ଶିଶୁମାନଙ୍କ ପାଇଁ କାର୍ଯ୍ୟରତ ସଂସ୍ଥାମାନେ ଶିଶୁସୁରକ୍ଷା ନିୟମାବଳୀ ଗ୍ରହଣ କରିବାକୁ ଆହ୍ୱାନ

pecucରାଜ୍ୟରେ ଶିଶୁଙ୍କ ପାଇଁ କାମ କରୁଥିବା ସଂସ୍ଥାମାନେ ସ୍ପତନ୍ତ୍ର ଶିଶୁ ସୁରକ୍ଷା ନୀତି ଗ୍ରହଣ କରିବା ସହ କାର୍ଯ୍ୟକାରୀ କରନ୍ତୁ । ପିଲାମାନଙ୍କ ପାଇଁ ଯେଉଁମାନେ କାମ କରୁଛନ୍ତି ସେମାନେ ନିଜ ପାଇଁ ଆଚରଣବିଧି ପ୍ରସ୍ତୁତ କରି କାର୍ଯ୍ୟକାରୀ କରନ୍ତୁ । ପରିବାରଠୁ ଆରମ୍ଭ କରି ଶିଶୁ ସେବା କେନ୍ଦ୍ର, ବେସରକାରୀ ଓ ସରକାରୀ ଆବାସିକ ବିଦ୍ୟାଳୟଗୁଡ଼ିକ ମଧ୍ୟ ଶିଶୁ ସୁରକ୍ଷା ନେଇ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ରାଜଧାନୀରେ ଆୟୋଜିତ ଶିଶୁମାନଙ୍କ ପ୍ରତି ହିଂସାର ବିଲୋପ ସମାବେଶରେ ବକ୍ତାମାନେ ମତପୋଷଣ କରିଛନ୍ତି ।
ଓଡ଼ିଶା ଆଲିଆନ୍ସ ଫର ଚାଇଲ୍ଡ ରାଇଟ୍ସ(ଓଏସିଆର) ଏବଂ ନାସନାଲ ଆକ୍ସନ ଆଣ୍ଡ କୋଡର଼୍ିନେସନ ଗ୍ରୁପ ଟୁ ଏଣ୍ଡ ଭାଇଓଲେନ୍ସ ଏଗେନଷ୍ଟ ଚିଲଡ୍ରେନ ପକ୍ଷରୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସହଯୋଗରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁମାନଙ୍କ ପ୍ରତି ହିଂସାର ବିଲୋପ ସମାବେଶର ଦ୍ୱିତୀୟ ଦିନରେ ଆଜି ବାଲ୍ୟବିବାହ, ଶିଶୁ ନିର୍ଯାତନା, ଶିକ୍ଷାନୁÂାନ ଓ ଶିଶୁ ପରିଚର୍ଯ୍ୟାକାରୀ ଅନୁÂାନରେ ଶିଶୁର ନିରାପର୍ତ୍ତା, ବିପର୍ଯ୍ୟୟ ଓ ଆପଦକାଳିନ ସମୟରେ ଶିଶୁଙ୍କ ନିରାପର୍ତ୍ତା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଓଡିଶା ଚାଇଲ୍ଡ ରାଇଟସ୍ ଆାଲାଏନ୍ସର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ସମାଜସେବୀ ଇନ୍ଦିରା ପାଞ୍ଚୋଲି, ଆକସନ ଏଡ୍ର ଘାସିରାମ ପଣ୍ଡା, ଆଦର୍ଶର ପ୍ରଦିପ ବେହେରା, ଏକ୍ତାର ସରିତା ଦାସ ବାଲ୍ୟ ବିବାହ(ଚାଇଲ୍ଡ ମ୍ୟାରେଜ) ସ୍ଥିତି ନେଇ ଉଦ୍‍ବେଗ ପ୍ରକାଶ କରିବା ସହିତ ଏହା ବିରୋଧରେ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ମତ ରଖିଥିଲେ । ପ୍ରଫେସର ପ୍ରତାପ ରଥ ଅନଲାଇନରେ ଶିଶୁଙ୍କ ପ୍ରତି ଦେଖାଦେଇଥିବା ବିପଦରୁ କିପରି ମୁକୁଳି ପାରିବା ସେଥିନେଇ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଥିଲେ । ଏନସିପିସିଆର ପୂର୍ବତନ ସଦସ୍ୟ ନିନା ନାୟକ, ୱାଟର ଏଡ଼ର ବିଶାଖା ଭଞ୍ଜ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ପୂର୍ବତନ ସଦସ୍ୟ ରାଜେନ୍ଦ୍ର ମେହେର, ସଂଯୋଗର ବିଜୟିନୀ ଦାସ ପ୍ରମୁଖ ଯୌନ ନିର୍ଯାତନାରୁ ଶିଶୁଙ୍କୁ କିପରି ରକ୍ଷା କରିହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । କ୍ଲାପର ବିକାଶ ଦାସ ନିର୍ଯାତନାରୁ ଶିଶୁଙ୍କୁ ରକ୍ଷା କରିବାର ଆଇନଗତ ଦିଗ ଉପରେ ତଥ୍ୟ ରଖିଥିଲେ । ୨୦୧୪ରେ ରାଜ୍ୟରେ ଯୌନ ନିର୍ଯାତନା ସଂଖ୍ୟା ୧୫୦୦ଥିବାବେଳେ ୨୦୧୫ରେ ତାହା ୨୨୦୦କୁ ବଢ଼ିଛି ବୋଲି କହିଥିଲେ ।
