ଗୁରୁମନ୍ତ୍ରରେ ପ୍ରକମ୍ପିତ ହେଲା ମେଳାପରିସର ଆଇଏମ୍ସିଟି ପକ୍ଷରୁ ସାମୁହିକ ଗୁରୁପୂଜନ

rssଗୁରୁଙ୍କ ଆଶ୍ରୀର୍ବାଦ ବିନା ମନୁଷ୍ୟର ଜ୍ଞାନ ଉଦୟ ହେବା ଅସମ୍ଭବ । ତେଣୁ ଗୁରୁ ହିଁ ହେଉଛନ୍ତି ଜୀବନର ପ୍ରଧାନ ମାର୍ଗ ଦର୍ଶକ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କୁ ଶ୍ରେÂ ସ୍ଥାନ ଦିଆଯାଇଛି । ଗୁରୁଙ୍କୁ ସର୍ବଶ୍ରେÂ ଈଶ୍ୱରୀୟ ସମ୍ମାନ ଦିଆଯାଇ ବନ୍ଦନା କରାଯାଇଛି- “ଗୁରୁଃ ବ୍ରହ୍ମା ଗୁରୁଃ ବିଷ୍ଣୁ ଗୁରୁର୍ଦେବ ମହେଶ୍ୱର,ଗୁରୁଃ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ ।” ଶନିବାର ଦିନ ଏହି ମନ୍ତ୍ର ଧ୍ୱନୀରେ ବରମୁଣ୍ଡା ପଡିଆଠାରେ ଅନୁÂିତ ହେଉଥିବା ହିନ୍ଦୁ ଆଧ୍ୟାତ୍ମ ଓ ସେବାମେଳା ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ପାଞ୍ଚଶହରୁ ଉଦ୍ଧ୍ୱର୍ ଗୁରୁଙ୍କ ପାଦତଳେ ଶିଷ୍ୟମାନେ ବସି ସେମାନଙ୍କର ପାଦଧୌତ କରି ଫୁଲ,ଚନ୍ଦନ,ଦୀପ,ଧୂପ ନୈବେଦ୍ୟ ଦେଇ ଏକ ମନ୍ତ୍ର,ଏକ ଲକ୍ଷ, ଏକ ସ୍ୱରରେ ସାମୁହିକ ଭାବେ ପୂଜନ କରିଥିଲେ ବୋଲି କାର୍ଯ୍ୟକ୍ରମର ଗଣମାଧ୍ୟମ ସଂଯୋଜକ ଗୋଲଖ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି । ପରିବେଷ ଏପରି ସୃଷ୍ଟି ହୋଇଥିଲା ଯେ ମନେ ପକାଇଦେଇଥିଲା ସେହି ଗୁରୁ ଶିଷ୍ୟ ପରମ୍ପରାକୁ । ଶିକ୍ଷା ରାଷ୍ଟ୍ର ଭବିଷ୍ୟତ ନିର୍ମାଣ କରେ । ଶିକ୍ଷକଙ୍କ ପ୍ରତି ସମ୍ମାନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ କରାଯାଇଥାଏ । ଆତ୍ମଚେତନାର ଭାବକୁ ଜାଗ୍ରତ କରି ଛାତ୍ର, ଶିକ୍ଷକ, ଶିକ୍ଷାବିତ୍, ମାତାପିତା ଏବଂ ସାଧାରଣ ଜନତା ମଧ୍ୟରେ ଶିକ୍ଷକଙ୍କ ପ୍ରତି ଆଦର ଭାବର ଜାଗ୍ରତ କରିବା ଲକ୍ଷ୍ୟ ନେଇ ନୈତିକ ଓ ସାଂସ୍କୃତିକ ପ୍ରଶିକ୍ଷାଣାର୍ଥେ ପ୍ରଚେଷ୍ଟା ଫାଉଣ୍ଡେସନ(ଆଇ.ଏମ୍.ସି.ଟି )ପକ୍ଷରୁ ଆଜି ଏହି ଆଚାର୍ଯ୍ୟ ବନ୍ଦନା ବା ଗୁରୁ ପୂଜନ ଉତ୍ସବ ଅନୁÂିତ ହୋଇଥିଲା । ଏହି ଉତ୍ସବରେ ମଧ୍ୟ ଅନେକ ପରୁସ୍କାର ପ୍ରାପ୍ତ ଶିକ୍ଷକ ଯୋଗଦେଇଥିଲେ ।
