକତା ଅନୁସାରେ ରିଜର୍ଭ ବ୍ୟାଙ୍କ୍ ସଠିକ ପଦକ୍ଷେପ ନେବା ସହ ବ୍ୟାଙ୍କ୍ି କ୍ଷେତ୍ରର କ୍ଷମତାବୃଦ୍ଧି ପାଇଁ ଉଦ୍ୟମ କରୁଛି । ଅର୍ଥନୈତିକ ପରିବର୍ତ୍ତନ ସହ ନୂତନ ଆହ୍ୱାନ ଓ ସୁଯୋଗ ସାମ୍ନାକୁ ଆସିଛି । ଏହାର ମୁକାବିଲା ତଥା ଉପଯୋଗ ନିମନ୍ତେ ରିଜର୍ଭ ବ୍ୟାଙ୍କ୍ ସଦା ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱ ଦେଇ ରାଜ୍ୟପାଳ କହିଲେ ଯେ ନିରବଚ୍ଛିନ୍ନ ଭାବରେ ଏହି ପ୍ରକ୍ରିୟା ଜାରି ରହିବା ଉଚିତ । ଦେଶର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ସହ ସମସ୍ତଙ୍କର ପ୍ରଗତି ପାଇଁ
ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ୍ର ସମ୍ମାନ, ମର୍ଯ୍ୟାଦା ଓ କ୍ରିୟାଶୀଳତାକୁ ଅବ୍ୟାହତ ରଖିବାକୁ ରାଜ୍ୟପାଳ କର୍ମଚାରୀମାନଙ୍କୁ କହିଛନ୍ତି ।

ଅଖିଳ ଭାରତ ରିଜର୍ଭ ବ୍ୟାଙ୍କ୍ କର୍ମଚାରୀ ସଂଘର ସାଧାରଣ ସଂପାଦକ ସମୀର ଘୋଷ, ରିଜର୍ଭ ବ୍ୟାଙ୍କ୍ (ମୁଂବାଇ)ର ସାଧାରଣ ପରିଚାଳକ ସୁସ୍ମିତା ଫୁକନ, ସୁବର୍ଣ୍ଣ ଜୟନ୍ତୀ ଆୟୋଜନ କମିଟିର ସଂପାଦକ ରମେଶ ବେହେରା, ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ୍ର ସାଧାରଣ ପରିଚାଳକ ସୁମନ ନାଥ ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶ୍ରମିକ ନେତା ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସଂବର୍ଧିତ କରାଯିବା ସହ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

Share in top social networks!