ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତିା ଏ ସଂପର୍କରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଲେଖ#ଥ#ବା ପତ୍ରରେ ରାଜ୍ୟରେ ପ୍ରସ୍ତାବିତ ଓ ଚାଲୁ ରହିଥ#ବା ରେଳ ପ୍ରକଳ୍ପଗୁଡିକୁ କୌଣସି ପ୍ରକାରେ କାଣ୍ଟଛାଣ୍ଟ ନକରି ସଂପୂର୍ଣ୍ଣ ରୂପେ ପ୍ରକଳ୍ପ କାର୍ଯ୍ୟ ସଂପନ୍ନ କରିବାକୁ ଦାବି ଜଣାଇଛନ୍ତିା
ରାଜ୍ୟ ସରକାର ଦଶପଲ୍ଲାଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ୧୧୨ କିିମିରୁ ୨୮୯ କିମି ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ବିନାମୂଲ୍ୟରେ ଜମି ଯୋଗାଇଦେବା ସହ ପ୍ରକଳ୍ପ ବ୍ୟୟ ଅଟକଳର ୫୦ ପ୍ରତିଶତ ଅର୍ଥ ବହନ କରୁଛନ୍ତିା ଯାହାକି ଏବେ ୨୦୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୫୦୦ କୋଟି ଟଙ୍କାରେ ପହଞ୍ଚ#ଲାଣିା ବିନା ବିଦୁ୍ୟତିକରଣ ଲାଇନ ନିର୍ମାଣ ପାଇଁ କିଲୋମିଟର ପିଛା ୧୫ କୋଟି ଟଙ୍କା ଖର୍ଚ୍ଚ ହେବା ସେହି ଅନୁପାତରେ ରାଜ୍ୟ ସରକାର ନିଶ୍ଚିତ ଭାବେ ପ୍ରକଳ୍ପ କାର୍ଯ୍ୟ ଉନ୍ନତ ମାନର ହେବା ସହ ରେଳଯାତ୍ରୀମାନଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ବିଷୟ ଆଶା କରିବା ସ୍ୱାଭାବିକ ଅଟୋ
ନୟାଗଡକୁ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ରେଳ ଲାଇନ ସଂଯୋଗୀକରଣ କାର୍ଯ୍ୟ ସଂପନ୍ନ ହେବାକୁ ଥ#ବାବେଳେ ନୟାଗଡଠାରୁ ୨୬ କିମି ଦୂରରେ ଥ#ବା ମହିପୁରଠାରେ ଷ୍ଟେସନ୍ ସ୍ଥାପନ ସହ ନୟାଗଡରେ ରେଲେଓ୍ୱ ଗୋଦାମ ଘର ପ୍ରତିଷ୍ଠା ଓ ବୋଲଗଡଠାରେ ଯାତ୍ରୀରହଣି ସ୍ଥଳ ନିର୍ମାଣ କରିବାକୁ ଅନୁରୋଧ କରାଯାଇଛିା
ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ ପାଇଁ ଗତ ଅକେଫାବର ମାସ ୧୦ ତାରିଖରେ ଦିଲ୍ଲୀରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇସାରିଥ#ବା ବେଳେ ଏହି କାର୍ଯ୍ୟ ସଂପନ୍ନ କରିବା ପାଇଁ କୌଣସି ସଂସ୍ଥାକୁ ଏ ପର୍ଯ୍ୟନ୍ତ ଚୟନ କରାଯାଇ ନାହିାଁ
ଏଥ# ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧ#କାରୀ ନିଯୁକ୍ତ ହୋଇଥ#ବା ବେଳେ କେନ୍ଦ୍ର ରେଳ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ସଂପନ୍ନ କରିବା ପାଇଁ କୌଣସି ସଂସ୍ଥାକୁ ଚୟନ କରାଯାଇନାହିାଁ ତେଣୁ ରେଳ ବିଭାଗ ଖୁବ୍ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ମାଝୀ ଅନୁରୋଧ କରିଛନ୍ତିା

Share in top social networks!