ଆଇ.ଏମ୍.ସି.ଟି ପକ୍ଷରୁ ଅନୁÂିତ ହେଉଥିବା ଏହି ହିନ୍ଦୁ ଆଧ୍ୟାତ୍ମ ଓ ସେବାମେଳାର ଆଜି ହେଉଛି ତୃତୀୟ ଦିବସ । ତୃତୀୟ ଦିବସର ପ୍ରଥମ ପର୍ଯ୍ୟାୟରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ବରିÂ ସମାଜସେବୀ ତଥା ଶ୍ରୃତିର ସଂପାଦକ ଶ୍ରୀ ସର୍ବେଶ୍ୱର ମିଶ୍ରଙ୍କ ସଂଯୋଜନାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ଜଗତ୍ଗୁରୁ ସ୍ୱାମୀ ଅରୁପାନନ୍ଦଜୀ ମହାରାଜ ଯୋଗଦେଇ ଆଶ୍ରୀର୍ବଚନ ପ୍ରଦାନ କରି କହିଲେ ଯେ,ଗୋବିନ୍ଦଙ୍କ ସହିତ କେବଳ ଗୁରୁ ହିଁ ସାକ୍ଷାତ କରାଇ ଦିଅନ୍ତି । ବ୍ୟକ୍ତିର ମନରୁ ଅବିବେକ ଦୁର କରି ଠିକ୍ ମାର୍ଗ ଦେଖାଇ ଥାନ୍ତି ଗୁରୁ । ଗୁରୁ ମନରେ ବିକାର ଉପôନ ହେବାକୁ ଦିଅନ୍ତି ନାହିଁ । ଗୁରୁ ହୃଦୟ ଓ ମସ୍ତିସ୍କରୁ ତାମସିକ ଗୁଣ ଦୁରକରି ସ୍ୱାତିକ ଭାବ ଭରିଦେଇଥାନ୍ତି । ଗୁରୁ ଆତ୍ମ ବିଶ୍ୱାସ ବଢାଇ ଥାନ୍ତି । ଗୁରୁ ବଟ ବୃକ୍ଷ ପରି ଛାୟା ପ୍ରଦାନ କରିଥାନ୍ତି । ଗୁରୁ ଦପର୍ଣ ସଦୃଶ । ଶିଷ୍ୟ ତାଙ୍କରି ଭିତରେ ନିଜକୁ ଦେଖେ, ତଦନୁରୂପ ପରିସ୍କୃତ ଏବଂ ପରିମାର୍ଜିତ ହୁଏ । ଗୁରୁ ଶିଷ୍ୟ ପରସ୍ପର ପରିପୁରକ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପଶ୍ଚିମବଙ୍ଗ ଓ ଓଡିଶାର କ୍ଷେତ୍ରକାର୍ଯ୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତାରୂପେ ଯୋଗଦେଇ କହିଲେ ଯେ,“ ଅଜ୍ଞାନତିମୀରାନ୍ଧସ୍ୟ ଜ୍ଞାନାଞ୍ଜନଂ ସଳାକୟା, ଚକ୍ଷୁରୁନ୍ମିଳିତଂ ଯେନ ତସ୍ମୈଶ୍ରୀଗୁରବେ ନମଃ ।” ସଦ୍ଗୁରୁ ହିଁ ଶିଷ୍ୟର ଚକ୍ଷୁରେ ଜ୍ଞାନ ରୂପକ ଅଞ୍ଜନ ଲଗାଇ ଅଜ୍ଞାନତାର ଅନ୍ଧକାର ଦୂର କରାଇ ଥାଆନ୍ତି । ଏପରିକି ଗୁରୁଙ୍କୁ ଭଗବାନଙ୍କ ଠାରୁ ଉଚ୍ଚ ସ୍ଥାନର ରଖାଯିବାର ଉଦାହରଣ ମଧ୍ୟ ଦେଖିବାକୁ ମିଳେ । ଶ୍ରୀ ମହାପାତ୍ର ଏ କ୍ଷେତ୍ରରେ ସନ୍ଥ କବୀରଙ୍କ ବାଣୀକୁ ଉଦ୍ଧାର କରି କହିଲେ ଯେ“ଗୁରୁ ଗୋବିନ୍ଦ ଦୋଉଁ ଖଡେ କାକେ ଲାଗୁଁ ପାୟ, ବଲିହାରି ଗୁରୁ ଆପନି ଗୋବିନ୍ଦ ଦିଓ ବତାୟ ।