ସାମ୍ବାଦିକ ସୁରକ୍ଷା ଆଇନ -ମଧ୍ୟସ୍ତତା ପାଇଁ ପ୍ରସ୍ତାବ ଦେଲେ ଧର୍ମେନ୍ଦ୍ର

oujjjସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଲାଗି ଚାଲିଥିବା ଅଭିଯାନକୁ ସମର୍ଥନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି ପାଇଁ କେନ୍ଦ୍ର ସରକାର ଓ ସାମ୍ବାଦିକଙ୍କ ମଧ୍ୟରେ ମଧ୍ୟସ୍ତତାର ଦାଇତ୍ୱ ନେବାକୁ ସେ ସମ୍ମତି ପ୍ରକାଶ କରିଛନ୍ତି । ଖୁବ୍ଶ୍ରୀଘ୍ର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କୟା ନାଇଡୁଙ୍କ ସହ ସାମ୍ବାଦିକ ପ୍ରତିନିଧି ଦଳର ଆଲୋଚନା କରାଇବାର ଦାଇତ୍ୱ ନେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ୨୩ତମ ଦ୍ୱିବାର୍ଷିକ ସମାରୋହକୁ ଉଦ୍ଘାଟନ କରି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓୟୁଜେର ଏକ ପ୍ରତିନିଧି ଦଳକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀନାଇଡୁଙ୍କ ସହ ଆଲୋଚନା ଲାଗି ତୁରନ୍ତ ଦିଲ୍ଲୀ ଯିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅସବରରେ ସେ କହିଥିଲେ ଯେ, ସାମ୍ବାଦିକଙ୍କ ସୁରକ୍ଷା ଆଜି ବିପନ୍ନ ହୋଇ ପଡିଛି । ଅନ୍ୟସବୁ ବର୍ଗର ଲୋକଙ୍କ ପାଇଁ ନିର୍ଦ୍ଧିଷ୍ଟ ସୁରକ୍ଷା ଆଇନ ରହିଥିବା ବେଳେ ସାମ୍ବାଦିକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିଛି । ଫଳରେ ପ୍ରତିବର୍ଷ ସାମ୍ବାଦିକମାନେ ଆକ୍ରମଣର ହୋଇ ଜୀବନ ହରାଉଛନ୍ତି । ଏ ଦୃଷ୍ଟିରୁ ଦେଶରେ ସାମ୍ବାଦିକଙ୍କ ନିରାପତା ଅତ୍ୟନ୍ତ ଜରୁରୀ ହୋଇ ପଡିଛି ।

ରବିବାର ଭୁବନେଶ୍ୱର ୟୁନିଟ-୨ କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ସମର୍ପିତ ବରେନ୍ଦ୍ର କୃଷ୍ଣ ଧଳ ମଣ୍ଡପଠାରେ ଅନୁÂିତ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ରାଜ୍ୟ ସମବାୟ ଓ ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସାମ୍ବାଦିକ ଚିହ୍ନଟ, ଭତା ପ୍ରଦାନ ଓ ସୁରକ୍ଷା ଆଇନ ପ୍ରଣୟନ ପାଇଁ ବିଭିନ୍ନ ମିଡିଆ ହାଉସ୍ ଓ ରାଜ୍ୟ ସରକାରଙ୍କ ଆନ୍ତରିକ ଉଦ୍ୟମ ରହିବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥି ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ସାମ୍ବାଦିକଙ୍କ ସମସ୍ତ ଦାବୀ ପୂରଣ ହେବା ଉଚିତ୍ ବୋଲି କହିଥିଲେ ।

ଜାତୀୟ ସାମ୍ବାଦିିକ ୟୁନିଅନ (ଏନୟୁଜେ) ସଭାପତି ରାସବିହାରୀ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେଡ଼୍ ନୁ୍ୟଜ ବନ୍ଦ, ମିଡିଆ କମିଶନ ଓ ମିଡିଆ କାଉନସିଲ ଗଠନ ପାଇଁ ଆଇନ ପ୍ରଣୟନ ନିମନ୍ତେ ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ଜୋର ଦେଇଥିଲେ । ଓୟୁଜେ ସଭାପତି ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ସମାରୋହରେ ଏନୟୁଜେ ଉପ-ସଭାପତି ଶଙ୍କର ପ୍ରସାଦ ମିଶ୍ର, ପୂର୍ବତନ ମହାସଚିବ ପ୍ରସନ୍ନ ମହାନ୍ତି ଏବଂ ବିଧାୟକ ବିଜୟ କୁମାର ମହାନ୍ତି ସାମ୍ବାଦିକ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିବା ସହ ଏ ଦିଗରେ ଆଇନ ପ୍ରଣୟନ ପାଇଁ ଦାବି କରିଥିଲେ ।

ସାଧାରଣ ସଂପାଦକ ଅଜୟ କୁମାର ସାହୁ ଦ୍ୱିବାର୍ଷିକ ବିବରଣୀ ପାଠ କରି ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ରବିନାରାୟଣ କର, ଅଜିତ ସିଂ, ମଧୁସୁଦନ ମିଶ୍ର ଓ ନିରଞ୍ଜନ ଓଝାଙ୍କୁ ଓୟୁଜେ ମିଡିଆ ଆୱାଡ-୨୦୧୬ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୌଭାଗ୍ୟ ବେହେରା ସଂଯୋଜନା କରିଥିବା ବେଳେ ରାଜୀବ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ନିର୍ବାଚନ କମିସନର ନିମାଇଁ ଚରଣ ମହାନ୍ତି ଦ୍ୱିବାର୍ଷିକ ନିର୍ବାଚନ ଫଳାଫଳ ଘୋଷଣା କରିବା ପରେ ନବନିର୍ବାଚିତ କର୍ମକର୍ତାଙ୍କୁ ନେଇ ଦ୍ୱିତୀୟ ଅଧିବଶେନରେ ସାଧାରଣ ପରିଷଦ ବୈଠକ ଅନୁÂିତ ହୋଇଥିଲା । ଏଥିରେ ଗୁଣାତ୍ମକ ସାମ୍ବାଦିକତା ଉପରେ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ନବନିର୍ବାଚିତ ସଭାପତି ପ୍ରସନ୍ନ ମହାନ୍ତିଙ୍କ ପୌରହିତ୍ୟରେ ଅନୁÂିତ ଦ୍ୱିତୀୟ ଅଧିବେଶନକୁ ନବନିର୍ବାଚିତ ସାଧାରଣ ସଂପାଦକ ଅଶୋକ ନନ୍ଦ ସଂଯୋଜନା କରିଥିବା ବେଳେ ସମ୍ପାଦକ ରଞ୍ଜିତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!