୧୦୮ ଆମ୍ବୁଲାନ୍ସ ବନ୍ଦ, ସ୍ୱାସ୍ଥ୍ୟ ସେବା ସଂମ୍ପୁର୍ଣ୍ଣ ବିପର୍ଯ୍ୟସ୍ଥ: ବିଜେପି

୧୦୮ ଆମ୍ବୁଲାନ୍ସସେବାର ଓଡିଶାରେ ଚାଲୁଥିବା ୪୨୦ ଟି ଆମ୍ବୁଲାନ୍ସର ପାଖାପାଖି ୩୦୦୦ କର୍ମଚାରୀ ଯେଉଥିରେ ଆମ୍ବୁଲାନ୍ସର ଡ୍ରାଇଭର ଓ ଟେକନିସୀଆନ ମାନେ ଅନ୍ତରଭୁକ୍ତ ,ଗତ ଶୁକ୍ରବାର ମଧ୍ୟ ରାତ୍ରିରୁ ଏମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଛନ୍ତି ।ଏହି ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡିଶା ପାଇଁ, କିନ୍ତୁ ଚଳାଇବା ଦାୟୀତ୍ୱ ରାଜ୍ୟ ସରକାରଙ୍କର । ରାଜ୍ୟ ସରକାର ଏହି ଆମ୍ବୁଲାନ୍ସ ଚଳାଇବା ପାଇଁ ଚ୍ଛସକ୍ତସଗ୍ଧଚ୍ଛବ ନାମକ ଏକ ଘରୋଇ ସଂସ୍ଥାକୁ ଦାଇତ୍ୱ ଦେଇଛନ୍ତି, କିନ୍ତୁ ଏହି ସଂସ୍ଥା ବ୍ୟାପକ ଦୁର୍ନିତିରେ ବୁଡି ରହିଥିବା ଟ୍ରାକ ରେକର୍ଡରୁ ଜଣାପଡେ ।

ଏଠାରେ କାମ କରୁଥିବା କର୍ମଚାରୀ ମାନଙ୍କୁ ବିଭିନ୍ନ ଉପାୟରେ ଷୋଷଣା କରାଯାଉଥିବାର ଖବର ଅନେକ ଥର ସାମ୍ନାକୁ ଆସିଛି । ୧୨ ଘଣ୍ଟା କାମରେ ଲଗାଇ କମ୍ପାନି ୮ ଘଣ୍ଟାର ପଇସା ଦେଉଛି । ଠିକ୍ ସମୟରେ ଦରମା ନଦେବା ,ସର୍ବନିମ୍ନ ପାରିଶ୍ରମିକ ନଦେବା, କେହି ମୁଁହ ଖୋଲିଲେ ତାକୁ କାର୍ଯ୍ୟରୁ ବାହାର କରିଦେବା ଭଳି ଅନେକ ଅଭିଯୋଗ ଆସିଛି । ପୁର୍ବରୁ ଏନେଇ କର୍ମଚାରିମାନେ ଆନେ୍ଦାଳନ କରିଥିଲେ ସେ ସମୟରେ କଟକ ଲେବର ଅଫିସର କମ୍ପାନି ଓ କର୍ମଚାରୀମାନଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା, କିନ୍ତୁ ତାହାର କୌଣସି ସୁଫଳ କର୍ମଚାରୀମାନଙ୍କୁ ମିଳିନଥିଲା ।

ଗତ ମାର୍ଚ୍ଚ ମାସରେ ୧୨ ଦଫା ସମ୍ବଳିତ ଏକ ଦାବିପତ୍ର ଦେଇ କର୍ମଚାରୀମାନେ ଆନେ୍ଦାଳନ କରିଥିଲେ । କମ୍ପାନି କର୍ତୃପକ୍ଷ ଏସବୁ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ଅଦ୍ୟବଧି କୌଣସି ପ୍ରତିଶୃତି ପାଳନ କଲେନାହିଁ । ଯାହା କାରଣକୁ ପୁଣି କର୍ମଚାରୀମାନେ ଆନେ୍ଦାଳନକୁ ଓଲାଇଛନ୍ତି ।

ଯାହା କାରଣରୁ ପୁଣି ରୋଗୀ ସେବା ସାରା ରାଜ୍ୟରେ ସଂମ୍ପୁର୍ଣ୍ଣ ଠପ୍ ହୋଇଛି । କିନ୍ତୁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଏ ଦିଗରେ କେବେ ମୁଣ୍ଡ ଖେଳାଇ ନାହାନ୍ତି । ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି କର୍ମଚାରୀମାନଙ୍କ ସମସ୍ୟାକୁ ଦୁର କରି ୧୦୮ ଆମ୍ବୁଲାନ୍ସ ସେବାକୁ ଲୋକମାନଙ୍କ ସେବାରେ ଲଗାଇବା ପାଇଁ ବିଜେପି ଦୃଢ ଦାବି କରୁଅଛି ବୋଲି ବିଜେପି ରାଜ୍ୟ ପ୍ରବକ୍ତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର ଏକ ପପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

Share in top social networks!
Powered By Indic IME