ସିୱାଇଏସଡ଼ିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷାନୁÂାନ ଓ ଶିଶୁ ପରିଚର୍ଯ୍ୟାକାରୀ ଅନୁÂାନରେ ଶିଶୁର ନିରାପତ୍ତା ପ୍ରସଙ୍ଗରେ ଆୟୋଜିତ ଆଲୋଚନାଚକ୍ରରେ ବକ୍ତବ୍ୟ ରଖି ପୂର୍ବତନ କେନ୍ଦ୍ର ଶ୍ରମ ସଚିବ ଲକ୍ଷ୍ମୀଧର ମିଶ୍ର କହିଥିଲେ ଯେ ଶିଶୁଙ୍କ ଶିକ୍ଷାଦାନ ଉପରେ ଶିକ୍ଷକମାନେ ନିରନ୍ତର ମୂଲ୍ୟାଙ୍କନ କରିବା ଆବଶ୍ୟକ । ଶିଶୁ କଲ୍ୟାଣ କମିଟିର ପ୍ରାକ୍ତନ ଅଧ୍ୟକ୍ଷ ଜଷ୍ଟିସ ଆର.ଏସ.ମିଶ୍ର, ବିଜିଭିଏସର କାଶୀନାଥ ଚାଟାର୍ଜୀ, ଓଡ଼ିଶା ଆରଟିଇ ଫୋରମର ଅନିଲ ପ୍ରଧାନ ମନୋଜମଞ୍ଜରୀ ଶିଶୁଭବନର ସମ୍ପାଦକ ସତ୍ୟନାରାୟଣ ମିଶ୍ର, ଓପେପା ଉପନିଦେ୍ର୍ଧଶିକ ଅରୁଣବାଳା ତ୍ରିପାଠୀ, ସଂଯୋଗର ପ୍ରଶାନ୍ତ ପାଲଟାସିଂହ ପ୍ରମୁଖ ଶିଶୁଙ୍କୁ ସେମାନଙ୍କ ମାତୃଭାଷରେ ଶିକ୍ଷା ଦେବା ଏବଂ ଶିଶୁଙ୍କ ନିରାପଦ ଶିକ୍ଷା ଅଧିକାରକୁ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ବିପର୍ଯ୍ୟୟ ଓ ଆପାଦକାଳିନ ସ୍ଥିତିରେ ଶିଶୁମାନଙ୍କୁ କିପରି ସୁରକ୍ଷା ସୁନିଶ୍ଚିତ କରିହେବ, ବିପର୍ଯ୍ୟୟ ସମୟରେ ପିଲାମାନଙ୍କ ପାଇଁ ନିରାପଦ ସ୍ଥାନ, ଆବଶ୍ୟକୀୟ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ସରକାରଙ୍କ ବିଭିନ୍ନ ଯୋଜନା, ବିଦ୍ୟାଳୟ ନିରାପତ୍ତା ଯୋଜନା ଆଦି ସଂପର୍କରେ କେୟାରର ପୂର୍ବତନ ନିର୍ଦେଶକ ବସନ୍ତ ମହାନ୍ତି, ଆଡ଼ପ୍ସନ ସ୍ରେଣ୍ଟ୍ରମ୍ର, ରୁବି ରାଉତ, ଟାଟା ଷ୍ଟିଲ ସିଏସଆର ମୁଖ୍ୟ ଅମ୍ବିକା ନନ୍ଦ, ଆଇଏଜିର ମନୋରଞ୍ଜନ ବେହେରା, ସ୍ପେସାଲ ରିଲିଫ କମିଶନର ବିଶ୍ୱନାଥ ସାହୁ, ଆଇନାର ପ୍ରଦୁ୍ୟମ୍ନ ରଥ, ପିକକର ଅନୁରାଧା ମହାନ୍ତି ପ୍ରମୁଖ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ବିଭିନ୍ନ ଅଧିବେଶନରେ, କ୍ଷମାକର ସ୍ୱାଇଁ, ଉଷାରାଣୀ ବେହେରା, ଆଶୁତୋଷ ହୋତା ପ୍ରମୁଖ ଶିଶୁ ହିଂସା ବିରୋଧୀ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଚୌଧୁରୀ ଶାନ୍ତା କୁମାର, ହରିହର ନାୟକ, ପ୍ରକାଶ ରଥ, ରାମା ରାଓ ପ୍ରମୁଖ ପରିଚାଳନା କରିଥିଲେ । ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମ ଆକ୍ସନ ଏଡ଼୍, ଆଡ଼ପ୍ସନ ସେଣ୍ଟ୍ରମ, ତେରେ ଦେଶ ହୋମ୍ସ, ପ୍ଲାନ ଇଣ୍ଡିଆ, ୱାର୍ଲଡ଼ ଭିଜନ, ପିକକ୍, ଓଭା, ରେଆର, ସଂଯୋଗ, ରୁଚିକା ସମାଜସେବା ସଂସ୍ଥା, ଶୋଭା, ସିୱାଇଏସଡ଼ି, ୱାଇଏସସି, ୱାଇ.ସି.ଡି.ଏ,ଓପନ ଲର୍ଣ୍ଣିଂ ସିଷ୍ଟମ, କ୍ଲାପ, ବସୁନ୍ଧରା, ଆଦିବାସୀ ଏକତା ସଙ୍ଗଠନ, ଓଏଫ୍ଏ ଭଳି ସ୍ୱେଚ୍ଛାସେବୀ ସଙ୍ଗଠନ ସହଯୋଗରେ ଅନୁÂିତ ହେଉଛି ।

Share in top social networks!