ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ-ଗ୍ରାମତରଙ୍ଗ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ପ୍ରଥମ ଇ-ଅଟୋମୋବାଇଲ୍ ନିର୍ମାତା ଭାବେ ମାନ୍ୟତାପ୍ରାପ୍ତ

erickshawପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଓ ସହଯୋଗୀ ସଂସ୍ଥା ଗ୍ରାମତରଙ୍ଗ ଇଲେକ୍ଟେ୍ରାନିକ୍ସ ଅଟୋମୋବାଇଲ ନିର୍ମାତାଭାବେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ “ଇଣ୍ଟର-ନ୍ୟାସନାଲ ସେଣ୍ଟର୍ ଫର୍ଅ ଟୋମୋଟିଭ୍ ଟେକ୍ନୋଲୋଜି” ଦ୍ୱାରା ସଦ୍ୟ ମାନ୍ୟତାପ୍ରାପ୍ତ ହୋଇ ତତ୍ସଂକ୍ରାନ୍ତ ସାର୍ଟିଫିକେଟ୍ ନଂ. ସି.ଏ.ଏଲ୍.ବି.
୦୨୧୦ ତା ୨ା୧୨ା୨୦୧୬ ହାସଲ କରିଅଛି । ବ୍ୟବସାୟିକ ଭିତ୍ତିରେ ବର୍ତ୍ତମାନ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବ୍ୟାଟେରି ପରିଚାଳିତ ରିକ୍ସା ଉପôାଦନ କରିପାରିବ । ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ୬ ମାସ ମଧ୍ୟରେ ଏହି ଅନୁÂାନ ଦୁଇ-ଚକିଆ ବୈଦୁ୍ୟତିକ ଯାନ, ମୁକ୍ତ ଆମ୍ବୁଲାନ୍ସ ଓ ଗଲ୍ଫ-କାର୍ଟ ଇତ୍ୟାଦି ନିର୍ମାଣ କରିବା ପାଇଁ ଗବେଷଣା ଚଳାଇରଖିଛି ।

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଏହାର ସହଯୋଗୀ ଗ୍ରାମତରଙ୍ଗ ସଂସ୍ଥା ଦୀର୍ଘ ୩୦ ମାସ ଧରି ଗବେଷଣା ତଥା ବିଭିନ୍ନ ପ୍ରକାର ପରୀକ୍ଷା ନିରିକ୍ଷା ଚଳାଇ ଓ ଗବେଷଣାରେ ସମୟ ତଥା ଅର୍ଥର ସମୁଚିତ ବିନିଯୋଗ କରି ଏଥିରେ ସଫଳ ହୋଇଛି । ଏହାର ଦୁଇ ଗବେଷକ ସୋମନାଥ ପଟ୍ଟନାୟକ ଓ ଜାକେଶ ସାହୁ ବହୁ ବାଧାବିଘ୍ନ ସତ୍ତେ୍ୱ ଏକ ସଫଳ ଉଦ୍ୟୋଗୀର କଣ୍ଟକିତ ପଥକୁ ଅତିକ୍ରମ କରିପାରିଛନ୍ତି । ପ୍ରାୟୋଗିକ ଶିକ୍ଷା ଓ ଉନ୍ନତ କାର୍ଯ୍ୟ ସାଧନ ପ୍ରଣାଳୀରେ ବ୍ୟାଟେରିଚାଳିତ ତିନି-ଚକିଆ ଯାନ ନିର୍ମାଣରେ ସେମାନେ ସଫଳତା ହାସଲ କରିଛନ୍ତି ।

ଏହି ପ୍ରୋଜେକ୍ଟ ଇଞ୍ଜିନିୟରିଂ ଓ ମ୍ୟାନେଜ୍ମେଣ୍ଟ ବିଦ୍ୟାର୍ଥୀମାନଙ୍କ ପାଇଁ ଡିଜାଇନ୍, ଯାନ୍ତ୍ରିକ କାର୍ଯ୍ୟଧାରା, ରକ୍ଷଣାବେକ୍ଷଣ ଓ ଉତ୍ତରୋତ୍ତର ବ୍ୟବସାୟିକ ସଫଳତା ପାଇଁ ଏକ ନୂତନ ଦିଗ୍ଦର୍ଶନ ଦେଇଛି । ବିଶ୍ୱବିଦ୍ୟାଳୟର ମେକାନିକାଲ ଓ ଇଲେକ୍ଟ୍ରୋନିକ୍ସ ପାଠ୍ୟକ୍ରମରେ ଏହି ପ୍ରୋଜେକ୍ଟ ବିଦ୍ୟାର୍ଥୀମାନଙ୍କ ପାଇଁ ସୂକ୍ଷ୍ମାତୀସୂକ୍ଷ୍ମ ଚିନ୍ତାଧାରାର
ପରିବର୍ଦ୍ଧନ ପାଇଁ ସୁଯୋଗ ଆଣିଛି । ଭାରତ ବାହାରୁ ଏହି ବିଶ୍ୱବିଦ୍ୟାଳୟକୁ ଆସୁଥିବା ଛାତ୍ରମାନଙ୍କ ପାଇଁ ଏହା ବିଶେଷ ଅଧ୍ୟୟନର ଖୋରାକ ଯୋଗାଇଛି । ଗବେଷଣା ମାଧ୍ୟମରେ ସୌରଶକ୍ତି ଓ ବିକଳ୍ପ ଇନ୍ଧନକୁ ବ୍ୟବହାର କରି ନୂତନ ଜ୍ଞାନକୌଶଳ ଆହରଣ କରିବା ପାଇଁ ଏହା ଏକ ନବ ଦିଗନ୍ତ । ବିଶ୍ୱବିଦ୍ୟାଳୟ ସଭାପତି, ପ୍ରଫେସର ଡକ୍ଟର ମୁକ୍ତିକାନ୍ତ ମିଶ୍ର ଏଥିପାଇଁ ବଧେଇ ଜଣାଇବା ସଙ୍ଗେ ସଙ୍ଗେ ଏହାକୁ ପ୍ରାୟୋଗିକ ଜ୍ଞାନକୌଶଳର ପ୍ରଥମ ସୋପାନ ମନେକରି ଅଗ୍ରସର ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

Share in top social networks!