ଛାତ୍ର କଂଗ୍ରେସ ବିରୋଧରେ ଏଓବିଏସ୍ଓ ଏବଂ ମହର୍ଷି ଛାତ୍ର ସଂଘ ତରଫରୁ ପ୍ରତିବାଦ ରାଲି

tariniବିପିୟୁଟି ଛାତ୍ର ସଂଘ ଏବଂ ମହର୍ଷି ଛାତ୍ର ସଂଘ ତରଫରୁ ଛାତ୍ର କଂଗ୍ରେସ ବିରୋଧରେ ଏକ ପ୍ରତିବାଦ ରାଲି ଅନୁÂିତ ହୋଇଥିଲା । ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ନାମରେ ଛାତ୍ର କଂଗ୍ରେସର ବିନା ପ୍ରମାଣରେ ମିଥ୍ୟା ଅପପ୍ରଚାରକୁ ବିରୋଧ କରି ଶତାଧିକ ଛାତ୍ରଛାତ୍ରୀ ଏହି ରାଲିରେ ଯୋଗ ଦେଇଥିଲେ । ଏହି ଦୁଇଛାତ୍ର ସଂଘ ଆଜି କ୍ୟାପିଟାଲ ଥାନାରେ ଛାତ୍ର କଂଗ୍ରେସର ସଭାପତିି ଇତିଶ ପ୍ରଧାନ ଏବଂ ନିଆଁଖୁଣ୍ଟା ଡ଼ଟ୍ କମ୍ର ମାଲିକ ପ୍ରଦୀପ ପାଣ୍ଡେଙ୍କ ନାମରେ ଏତଲା ଦେଇଥିଲେ । ତା’ସହ ମେୟରଙ୍କ ନାମରେ ସୃଷ୍ଟି ହୋଇଥିବା ଏଭଳି ଅପପ୍ରଚାରକୁ ଘୋର ନିନ୍ଦା କରିବା ସହ ସୃଷ୍ଟି ହୋଇଥିବା ଅଭିଯୋଗର ସଠିକ୍ ତଦନ୍ତ କରିବା ସହ ଏଭଳି ମିଥ୍ୟା ଅଭିଯୋଗ ଆଣିଥିôବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ନେବାକୁ କ୍ୟାପିଟାଲ୍ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଏହି ରାଲିରେ ଛାତ୍ର ନେତା ଧୃତି ମାର୍ଥାଙ୍କ ସହ ତାରିଣୀ ପ୍ରସାଦ ନାୟକ, ରଶ୍ମି ରଂଜନ ଦାସ, ଭାବ ଭାସ୍ୱତ ହୋଥା, ବିପ୍ଲବ ମହାନ୍ତି, ସଂକେତ ରାଏ, ଦିବ୍ୟ ପ୍ରସାଦ ନାୟକ, ଅନନ୍ତ ଜେନା, କ୍ଷିତିଶି ବାରିକ, ଦିବ୍ୟ ରଞ୍ଜନ ବିଶ୍ୱାଳ, ସୂର୍ଯ୍ୟ ଶତପଥି ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Share in top social networks!