ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୧୭ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୧୭, ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ମହାସମାରୋହରେ ପାଳନ କରିବା ନିମନ୍ତେ ସଚିବାଳୟ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅସିତ୍ କୁମାର ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଦିବସ ପାଳନ ଉପଲକ୍ଷେ ଆୟୋଜିତ ପ୍ୟାରେଡ଼୍ ଉତ୍ସବରେ ମହାମାନ୍ୟ ରାଜ୍ୟପାଳ ଡ଼ଃ. ଏସ୍.ସି.ଜମିର ମୁଖ୍ୟ ଅତିଥ# ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ଼୍ରେ ଅଭିବାଦନ ଗ୍ରହଣ କରିବେ । ରାଜ୍ୟସ୍ତରୀୟ ପ୍ୟାରେଡ଼୍ରେ ୮୦ ଗୋଟି ଦଳ ଅଂଶ ଗ୍ରହଣ କରିବେ ।

ଡେ଼ପୁଟି ପୋଲିସ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ୟାରେଡ଼୍ର ଉତ୍ସବ ସ୍ଥାନ ତଥା ନିକଟବର୍ତ୍ତୀ ସ୍ଥାନମାନଙ୍କରେ ନିରାପତ୍ତା ଓ ଯାନବାହାନ ନିୟନ୍ତ୍ରଣ କରିବା ସହ ପ୍ୟାରେଡ଼ର ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ତରଫରୁ ପାନୀୟ ଜଳ ଯୋଗାଣ, ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାରିକେଡ଼ିଙ୍ଗ, ସେସୁ ଦ୍ୱାରା ଆଲୋକ ବ୍ୟବସ୍ଥା, ସପ୍ତମ ସଶସ୍ତ୍ର ବାହିନୀ ତରଫରୁ ପତାକା ଉତ୍ତୋଳନ ମଞ୍ଚର ସାଜସଜ୍ଜା, ସେଣ୍ଟଜନ୍ ଆମ୍ବୁଲାନ୍ସ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ତରଫରୁ ପ୍ରାଥମିକ ସହାୟତା କେନ୍ଦ୍ର ଖୋଲିବା ଏବଂ ଆମ୍ବୁଲାନ୍ସ ଯୋଗାଇ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ୟାରେଡ଼୍ ପଡ଼ିଆ ସାଜସଜ୍ଜା, ବସିବାର ବ୍ୟବସ୍ଥା, ନିମନ୍ତ୍ରଣ ପତ୍ର ମୁଦ୍ରଣ ଓ ବଣ୍ଟନ ଏବଂ ଧାରା ବିବରଣୀ ପ୍ରଦାନ କରିବା ନିମନ୍ତେ ବ୍ୟବସ୍ଥା କରାଯିବ । ସଚିବାଳୟ, ବିଧାନସଭା ସୌଧ, ରବୀନ୍ଦ୍ର ମଣ୍ଡପ, ଲୋକସମ୍ପର୍କ ଭବନ ଏବଂ ଜୟଦେବ ଭବନରେ ଆଲୋକ ସଜ୍ଜା କରିବା ନିମନ୍ତେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯିବ । ଏଥ#ପାଇଁ ସଂସ୍କୃତି ବିଭାଗକୁ ଦାୟିତ୍ୱ ଦିଆଯାଇଛି । ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଇଚ୍ଛୁକ ଥ#ବା ସରକାରୀ ଅନୁଷ୍ଠାନ, ସାଧାରଣ ଉଦ୍ୟୋଗ, ବେସରକାରୀ ଅନୁଷ୍ଠାନ ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ଗୃହ ବିଭାଗକୁ ଚଳିତ ମାସ ୩୧ ତାରିଖ ସୁଦ୍ଧା ଆବେଦନ କରିପାରିବେ ।
ଏହି ବୈଠକରେ ସ୍ୱରାଷ୍ଟ୍ର ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲଳିତ ଦାସ, ପୋଲିସ କମିଶନର ଶ୍ରୀ ଓ୍ୱାଇ. ବି. ଖୁରାନିଆ, ଆଇ.ଜି ପୋଲିସ ଶ୍ରୀ ସଂଜୀବ ପଣ୍ଡା, ଆଇ.ଜି. ପୋଲିସ ଶ୍ରୀ ସନ୍ତୋଷ ବାଲା, ଡ଼ି.ସି.ପି. ଶ୍ରୀ ସତ୍ୟବ୍ରତ ଭୋଇ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ, ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକିଙ୍କ ସମେତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ, ରାସ୍ତା ଓ କୋଠାବାଡ଼ି, ଜନସ୍ୱାସ୍ଥ୍ୟ, ଜି.ଇ.ଡ଼ି., ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧ#କାରୀମାନେ ଯୋଗଦେଇ ଆଲୋଚନରେ ଅଂଶଗ୍ରହଣ କରିଥ#ଲେ ।

Share in top social networks!