ହିନ୍ଦୁ ଆଧ୍ୟାତ୍ମିକ ଏବଂ ସେବାମେଳା ଉଦ୍ଘାଟିତ

hinduadmtaଭାରତୀୟ ସଂସ୍କୃତି ଆଧ୍ୟାତ୍ମିକ ଏବଂ ସନାତନ ସଂସ୍କୃତିନାମରେ ଶହଶହ ବର୍ଷଧରି ସମଗ୍ର ବିଶ୍ୱକୁ ମାର୍ଗ ଦର୍ଶନ କରି ଆସୁଛି । ସେହି ସନାତନ ସଂସ୍କୃତରେ ଜଡ ଠାରୁ ଜୀବ ପର୍ଯ୍ୟନ୍ତ ପ୍ରତି କଣ କଣରେ ପରତ୍ମାତ୍ମାଙ୍କର ସାକ୍ଷାତକାର କରିବାର ପରମ୍ପରା ରହିଛି । ନିଜ ଧର୍ମ ସଂସ୍କୃତି ପ୍ରତି ଦୃଢ ଆସ୍ଥାପୋଷଣ କରିବାସହ ପ୍ରତ୍ୟେକ ଦୁଃଖୀଙ୍କ ଦଃଖ ଦୂରକରିବାକୁ ହିନ୍ଦୁତ୍ୱ ଶିକ୍ଷା ଦିଏ । ପ୍ରକୃତି ପ୍ରତି ଶ୍ରଦ୍ଧାଭାବ ଏବଂ ତାର ସଂରକ୍ଷଣ କରିବା, ମାନବିକ ଜୀବନ ମୂଲ୍ୟବୋଧର ଅନୁପାଳନକରିବା ପାରିବାରିକ ମୁଲବୋାଧକୁ ବଜାଏ ରଖିବା ପାଇଁ ସମାଜକୁ ଏକ ଦୃଢ ସନେ୍ଦଶ । ସଂସ୍ପର୍ଷରେ ଆସି ଜୀବଜଗତ ସ୍ୱୟଂସମ୍ପୂର୍ଣ୍ଣ ହୋଇଥାଏ । ଯାହା ପରବର୍ତି ସମୟରେ ହିନ୍ଦୁତ୍ୱ ନାମରେ ପରିଚୟ ଲାଭ କଲା । ଏହି ସନାତନ ଧର୍ମର ଦୁଇଟି ମୁଳ ଅଙ୍ଗ ଯଥା ଆଧ୍ୟାତ୍ମ ଓ ସେବା । ଭାରତୀୟ ସଂସ୍କୃତି ଯାହା ହିନ୍ଦୁତ୍ୱ ବିଚାରଧାରା ମାଧ୍ୟମରେ ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ ଦେଇ ଆସିଛି ଆଜି ସେହି ସଂସ୍କୃତି ଏକ ସଂକଟ ମୟ ପରିସ୍ଥିତି ରେ ଗତି କରୁଛି । ଭାରତୀୟ ସଂସ୍କୃତି ସଂସ୍କୃତି ଆଧ୍ୟତ୍ମର ସଂସ୍କୃତି ଏଥିରେ ଭୌତିକତା ସଂସ୍କୃତି ନୁହେଁ । ଆଧ୍ୟାତ୍ମ ଭିତରେ ହିଁ ଭୌତିକତା ଅଛି । ମୁଁ ଅନ୍ୟକୁ ନିଜ ଭାବନାରେ ଦେଖିବା ହିଁ ହେଉଛି ଆଧ୍ୟତ୍ମ ବା ସନାତନ ସଂସ୍କୃତି । ଆଧ୍ୟାତ୍ମିକ ପଥରେ ଚାଲୁଥିବା ବ୍ୟକ୍ତିର ଜୀବନ ସେବାମୟ ହୋଇଯାଏ । ଯେଉଁଠି ଆଧ୍ୟାତ୍ମ ନାହିଁ କିମ୍ବା ସେବା ନାହିଁ ସେଠୁଁ ହିନ୍ଦୁତ୍ୱ ନାହିଁ । ଧର୍ମର ପ୍ରଚାର ହେଉଛି