ବହୁ ଚର୍ଚ୍ଚିତ ମେୟର ସିଡି ଏବଂ ରିଷି ହତ୍ୟା ଘଟଣା ପ୍ରସଙ୍ଗ; ସର୍ବସାଧାରଣରେ ଯଥାଶୀଘ୍ର ସତ୍ୟାସତ୍ୟ ପ୍ରକାଶ କରୁ କମିଶନରେଟ୍ ପୋଲିସ: ସମୀର ମହାନ୍ତି

golakaକେସ୍ ନଂ.-୬୪/୧୬ର ତଦନ୍ତ ଅଧିକାରୀ କିଏ ? ବହୁଚର୍ଚ୍ଚିତ ରିଷି ମୃତୁ୍ୟ ଘଟଣାର କେସ୍ ଡାଏରୀ ଏବଂ ପୂର୍ଣ୍ଣାଙ୍ଗ ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି ? ଘଟଣା ସ୍ଥଳରୁ ଜବତ ହୋଇଥିବା ରିଷିର ପ୍ୟାଂଟ, ସାର୍ଟ, ଲାପଟପ ସହିତ ସଂପୂର୍ଣ୍ଣ ଜବତ ତାଲିକାଟି କ’ଣ ? ରିଷିର ଶବ ବ୍ୟବଚ୍ଛଦ ଏବଂ ଭିସେରା ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି ? ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ଏହି ଭଳି କିଛି ପ୍ରଶ୍ନ ପଚାରିବା ସହ କମିଶନରେଟ ପୋଲିସ୍ ଏ ସମସ୍ତ ପ୍ରଶ୍ନର ଉତର ଯଥାଶୀଘ୍ର ସର୍ବସାଧାରଣରେ ପ୍ରକାଶ କରିବାକୁ ଦାବୀ କରିଛନ୍ତି ।
ଯେହତେୁ ମେୟର ଜଣେ ପ୍ରତିÂିତ ବ୍ୟକ୍ତି, ତାଙ୍କର କଂଠ ସ୍ୱର ସହ ସମସ୍ତେ ପରିଚିତ । ତେଣୁ ଭିଡିଓର ସତ୍ୟାସତ୍ୟକୁ ଟାଇମ ଲାଇନ ମେଥଡ୍ ପ୍ରକ୍ରିୟାରେ ଜାଂଚ କରାଯାଇ ୨୪ ଘଂଟା ମଧ୍ୟରେ କମିଶନରେଟ ପୋଲିସ ପ୍ରକାଶ କରିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ତାଙ୍କର ଘନିÂ ସହଯୋଗ ତଥା ରିଷିର ମାମୁଁ ରାଜୁ ମଲ୍ଲିକ ଏବଂ ନିଶା ବ୍ୟାପାରୀ ଶେଖ୍ ମହମ୍ମଦଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ଏବଂ ଏହାର ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ଦାବି କହିଛନ୍ତି ।
ଅନ୍ୟ ପଟେ ମେୟର ଜଣେ ପ୍ରଭାବଶାଳୀ ଏବଂ ଶାସକ ବିଜେଡି ଦଳର ରାଜ୍ୟ ସଂପାଦକ ହୋଇଥିବା କାରଣରୁ ମାମଲାର ତଦନ୍ତରେ ହସ୍ତକ୍ଷେପ କରି ପ୍ରଭାବିତ କରିବାର ଆଶଙ୍ଖା ଅଛି । ତେଣୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଶ୍ରୀ ଜେନାଙ୍କୁ ବହିଷ୍କାର କରିବା ପାଇଁ ନିଦେ୍ର୍ଧଶ ଦେଇ ନିରପେକ୍ଷ ତଦନ୍ତ କରାନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମେୟରଙ୍କ ଇସ୍ତଫା ଏବଂ ଗିରଫ ଦାବୀରେ ଜିଲ୍ଲା ବିଜେପି ତରଫରୁ ଆସନ୍ତା କାଲି ଭୂବନେଶ୍ୱରର ୧୨ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଯଦି ୪୮ ଘଂଟା ମଧ୍ୟରେ କୈାଣସି କାର୍ଯ୍ୟାନୁÂାନ ଗ୍ରହଣ ନ କରାଯାଏ, ତାହେଲେ ଆସନ୍ତା ସୋମବାରଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ଅମୀୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!