ଭୁବନେଶ୍ୱର ମେୟର ମାମଲା: ଅଭିଯୋଗର ଆଧାର ଥିଲେ ଅତ୍ୟନ୍ତ ଚିନ୍ତାଜନକ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

15622000_1205238702893040_1629512338447192592_nଭୁବନେଶ୍ୱର ମେୟରଙ୍କୁ ନେଇ ଗଣମାଧ୍ୟମରେ ପ୍ରସାରିତ ଘଟଣା ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ତଥା ବିଜେପି ଓ ଅନ୍ୟ ରାଜନୈତିକ ଦଳ ମାନଙ୍କର ଆନେ୍ଦାଳନ ପରିପ୍ରେକ୍ଷୀରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଏକ ଗମ୍ଭୀର ଆରୋପ ଓ ଯଦି ଏହି ଅଭିଯୋଗର ଆଧାର ଥାଏ ତାହେଲେ ଏହା ଚିନ୍ତାଜନକ ବୋଲି କହିଛନ୍ତି ।

ଗତ ତିନି ଦିନ ଧରି ଗଣମାଧ୍ୟମ ଏହି କାଣ୍ଡ ସହ ଜଣେ ଛାତ୍ରର ଅପମୃତ୍ୟୁ ନା ହତ୍ୟା ଏ ନେଇ ଅଭିଯୋଗ ତିଆରି କରିଛି । ଗଣମାଧ୍ୟମରେ ବିତର୍କ କାରଣରୁ ଏହି ଛାତ୍ରର ମୃତ୍ୟୁ ବା ହତ୍ୟା ନେଇ ବିଭିନ୍ନ ବିଷୟ ଚର୍ଚାକୁ ଆସୁଛି । ଯାହା ଜଣା ପଡୁଛି ସ୍ଥାନୀୟ ତଦନ୍ତକାରୀ ସଂସ୍ଥା ଓ ପୋଲିସ ବ୍ୟବସ୍ଥା ଏହି ଘଟଣାକୁ ଯେତିକି ଗୁରୁତ୍ୱର ସହ ନେବା
କଥା ସେତିକି ଗୁରୁତ୍ୱ ଦେଇ ନ ଥିଲା । ଏହି ମାମଲାକୁ ରଫା ଦଫା କରିବାକୁ ଚେଷ୍ଟା କରାଯାଉଥିବା ପରି ଜଣା ପଡୁଛି । ଯଦି କ୍ଷମତାଶାଳୀ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ଆସିବ ଆଉ ଉଚିତ ତଦନ୍ତ ହୋଇ ଆଇନ ଅନୁ ଯାୟୀ ପଦକ୍ଷେପ ନିଆ ନ ଯିବ ତା ହେଲେ ସାଧାରଣ ଲୋକଙ୍କର ବ୍ୟବସ୍ଥା ପ୍ରତି ଅଶ୍ରଦ୍ଧା ବଢିବ ବୋଲି ଶ୍ରୀ ପ୍ରଧାନ
କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପୁଣି କହିଛନ୍ତି ଯେ ପୂର୍ବରୁ ଗଣମାଧ୍ୟମରେ ଶାସକ ଦଳର ନେତା ମାନଙ୍କର ଶିଳ୍ପ କରାଇ ଦେବା ପାଇଁ ଟଙ୍କା ଦାବି କରୁଥିବାର ଷ୍ଟିଂଗ ଅପରେସନ ବିତର୍କିତ ହୋଇଥିଲା । ସେତେବେଳେ ପୋଲିସ ଯାହା ନାଁରେ ଅଭିଯୋଗ ସେମାନଙ୍କୁ ଛାଡି ଯିଏ ଏହାକୁ ଦେଖାଇଲା ତାହା ପଛରେ ପୋଲିସ ପଡିଲା । ଏବେର
ଭୁବନେଶ୍ୱର ମେୟର ମାମଲାରେ ମଧ୍ୟ ଅଭିଯୋଗ ଆଣିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସ୍ଥାନୀୟ ପୋଲିସ ଅଭିଯୋଗ ଆଣୁଛି । ଏହା ଚିନ୍ତାଜନକ ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!