ବିମୁଦ୍ରୀକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅଭିଯୋଗର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା; ରାଜ୍ୟ ସରକାର ଦାୟିତ୍ୱ କମ ନେଇ ଅଯଥା ବିବାଦ ତିଆରିରେ ରୁଚି ରଖୁଛନ୍ତି

15267752_1205238319559745_4291498797079890287_nବିମୁଦ୍ରିକରଣ ପରିପ୍ରେକ୍ଷୀରେ ରାଜ୍ୟର ଗ୍ରାମାଂଚଳ ପର୍ଯ୍ୟନ୍ତ ବ୍ୟାଙ୍କ ନ ଥିବା ଯୋଗୁ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାର ଦାୟିତ୍ୱ କମ ନେଇ ଅଯଥା ବିବାଦ ତିଆରିରେ ରୁଚି ରଖୁଛନ୍ତି ।

ଯେଉଁ ମାନେ ସରକାରରେ ରୁହନ୍ତି କେବଳ ପ୍ରଶ୍ନ ଉଠାନ୍ତି ନାହିଁ, ଦାୟିତ୍ୱ ନେଇ ସମାଧାନର ରାସ୍ତା କାଢିବା ସେମାନଙ୍କର କାମ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ଥିକ କାରବାର ପାଇଁ ବ୍ୟାଙ୍କର ଶାଖା ରହିବା ଏକ ମାତ୍ର ବିକଳ୍ପ ନୁହେଁ । ରାଜ୍ୟରେ ଆଜି ଦିନରେ କେବଳ ଏସବିଆଇର ଶାଖା, ବ୍ୟାଙ୍କିଙ୍କ କରେସ୍ପଣ୍ଡେଂଟ, ଏଟିଏମ ମିଶାଇ
ରାଜ୍ୟର ୨୦ ହଜାର ସ୍ଥାନରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ ରହିଛି ।

ଭାରତ ସରକାରଙ୍କର କମନ ସର୍ଭିସ ସେଂଟର ରାଜ୍ୟର ୬୫୦୦ ସ୍ଥାନରେ ଉପଲବ୍ଧ ରହିଛି , ଯେଉଁ ଠାରେ ଟଙ୍କା ଉଠାଣ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ରାଜ୍ୟ ସରକାର ଅଯଥା ବିବାଦ ତିଆରି ନ କରି ଯେଉଁ ଉପକ୍ରମ ଗୁଡିକ ରହିଛନ୍ତି ତାହାର ଉଚିତ ବ୍ୟବହାର ମାଧ୍ୟମରେ ଲୋକ ମାନଙ୍କୁ କିପରି ସେବା ଯୋଗାଇ ଦିଆ ଯାଇ ପାରିବ ସେଥି ପାଇଁ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟରେ ପେଟ୍ରୋଲ ପମ୍ପ ମାନଙ୍କରେ ନଗଦ ବିହୀନ କାରବାର ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ଟାଙ୍କି ମାନଙ୍କରେ କାର୍ଡ ଓ ବାଲେଟ ମାଧ୍ୟମରେ ଅର୍ଥ ସଂଗ୍ରହ କରିବାର ବ୍ୟବସ୍ଥା ଅଛି ସେଠାରେ ଏହା ୫୦ ପ୍ରତିଶତ ଟପି ସାରିଲାଣି । ସାଧାରଣ ଲୋକ ମାନଙ୍କୁ ସାମୟିକ ଭାବେ ଅସୁବିଧାର ସାମନା କରିବାକୁ ପଡିଲେ ମଧ୍ୟ ସେମାନେ ନରେନ୍ଦ୍ର ମୋଦିଙ୍କ ଏହି ନିର୍ଣୟର ସମର୍ଥନରେ ରହିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!