ସବୁଠୁଁ ବଡ ସେବା । ଧର୍ମର ସୁପ୍ରଚାର ହେଲେ ଶାନ୍ତି, ସଦ୍ଭାବନା, ପ୍ରେମ ଏବଂ ପୂର୍ଣ୍ଣନା ସମାଜରେ ପ୍ରାପ୍ତ ହେବ । ଏହାଥିଲା ପରମପୂଜ୍ୟ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କର ହିନ୍ଦୁଆଧ୍ୟାତ୍ମ ଓ ସେବାମେଳାର ଉଦ୍ଘାଟନୀ ଉତ୍ସବର ଆଶ୍ରୀବଚନ ପ୍ରଦାନ କରିବା ସହ ଓଡିଷାରେ ଏହି ମେଳାର ଉତରତୋର ଉନ୍ନତି କାମନା କରି ସେ ଆୟୋଜକ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପରମ ପୂଜ୍ୟ ସ୍ୱାମୀ ଶ୍ରୀ ପ୍ରଜ୍ଞାନନ୍ଦଜୀ ମହାରାଜ କହିଥିଲେ ଭାରତବର୍ଷ ବୈଦିକ ସନାତନ ସଂସ୍କୃତିର ଲୀଳାଭୂମୀ । ବ÷÷ଦିକ ସନାତନ ସଂସ୍କୃତି ଅଜୟ, ଅମର । ଇତିହାସର ଭୁଲ ଫଳରେ ଏହି ବୈଦିକ ସନାତନ ସଂସ୍କୃତି ଯାହା ଭାରତ ବର୍ଷର ଆତ୍ମା ଆଜି ତାହା ସଂଙ୍କୁଚିତ । ଗାବଃ ବିଶ୍ୱସ୍ୟ ମାତରଃ ଅର୍ଥାତ ଗାଇକୁ ମାଆ ବୋଲି ମାନୁଥିବା ସଂସ୍କୃତି ହେଉଛି ହିନ୍ଦୁତ୍ୱ । ଆମେ ଯାହାକୁ ସଂସ୍କୃତି ପରମ୍ପରା କହୁଛୁ ତାହା ଧିରେ ଧିରେ ଆମ ଲୋକମାନଙ୍କ ଭିତରେ ହ୍ରାସ ପାଉଛି । ସଂସ୍କତି ଯଦି ଆମେ ଭଲ ପାଉ ଆମ ଭାଷା ସୁଦ୍ଧା ହେବା ଦରକାର ବୋଲି ସ୍ୱାମୀଜୀ କହିଥିଲେ ।
ଅନ୍ୟତମ ବକ୍ତା ସମାଜସେବୀ ଶ୍ରୀ ଇନେ୍ଦ୍ରଶ କୁମାର କହିଲେ ଯେ, ଭାରତ ଇଶ୍ୱରୀୟ ଦେଶ । ଏହା ଭଗବାନଙ୍କ ଦ୍ୱାରା ନିର୍ମିତ ଦେଶ । ପୃଥିବୀର ସଂରଚନା ସମୟରେ ଏହି ଭୂମି ହିଁ ସୃଷ୍ଟି ହୋଇଥିଲା । ସମଗ୍ର ବିଶ୍ୱକୁ ହିନ୍ଦୁତ୍ୱର ରାସ୍ତା ମାଧ୍ୟମରେ ଦିଗ୍ଦର୍ଶନ ଦେଇଥିବାରୁ ଏହା ବିଶ୍ୱ ଗୁରୁ ରୂପରେ ଅଭିହିତ । ମନୁଷ୍ୟର ପରିଚୟ ତାର ଦେଶ ତଥା ରାଷ୍ଟ୍ରରୁ ହିଁ ହୋଇଥାଏ । ଜନ୍ମନେଲେ ଦିନେନା ଦିନେ ମୃତୁ୍ୟ ହୋଇଥାଏ । ମାତ୍ର ଯାହାର ଜନ୍ମ ନାହିଁ ତାର ମୃତୁ୍ୟବା ଆସିବ କେଉଁଠୁ । ଭାରତ ବର୍ଷର କୌଣସି ଜନ୍ମ ତିଥି ନାହଁ । ତେଣୁ ଏହା ଅଜେୟ ଓ ଚିରନ୍ତନ ଅଟେ ।
