ଓୟୁଜେର ୨୩ ତମ ଦ୍ୱିବାର୍ଷିକ ସମ୍ମିଳନୀରେ ସାମ୍ବାଦିକଙ୍କ କର୍ତବ୍ୟନିÂାକୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ

15541516_1205238369559740_3986137426380004268_n ଓଡିଶା ୟୁନିଅନ ଅଫ ଜର୍ନାଲିଷ୍ଟ (ଓୟୁଜେ)ର ୨୩ ତମ ଦ୍ୱିବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ପ୍ରତିକୂଳ ପରିସ୍ଥିତିର ସାମନା କରିବା ସତ୍ୱେ ସାମ୍ବାଦିକ ମାନେ କଠୋର ପରିଶ୍ରମ ଓ ବିରୋଧର ସାମନା କରି ନିଜର ଦାୟିତ୍ୱ ସମ୍ପାଦନ କରୁଥିବାରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ ଏହି ଉତ୍ସବରେ ଉଦବୋଧନ ଦେଇ କହିଛନ୍ତି ଯେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସମସ୍ତଙ୍କୁ ସମାଲୋଚନା କରିବାର ଅଧିକାର ରହିଛି । ମାତ୍ର ଏଥି ପାଇଁ ନାଲି ଆଖିର ସାମନା କରି ସତ୍ୟକୁ ଲୋକ ଲୋଚନକୁ ଆଣିବାରେ ଗଣମାଧ୍ୟମ ନିଜର ଦାୟିତ୍ୱକୁ ସୁଚାରୁରୂପେ ବହନ କରିଛି ।

ଓୟୁଜେର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାସ ବିହାରୀ ତଥା ସ୍ଥାନୀୟ ନେତୃତ୍ୱ ପ୍ରସନ୍ନ ମହାନ୍ତି ପ୍ରମୁଖ ସାମ୍ବାଦିକ ମାନଙ୍କର ସମସ୍ୟା ସରକାରଙ୍କ ପଦକ୍ଷେପ ସମ୍ପର୍କିତ ବିଷୟ ଉତଥାପନ କରିବା ପରେ ଓଡିଶାର ସାମ୍ବାଦିକ ମାନଙ୍କର ଏକ ପ୍ରତିନିଧି ମଣ୍ଡଳ ନୂଆ ଦିଲ୍ଲୀକୁ ଆସିବାକୁ ଶ୍ରୀ ପ୍ରଧାନ ନିମନ୍ତ୍ରଣ ଦେଇଛନ୍ତି । ଏହି ସାମ୍ବାଦିକ ପ୍ରତିନିଧି ଦଳରେ ସାମିଲ
ହୋଇ ସେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କ ପାଖକୁ ନେଇ ତାଙ୍କ ସହ ଆଲୋଚନା କରି ସାମ୍ବାଦିକଙ୍କ ଦାବି ଓ ଆପତି ଅଭିଯୋଗର ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!