ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ସୁଫଳ ପ୍ରଦାନ କ୍ଷେତ୍ରରେ ପ୍ରଶାସନିକ ସେବାର ପ୍ରମୁଖ ଭୂମିକା ରହିଛି – ରାଜ୍ୟପାଳ ।

iipaଭାରତରେ ବିଭିନ୍ନ ଜନଜାତିର ଲୋକମାନେ ବାସ କରୁଛନ୍ତି । ସେମାନଙ୍କର ଆବଶ୍ୟକତା ମଧ୍ୟ ଭିନ୍ନ ଭିନ୍ନ । ସେମାନଙ୍କର ଆଶା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନାର ରୂପରେଖ ପ୍ରସ୍ତୁତ ହେବା ଦରକାର । ସେମାନଙ୍କର ସହଭାଗୀତା ଆଧାରରେ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସକମାନେ ବିଶେଷ ଧ୍ୟାନ ଦେବାକୁ ରାଜ୍ୟପାଳ ଡ଼.ଏସ୍.ସି. ଜମିର୍ ଆହ୍ୱାନ ଦେଇଛନ୍ତି ।

ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡ଼ମିନିଷ୍ଟେ୍ରସନ, ଓଡ଼ିଶା ଶାଖାର ବାର୍ଷିକ ଉସôବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ, ଜନଜାତିଙ୍କର ବିକାଶ ନହେଲେ ଦେଶର ବିକାଶ ହୋଇପାରିବ ନାହିଁ । ସେମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିବାକୁ ହେଲେ ସେମାନଙ୍କର ଶକ୍ତି ଓ ସାମର୍ଥ୍ୟର ଯଥାଯଥ ଉପଯୋଗ ହେବା ଦରକାର । ଏଥିପାଇଁ ଏକ ଅନୁକୂଳ ପରିବେଶ ନିର୍ମାଣ ଏକାନ୍ତ ଆବଶ୍ୟକ । ଜନଜାତି ତଥା ଜନଜାତି ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ଉନ୍ନତିକୁ ଅଗ୍ରାଧିକାର ଦେବାକୁ ରାଜ୍ୟପାଳ କହିଛନ୍ତି ।

ନିଜର ଦୀର୍ଘ ଅନୁଭବ ଓ ଅନୁଭୂତି ବର୍ଣ୍ଣନା କରି ରାଜ୍ୟପାଳ କହିଲେ ଯେ, ଜନଜାତିର ଲୋକମାନେ ସ୍ନେହ, ପ୍ରେମ ଓ ଯନô ଲୋଡ଼ନ୍ତି । ଏହା ହୋଇପାରିଲେ ବିକାଶର ପଥ ଉନ୍ମୋଚିତ ହୁଏ । ପ୍ରଶାସକମାନେ ସେହି ଅଞ୍ଚଳରେ କାର୍ଯ୍ୟକରିବା ପାଇଁ ଆଗ୍ରହ ଓ ଆନ୍ତରିକତା ପ୍ରକାଶ କରିବା ଦରକାର । କିନ୍ତୁ ଅନେକ ସମୟରେ ଏହା ହେଉନଥିବାରୁ ପ୍ରଗତି ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ରାଜ୍ୟପାଳ ପ୍ରକାଶ କରିଛନ୍ତି ।

ଜନଜାତି ଅଞ୍ଚଳର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହେଉଛି । ଏହାର ସଫଳ ରୂପାୟନ ନିର୍ଭର କରେ ପ୍ରଶାସକ ଓ ସରକାରୀ କର୍ମଚାରୀଙ୍କ ଅଙ୍ଗୀକାର ଓ ନିÂା ଉପରେ । ଏହାକୁ ଦୃଷ୍ଟିରେ ରଖି ସେମାନେ ପ୍ରଗତି ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବେ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି । ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡ଼ମିନିଷ୍ଟେ୍ରସନ, ଓଡ଼ିଶା ଶାଖାର ପୂର୍ବତନ ଅଧ୍ୟକ୍ଷ ତଥା ଉପଦେଷ୍ଟା ସଂଜୀବ ଚନ୍ଦ୍ର ହୋତା, ଉପାଧ୍ୟକ୍ଷ ସୟେଦ୍ ମକବୁଲ୍ ଅଲ୍ଲି, ଅବୈତନିକ ସଂପାଦକ ଦାମୋଦର ପ୍ରଧାନୀ, କାର୍ଯ୍ୟାଳୟ ସଂପାଦକ ଅମିତା ପଟ୍ଟନାୟକ, ପ୍ରଫେସର ଅଶ୍ୱିନୀ କୁମାର ତିୱାରୀ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରବନ୍ଧ ଓ ବକ୍ତୁତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

Share in top social networks!