ସମାଜସେବୀ ଗୁଣବନ୍ତ ସିଂ କୋଠାରୀ କହିଲେ ଆତ୍ମନୋ ମୋକ୍ଷାର୍ଥଂ ଜଗତ୍ ଦ୍ୱିତୀୟଚ । ଏହି ବାକ୍ୟକୁ ପ୍ରାର୍ଥେୟକରି ହିନ୍ଦୁ ଆଧ୍ୟାତ୍ମ ଓ ସେବାମେଳା ଚେନ୍ନାଇ ଠାରେ ଆରମ୍ଭ ହୋଇଥିଲା । ଯାହା ସମଗ୍ର ଦେଶରେ ପରିବ୍ୟାପ୍ତ । ଏହି ସେବା ମେଳାର ୬ଟି ମୌଳିକ ବିଷୟରେ ଅବଧାରଣା ଦେଇ କହିଥିଲେ ବୃକ୍ଷ, ବନ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା, ବାତାବରଣର ସୂରକ୍ଷା, ପରିବେଷର ସୁରକ୍ଷା, ନାରୀ ସମ୍ମାନ, ଗୁରୁଜନଙ୍କ ପ୍ରତି ଓ ପିତାମାତାଙ୍କ ପ୍ରତି ସମ୍ମାନ ଏବଂ ଦେଶଭକ୍ତିର ଭାବନା ଜାଗ୍ରତ କରିବା ଏହି ମେଳାର ଉଦେ୍ଧଶ୍ୟ ।
ହିନ୍ଦୁ ଧର୍ମରେ ସେବା, ମାନବୀୟ ଭାବନା ଓ ଦାନ ଆଦିର ପରମ୍ପରା ନାହିଁ ବୋଲି ଯେଉଁ ଭ୍ରାନ୍ତ ଧାରଣା ତିଆରି କରାଯାଇଛି ଯାହା ବାସ୍ତବିକତା ଠାରୁ ସମ୍ପୂର୍ଣ ଭିନ୍ନ । ଏହି ଭ୍ରାନ୍ତ ଧାରଣକୁ ଦୂର କରିବା ପାଇଁ ବିଭିନ୍ନ ଆଧ୍ୟାତ୍ମିକ, ସାମାଜିକ ସଙ୍ଗଠନ, ବ୍ୟକ୍ତିବିଶେଷଙ୍କ ସେବା କାର୍ଯ୍ୟକୁ ପ୍ରଦର୍ଶନ କରିବା ନିମିତ ଏକ ମଂଚ ପ୍ରଦାନ କରିବାକୁ ଏକ ଚାରି ଦିବସୀୟ ହିନ୍ଦୁ ଆଧ୍ୟାତ୍ମ ଓ ସେବା ମେଳା ଆଜି ପୂଜ୍ୟ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଉଦ୍ଘାଟିତ କରିଛନ୍ତି । ଏହି ମେଳା ୧୫ ରୁ ଆରମ୍ଭ ହୋଇ୧୮ ଡିସେମ୍ବର ରେ ଉଦ୍ୟାପିତ ହେବ । ରାଜଧାନୀର ବରମୁଣ୍ଡା ପଡିଆ ଠାରେ ଅନୁÂିତ ହେଉଥିବା ଏହି ମେଳାର ଉଦ୍ଘାଟନ ଉସôବରେ ଅତିଥିଙ୍କୁ ମଂଚ ଆମନ୍ତ୍ରଣ ଓ ଶ୍ରୀ ଜଗନ୍ନାଥଷ୍ଟକ ଗାନ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇ ଅତିଥି ମାନେ ମେଳାକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା ।
