ସୁରକ୍ଷିତ ଜଳପରିବହନ ସଂପର୍କିତ ସମୀକ୍ଷା ବୈଠକ

ରାଜ୍ୟରେ ବିଭିନ୍ନ ସ୍ଥାନରେ ନୌକା ଦୁର୍ଘଟଣା ଘଟୁଥ#ବା ଓ ଏଥ#ରେ ଧନଜୀବନହାନି ହେଉଥ#ବା ବେଳେ ଜଳପଥରେ ଯାତ୍ରୀ ପରିବହନର ସୁରକ୍ଷା ସଂପର୍କରେ ସମୀକ୍ଷା ବୈଠକ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା
ବୈଠକରୁ ଜଣାପଡିଛି ଯେ ରାଜ୍ୟରେ ମୋଟ ୧୩୫ଟି ଜଳାଶୟର ୭୪୭ ଘାଟରେ ୨୪୪୯ଟି ନୌକା ଚଳପ୍ରଚଳ କରୁଥ#ବା ବେଳେ ତା’ ମଧ୍ୟରୁ ୧୭୭୨ଟି ନୌକା ସରକାରୀ ଭାବେ ପଞ୍ଜିକୃତ ଅଟୋ ସରକାର ଦୁର୍ଘଟଣା ରୋକିବା ପାଇଁ ପ୍ରାରମ୍ଭିକ ଭାବେ ୧୧୦ଟି ନୌକା ପାଇଁ ୫୫୦ଟି ଟୁ୍ୟବ୍, ୨୭୫୦ଟି ଲାଇଫ୍ ଜ୍ୟାକେଟ୍ ଓ ୧୧୦ଟି ଅଗ୍ନିନିର୍ବାପକ ଯନ୍ତ୍ର ଯୋଗାଇ ଦେବା ପାଇଁ ଏକ କୋଟି ଟଙ୍କା ମଞ୍ଜୁର କରିଥ#ବା ବେଳେ ଏଥ# ପାଇଁ ଆବଶ୍ୟକ ୧୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛିା ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡା, ଭଦ୍ରକ, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ବରଗଡ ଜିଲ୍ଲାରେ ଯାତ୍ରୀ ପରିବହନଜନିତ ସୁରକ୍ଷା ବ୍ୟବସ୍ଥା କରିବାକୁ ଥ#ବା ବେଳେ ପର୍ଯ୍ୟାୟ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାର ପଞ୍ଜିକୃତ ନୌକାଗୁଡିକୁ ଏଥ#ରେ ଅନ୍ତର୍ଭୁକ୍ତ କରାଯିବା
ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥ#ବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତି ଅଗ୍ରାଧ#କାର ଦିଆଯିବା ଜଳସେଚନ ବିଭାଗ, ପର୍ଯ୍ୟଟନ ବିଭାଗ ଓ ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୌକା ପରିବହନ କ୍ଷେତ୍ରରେ ମଧ୍ୟ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇଛିା ସରକାର ଓଡ଼ିଶା ବୋଟ୍ ରୁଲ ୨୦୦୪କୁ ସଂଶୋଧନ କରିବାକୁ
ଯାଉଛନ୍ତିା ଏହା ଦ୍ୱାରା ସମସ୍ତ ପଞ୍ଜିକୃତ ନୌକାକୁ ବୀମାଭୁକ୍ତ କରାଯିବା ଫଳରେ ସୁରକ୍ଷିତ ପରିବହନ ସହ ଯାତ୍ରୀମାନେ ଦୁର୍ଘଟଣାଜନିତ କ୍ଷତିପୂରଣ ପାଇପାରିବୋ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ୨୦୦୪ର ବୋଟ ରୁଲ ଅନୁସାରେ ନୌକା ପରିବହନକୁ ସୁନିୟନ୍ତ୍ରିତ କରିବା ପାଇଁ କ୍ଷମତା ଅର୍ପଣ କରାଯାଇଛିା ଏଥ# ପାଇଁ ଜିଲ୍ଲା ସ୍ତରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛିା ଜିଲ୍ଲାର ମେକାନିକାଲ ଇଂଜିନିୟରଙ୍କ ତତ୍ତ୍ୱାବଧାନରେ ସର୍ଭେୟରମାନଙ୍କ ଦ୍ୱାରା ଜିଲ୍ଲାରେ କେତେ ନୌକା ଚାଲୁଛି, ସେଥ# ମଧ୍ୟରୁ କେତେ ନୌକା ପଞ୍ଜିକୃତ ହୋଇଛି ସେସବୁର ସର୍ଭେ କରାଯିବା ସହ ପଞ୍ଜିକୃତ ହୋଇନଥ#ବା ନୌକାଗୁଡିକୁ ପଞ୍ଜିକରଣ କରାଯାଉଛି ଏବଂ ପଞ୍ଜିକୃତ ହୋଇଥ#ବା ନୌକାଗୁଡିକର ପୁନଃନବୀକରଣ କରାଯାଉଛିା
ଅନ୍ୟ ପକ୍ଷରେ ସମସ୍ତ ଘାଟମାନଙ୍କରେ ଓ ନୌକାରେ ଟୋଲ୍ ଫି୍ର ନମ୍ବର ରଖ#ବା ବାଧ୍ୟତାମୂଳକ କରାଯାଇଛିା ନୌକାରେ ଯାତ୍ରୀ ପରିବହନ କ୍ଷମତା ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଫଳରେ ଯାତ୍ରୀମାନେ ଅଧ#କ ପରିବହନ ହେଉଥ#ବା ବେଳେ ଏ ସଂପର୍କରେ କର୍ତ୍ତୃପକ୍ଷଙ୍କୁ ଅବଗତ କରିପାରିବୋ
ସୁରକ୍ଷିତ ନୌକାଯାତ୍ରା ସଂପର୍କରେ ଗୁରୁତ୍ୱାରୋପ କରି ମନ୍ତ୍ରୀ ଶ୍ରୀ ମାଝୀ ଏ ଦିଗରେ ଜନସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥ#ଲୋ
ସମୀକ୍ଷା ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ ରସ୍ତୋଗୀ, ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ରାଉତ ଓ ବିଭାଗୀୟ ପଦାଧ#କାରୀମାନେ ଯୋଗଦେଇଥ#ଲୋ

Share in top social networks!