ଯୌନ କାଣ୍ଡ ଓ ଛାତ୍ର ରିଷି ହତ୍ୟା ସହ ଡ୍ରଗ୍ସ ବେପାରୀଙ୍କୁ ସୁରକ୍ଷା ଦେବା ଅପରାଧରେ ମେୟରଙ୍କ ଗିରଫ ଦାବି କଲା ବିଜେପି

15401149_1850535258550449_8886869255580385982_nଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଇଂଜିନିୟରିଂ ଛାତ୍ର ଆଶୁତୋଷ (ଋଷି) ହତ୍ୟାକାଣ୍ଡର ମୁଖ୍ୟ ନାୟକ ଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଯୋ÷ନ କେଳେଙ୍କାରୀର ଭିଡିଓରେ ମେୟର ହିଁ ଅଛନ୍ତି ବୋଲି ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ପ୍ରକାଶ କରିଛନ୍ତି ।
ମେୟରଙ୍କ ତୁରନ୍ତ ଗିରଫ ଦାବିରେ ଆସନ୍ତା କାଲି ଶୁକ୍ରବାର ଦିନ ଦଳ ତରଫରୁ କମିଶନରେଟ ପୋଲିସ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରା ଯିବ ବୋଲି ଶ୍ରୀ ଖୁଂଟିଆ ସୂଚନା ଦେଇଛନ୍ତି ।
ଶ୍ରୀ ଖୁଂଟିଆ କହିଛନ୍ତି ଯେ ମେୟରଙ୍କ ଯୌନ କେଳେଙ୍କାରୀର ଭିଡିଓ କେଳେଙ୍କାରୀରେ ଉପସ୍ଥିତ ମହିଳାଙ୍କ ଝିଅ ଭିଡିଓ କରିଥିଲେ । ମୃତ ଛାତ୍ର ଋଷି ଏହି ଝିଅଙ୍କର ବନ୍ଧୁ ଥିବା ବେଳେ ଏହି ଭିଡିଓ ଛାତ୍ର ଋଷିଙ୍କ ପାଖରେ ଥିଲା । ଏହି ରାଗରେ ମେୟର ଋଷିଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରି ନିଜର ପ୍ରତ୍ୟକ୍ଷ ସହଯୋଗରେ ଋଷିଙ୍କୁ ହତ୍ୟା କରିଥିବା ଶ୍ରୀ ଖୁଂଟିଆ ଅଭିଯୋଗ କରିଛନ୍ତି ।
ମେୟର ହେଉଛନ୍ତି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅନ୍ତରଙ୍ଗ । ବିଜେଡିର ଅଧିକୃତ ଦସ୍ତଖତକାରୀ । ଏତେ ବଡ ଯୌନ କେଳେଙ୍କାରୀ ଓ ହତ୍ୟାକାଣ୍ଡ ପରି ସଂଗୀନ ଅଭିଯୋଗ ପରେ ମଧ୍ୟ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଉଛି ବୋଲି ଶ୍ରୀ ଖୁଂଟିଆ ଅଭିଯୋଗ କରିଛନ୍ତି ।
ଋଷି ମୃତ୍ୟୁ ପରେ ଡ୍ରଗ୍ସ ବେପାରୀ ସେକ ମମତାଜକୁ ପୋଲିସ ଗିରଫ କରିବା ପରିବର୍ତେ ଛାଡି ଦେବା ପଛରେ ମେୟରଙ୍କର ରହିଛି ପ୍ରତ୍ୟକ୍ଷ ସହଯୋଗ । ଯୌନ କାଣ୍ଡ, ହତ୍ୟା ସହ ଡ୍ରଗ୍ସ ବେପାରୀଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ଶ୍ରୀ ଖୁଂଟିଆ ଦାବି କରିଛନ୍ତି ।

Share in top social networks!