ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆଲୋଚନା ଚକ୍ର

ଆଜି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ କୁଳପତି, ପ୍ରଫେସର ଡଃ ପଦ୍ମଜା ମିଶ୍ର, ଅଧ୍ୟକ୍ଷତାରେ ଉଦ୍ୟୋଗ ବିକାଶରେ ନାରୀର ଭୁମିକା ଉପରେ ଏକ ଆଲୋଚନା ଚକ୍ର ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ସହଭାଗିତାରେ ଅନୁÂିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରି କୁଳପତି ପ୍ରଫେସର ମିଶ୍ର ନାରୀମାନେ ଶିକ୍ଷାଲାଭ ପରେ ଚାକିରୀ ପଛରେ ନପଡି ଉଦ୍ୟୋଗରେ ମନୋନିବେଶକଲେ ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶ ହୋଇପାରିବ ବୋଲି କହିଥିଲେ । କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିଦେ୍ର୍ଧଶକ ଡକ୍ଟର ପାର୍ଥସାରଥି ମିଶ୍ର ମୁଖ୍ୟ ବ୍ୟକ୍ତା ଭାବେ ଯୋଗଦେଇ ଉଦ୍ୟୋଗ ବିକାଶରେ ନାରୀମାନଙ୍କର ଭୁମିକା ଉପରେ ଏକ ଆଲୋଚନା କରିଥିବାବେଳେ ଅନ୍ୟତମ ଅତିଥି ମହିଳା ଉଦ୍ୟୋଗପତି ତଥା ସାବତ ଏଣ୍ଟରପ୍ରାଇଜରର ପରିଚାଳନା ନିଦେ୍ର୍ଧଶିକା ଅମ୍ରିତା ସାବତ ନାରୀ ସଶକ୍ତିକରଣର ପ୍ରଭାବ ନିଶ୍ଚିତଭାବେ ଶିଳ୍ପାୟନରେ ସାହାର୍ଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ । ରମାଦେବୀ ବିଶ୍ୱବିଦ୍ୟାଳୟର ପି.ଜି କାଉନ୍ସିଲ ଚେୟାରମ୍ୟାନ ଡଃ ବାଣୀ ସେନ ଗୁପ୍ତା,ଏହି ଅବସରରେ ଶିଳ୍ପକ୍ଷେତ୍ର ପ୍ରତି ନାରୀ ମାନେ ନିଜର ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ମତ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ପରେ ମୁଦ୍ରା ବିହୀନ କାରବାର ଉପରେ ଏକ ସଂପାନ ଆୟୋଜିତ ହୋଇଥିଲା । ପ୍ରଫେସର ପଦ୍ମଜା ମିଶ୍ର, ଅଧ୍ୟକ୍ଷତାରେ ଅନୁÂିତ ଏହି ସଂପାନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ୱରର ସହକାରୀ ସାଧାରଣ ପରିଚାଳକ ଏସ୍. ଏନ୍. ମହାନ୍ତି ଓ ଶାଖା ପରିଚାଳକ ଦେବୀ ପ୍ରସାଦ ଦାଶ ବିନା ମୁଦ୍ରାରେ ସମସ୍ତ ବ୍ୟବସାୟିକ କାରବାର ତଥା କ୍ରୟ ବିକ୍ରୟ ଅତି ସୁବିଧାରେ କରାଯାଇ ପାରିବ ବୋଲି ମତ ଦେଇଥିବା ବେଳେ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର, ବିମୁ୍ଦ୍ରାକରଣର ପରବର୍ତ୍ତୀ ଅବସ୍ଥାକୁ ମୁଦ୍ରାବିହୀନ କାରବାର ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ବୋଲି କହିବା ସହିତ ସମସ୍ତ ଛାତ୍ର, ଛାତ୍ରୀ ଓ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଏ ସମ୍ବନ୍ଧରେ ଜ୍ଞାନ ଲାଭ କରିବା ପାଇଁ ଉଦ୍ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବହୁ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଓ ଏହି କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଛାତ୍ରୀ ମଙ୍ଗଳ ସମିତିର ନିଦେ୍ର୍ଧଶିକା, ଡଃ ସରିତା ସୁପକାର ।

Share in top social networks!