ଏହା ପୂର୍ବରୁ ଏକ ବିଶାଳ ଆଜ୍ଞାମାଳ ଶୋଭାଯାତ୍ରା ଶ୍ରୀରାମ ମନ୍ଦିର ଠାରୁ ଆରମ୍ଭ ହୋଇ ମାଷ୍ଟ୍ରରକ୍ୟାଂଟିନ, ରାଜମହଲ ଛକ,ଶିଶୁଭବନ ଛକ ଦେଇ ମେଳାସ୍ଥଳ ବରମୁଣ୍ଡା ପଡିଆରେ ପହଂଚିଥିଲା । ପୁରୀରୁ ଜଗନ୍ନାଥଙ୍କ ଆଜ୍ଞାମାଳ ପହଂଚିବାପରେ ବେଦ ବିଦ୍ୟାର୍ଥିଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ, ଯୋଡିଶଙ୍ଖନାଦ, ଘଣ୍ଟୁଆଙ୍କ ଘଣ୍ଟବାଦନ ଏବଂ ସଂକୀତର୍ନମଣ୍ଡଳୀଙ୍କ ଏକ ବିରାଟ ପଟୁଆର ନଗର ପରିକ୍ରମା କରି ମେଳାସ୍ଥଳରେ ପହଁଚିବା ପରେ ଶ୍ରୀଜଗନ୍ନାଥ ପୂଜନ, ଗୋମାତା ପୂଜନ ଏବଂ ମା ବୈ÷ତରଣୀ ପୂଜନ ଅନୁÂିତ ହୋଇଥିଲା ।
ଯେତେବେଳେ ହିନ୍ଦୁ ଧର୍ମ ବିଷୟରେ ଖରାପରେ ଚିତ୍ରଣ କରାଯାଏ ସେତେବେଳେ ଭାରତର ଭାବମୂର୍ତି ମଧ୍ୟ ଖରାପ ହୋଇଥାଏ । ପାଶ୍ଚାତ୍ୟ ଦେଶ ମାନଙ୍କରେ ହିନ୍ଦୁ ଧର୍ମ ବିଷୟରେ ଏପରି ଧାରଣା ତିଆରି କରାଯାଇଛି ଯେ ହିନ୍ଦୁ ଧର୍ମରେ ସେବା ଓ ମାନବୀୟ ମୂଲ୍ୟବୋଧର ଘୋର ଅଭାବ ରହିଛି । ଏପରି ଏକ ଭୁଲ ଧାରଣାକୁ ଦୂର କରିବା ପାଇଁ ସେ ଚେନ୍ନାଇ ଠାରେ ୨୦୦୯ ମସିହାରେ ହିନ୍ଦୁ ଆଧ୍ୟାତ୍ମିକ ଏବଂ ସେବା ମେଳାର ଆୟୋଜନ ଆରମ୍ଭ କରିଥିଲେ । ତାମିଲନାଡୁରେ କାମ କରୁଥିବା ବିଭିନ୍ନ ଆଧ୍ୟାତ୍ମିକ, ସାମାଜିକ ଓ ବିଭିନ୍ନ ଜାତିର ସଂଗଠନ ମାନଙ୍କ ଦ୍ୱାରା କରାଯାଉଥିବା ସେବା କାମକୁ ପ୍ରଦର୍ଶିତ କରାଇଥିଲେ । ସେ ଏଥିରେ ଶିକ୍ଷାବିତ, ସ୍କୁଲ ଛାତ୍ର-ଛାତ୍ରୀଙ୍କୁ ସାମିଲ କରିବା ସହ ସେମାନଙ୍କୁ ବନ, ବନ୍ୟଜୀବଙ୍କ ସୁରକ୍ଷା, ପାରିବାରିକ ତଥା ମାନବିକ ମୂଲ୍ୟବୋଧର ସୁରକ୍ଷା, ମହିଳା