୨୪୦୦ ମେଗାବାଟ କ୍ଷମତା ବିଶିଷ୍ଟ ଶକ୍ତି ଉପôାଦନ ପାଇଁ ନାଲକୋ ଓ ଏନଟିପିସି ମଧ୍ୟରେ ଚୁକ୍ତି ଓଡିଶାର ଅର୍ଥନୀତିକୁ ବିକଶିତ କରିବ – ଧର୍ମେନ୍ଦ୍ର ପ୍ରଧାନ

15621829_1202921483124762_8769673571572966335_n
- ୟୁପିଏ ସରକାର ବେସରକାରୀ କମ୍ପାନୀକ କୋଇଲା ଖଣି ଟେକି ଦେଉଥିବା ବେଳେ ଏବେ ରାଷ୍ଟ୍ରାୟତ
ଉଦ୍ୟୋଗ ମାନେ ଓଡିଶାର ବିକାଶରେ ଭାଗିଦାର ହେବେ
- ନାଲକୋର ବର୍ତମାନ ପ୍ରକଳ୍ପର ସଂପ୍ରସାରଣ ଓ କାମାକ୍ଷାନଗର ଠାରେ ନୂଆ ସ୍ମେଲଟର ସ୍ଥାପନାରେ
ରାଜ୍ୟରେ ପାଖା ପାଖି ୩୬ ହଜାର କୋଟି ଟଙ୍କାର ପୁଂଜି ନିବେଶ ହେବ ଢେଙ୍କାନାଳ ଜିଲ୍ଲାର ଗଜମରା ଠାରେ ୨୪୦୦ ମେଗାବାଟ କ୍ଷମତା ବିଶିଷ୍ଟ ଶକ୍ତି ପ୍ରକଳ୍ପ ପ୍ରତିÂା ପାଇଁ ଭାରତ ସରକାରଙ୍କର ଦୁଇ ରାଷ୍ଟ୍ରାୟତ ଉଦ୍ୟୋଗ ନାଲକୋ ଓ ଏନଟିପିସି ମଧ୍ୟରେ ଯୌଥ ପ୍ରକଳ୍ପ ସମ୍ପର୍କରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ନୂଆ ଦିଲ୍ଲୀ ଠାରେ ଅନୁÂିତ ଏହି ଉତ୍ସବରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପୂର୍ବବର୍ତୀ ୟୁପିଏ ସରକାର ଓଡିଶାର କୋଲ ବ୍ଲକକୁ ବେସରକାରୀ କମ୍ପାନୀ ମାନଙ୍କୁ ବିନା ଟେଣ୍ଡରରେ ଟେକି ଦେଇଥିବା ବେଳେ ମୋଦି ସରକାର ଆସିବା ପରେ ଏହାକୁ ବାତିଲ କରି ରାଷ୍ଟ୍ରାୟତ ଉଦ୍ୟୋଗକୁ ଦେବା କାରଣରୁ ଢେଙ୍କାନାଳ ଜିଲ୍ଲା ଓ ଓଡିଶାରେ ଶିଳ୍ପ କ୍ଷେତ୍ରରେ ବ୍ୟାପକ ବିକାଶର ସୁଯୋଗ ସୃଷ୍ଟି ହେବ ।

ପୂର୍ବରୁ ଓଡିଶାର ଅମାପ ପ୍ରାକୃତିକ ସମ୍ପଦରୁ ଓଡିଆ ଲୋକ ମାନଙ୍କ ପାଇଁ ରୟାଲିଟି ହି ଏକ ମାତ୍ର ଲାଭ ହୋଇଥିବା ବେଳେ ଏବେ ମୋଦି ସରକାର ଓଡିଶାର ପ୍ରାକୃତିକ ସମ୍ପଦକୁ ଓଡିଶାର ବିକାଶ ପାଇଁ ବ୍ୟବହାର କରୁଛନ୍ତି । ଦେଶର୧୨୦ କୋଟି ଲୋକଙ୍କ ମଧ୍ୟରୁ ୮୦ କୋଟି ୩୫ ବର୍ଷରୁ କମ । ମୋଦି ଯୁବକ ମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାକୁ ପ୍ରାଥମିକତା ଦେଉଛନ୍ତି । ନାଲକୋ ଓ ଏନଟିପିସିର ଯୌଥ ଉଦ୍ୟୋଗ ଓଡିଶାରେ ଶକ୍ତି ଉପôାଦନ ସହ ନାଲକୋର ଆଲୁମିନିୟମ ଉପôାଦନରେ ଦୃତ ବୃଦ୍ଧି ଘଟାଇବ ।

ଗତ ମେକ ଇନ ଓଡିଶା କନକ୍ଲେଭରେ କେନ୍ଦ୍ର ଶକ୍ତି ଓ ଖଣି ମନ୍ତ୍ରୀ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାକୁ ଦୋହରାଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଆଲୁମିନିୟମରୁ ଓଡିଶାରେ ଉଡାଜାହାଜର ଉପକରଣ ତିଆରି କରିବା ସମ୍ଭବ ଓ ଓଡିଶାକୁ ଆର୍ଥିକ ଲାଭ ସହ ଓଡିଆ ଯୁବ ପୀଢୀକୁ ପ୍ରଭୁତ ରୋଜଗାର ସୁଯୋଗ ଦେଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶକ୍ତି ଉପôାଦନ, ନାଲକୋର ବର୍ତମାନ ପ୍ରକଳ୍ପର ସଂପ୍ରସାରଣ ଓ କାମାକ୍ଷାନଗର ଠାରେ ନୂଆ ସ୍ମେଲଟର ସ୍ଥାପନାରେ ରାଜ୍ୟରେ ପାଖା ପାଖି ୩୬ ହଜାର କୋଟି ଟଙ୍କାର ପୁଂଜି ନିବେଶ ହେବ ବୋଲି ଏହି ବୁଝାମଣା ପତ୍ର ସ୍ୱାକ୍ଷର ସମ୍ମିଳନୀରେ ସରକାରଙ୍କ ତରଫରୁ ସ୍ପଷ୍ଟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ତଥା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!