ା”ମୋ ସମ୍ମୁଖରେ ଗୁରୁ ଏବଂ ଗୋବିନ୍ଦ ଯଦି ଆସି ଛିଡା ହୋଇ ଯାଆନ୍ତି ତେବେ ମୁଁ ପ୍ରଥମେ ଗୁରଙ୍କୁ ପ୍ରଣାମ କରିବି । କାରଣ ଗୁରୁ ହିଁ ମୋତେ ଭଗବାନଙ୍କ ସହିତ ପରିଚୟ କରାଇଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତ୍ୟୟମାନ ହେଉଛି ଗୁରୁ ନଥିଲେ ବା ଗୁରୁଦେବଙ୍କ କରୁଣା ନହେଲେ ଇଶ୍ୱର ପ୍ରାପ୍ତି ଅସମ୍ଭବ । ସମର୍ପଣ ବିନା ଶିଷ୍ୟକୁ ଗୁରୁ ମିଳି ପାରିବେ ନାହିଁ । ପାଶ୍ଚାତ୍ୟ ଅନୁଭବରୁ ଆମେ ନିଶ୍ଚିତ ହୋଇଛୁ ଯେ, ଯଦି ଆମମାନଙ୍କ ଭିତରୁ ଗୁରୁଜନମାନଙ୍କ ପ୍ରତି ଶ୍ରଦ୍ଧାଭକ୍ତିଭାବ ନଷ୍ଟ ହୋଇଯିବ, ତାହେଲେ ବିଳାପ କରିବା ଛଡା ଆମ ପାଖରେ କିଛି ରହିବ ନାହିଁ । ଏହି ଗୌରବକୁ ପୁନଃପ୍ରାପ୍ତ କରିବା ଅସମ୍ଭବ ହୋଇଯିବ । କାହିଁକି ନା ଶିଖିବା,ଶିଖାଇବା ଏବଂ ଶିକ୍ଷକମାନଙ୍କ ପ୍ରତି ଶ୍ରଦ୍ଧାର ଭାବ ରଖିବା କେବଳ ଏକ ବୌଦ୍ଧିକ ପ୍ରବୃତ୍ତି ନୁହେଁ , ଯାହାକି କେବଳ ତର୍କ ଦ୍ୱାରା ଗ୍ରହଣ କରାଯାଇପାରିବ । ଅପିତୁ ଏହା ଏକ ସାଂସ୍କୃତିକ ଅଭ୍ୟାସ । ଯାହା ସ୍ୱଭାବ ଏବଂ ସଂସ୍କାରରୁ ପ୍ରାପ୍ତ ହୋଇଥାଏ ବୋଲି ଶ୍ରୀ ମହାପ୍ରାତ୍ର ପ୍ରକାଶ କରିଥିଲେ ।
ମେରିଡିଆନ କଲେଜର ପ୍ରିନ୍ସପାଲ ଡ. ଅଜୃନ ସାହୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ଯୋଗଦେଇଥିବ ବେଳେ ଦୀପକ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଜୀତେନ୍ଦ୍ର ଗୁପ୍ତାଙ୍କ ସଂଯୋଜନାରେ ଅନୁÂିତ ଅନ୍ୟଏକ ସତ୍ରର ପ୍ରବଚନ ସଭାରେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ, ସ୍ୱାମୀ ବଂଶୀବାଦନଜୀ ମହାରାଜ ଆଶୀର୍ବଚନ ପ୍ରଦାନ କରିଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁନୀଲପଦ ଗୋସ୍ୱାମୀ ମୁଖ୍ୟବକ୍ତାରୂପେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ । ଦୀର୍ଘ ଏକମାସ ଧରି ଭୁବନେଶ୍ୱର, କଟକ, କେନ୍ଦ୍ରାପଡା ଆଦି ସ୍ଥାନରେ ଅନୁÂିତ ହୋଇଥିବା କ୍ରୀଡା, ସାସ୍କୃତିକ ଓ ରଚନାତ୍ମକ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତ୍ତିପ୍ରତିଯୋଗିମାନଙ୍କୁ ଫାଉଣ୍ଡେସନ ତରଫରୁ ମାନପତ୍ର ଏବଂ ଉପଢୌକନ ଦେଇ ପୁରସ୍କୃତ କରାଯାଇଥିଲା । ସଂଧ୍ୟାରେ ଓଡିଶାର ଲୋକଗୀତ,ସଂସ୍କୃତି ଓ ଲୋକନୃତ୍ୟ କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲେ ।

Share in top social networks!