ମାନଙ୍କର ସମ୍ମାନ ଓ ସୁରକ୍ଷା ଓ ଦେଶ ରକ୍ଷା ଆଧାରିତ ଛଅଟି ବିଷୟକୁ ନେଇ ଗୋ,ଗଙ୍ଗା, ମାତା- ପିତା- ଆଚାର୍ଯ୍ୟ, କନ୍ୟା ଓ ଭାରତମାତା ପୂଜନ ଆଦି କରାଇଥିଲେ । ଏହି ମେଳା ସଫଳତା ପରେ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଏଭଳି ମେଳା ଆୟୋଜନ ହେଉଛି । ତେଣୁ ଏହି ମେଳା ଓଡିଶାରେ ପ୍ରଥମ ଥର କରି ଅନୁÂିତ ହେଉଅଛି । ତେଣୁ ଡିସେମ୍ବର ୧୬ ତାରିଖରେ କନ୍ୟାପୂଜନ ଉତ୍ସବ ଅନୁÂିତ ହେବ । ଏହି ବିଷୟରେ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ଶ୍ରୀ ମୁରଲୀ ମନୋହର ଶର୍ମା ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ଦିନ ୧୦ ଘଟିକା ସମୟରେ ପାଞ୍ଚଶହ କନ୍ୟାରତ୍ନଙ୍କୁ ପୂଜନ କରାଯିବ । ଅପରାହ୍ନ ୫ ଘଟିକାରେ ଦେଶର ବିଶିଷ୍ଟ ସମାଜସେବୀ ପ୍ରଦୀପ ଯୋଷୀଙ୍କ ଉପସ୍ଥିତିରେ ସ୍ୱାମୀ ଆତ୍ମନନ୍ଦଜୀ ମହାରାଜ, ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ଆର୍ଶୀବଚନ କାର୍ଯ୍ୟକ୍ରମ ରହିଛି । ସେହିପରି ୧୭ ତାରିଖ ଦିନ ୧୦ଟା ସମୟରେ ପାଞ୍ଚଶହ ଆଚାର୍ଯ୍ୟ ବା ଗୁରୁଙ୍କୁ ଶିଷ୍ୟମାନେ ଗଣବନ୍ଦନା କରିବା ପରେ ୫ଟା ବେଳେ ସାମାଜିକ କର୍ମକର୍ତ୍ତା ସୁନୀଲଜୀଙ୍କ ଉପସ୍ଥିତିରେ ଶ୍ରୀମଦ୍ ଜଗଦ୍ଗୁରୁ ରାମାନନ୍ଦଚାର୍ଯ୍ୟ, ଉକ୍ରଳ ପୀଠାଧୀଶ୍ୱର ଶ୍ରୀ ସ୍ୱାମୀ ଅରୁପାନନ୍ଦଜୀ ମହାରାଜ, ସ୍ୱାମୀ ଜୀବନମୁକ୍ତାନନ୍ଦଜୀ, ସ୍ୱାମୀ ବଂଶୀବାଦନଜୀ ମହାରାଜ ଓ ସ୍ୱାମୀ ରାମକୃଷ୍ଣ ଦାସ ମହାରାଜଙ୍କର ମାର୍ଗ ଦର୍ଶନ କାର୍ଯ୍ୟକ୍ରମ ରହିଛି । ଅନ୍ତିମ ଦିବସ ଅର୍ଥାତ ୧୮ ତାରିଖ ଦିନ ୧୦ଟା ବେଳେ ପାଞ୍ଚଶହ ପରିବାରର ମାତୃ-ପିତୃଙ୍କୁ ସେମାନଙ୍କ ସନ୍ତାନସନ୍ତତିଗଣ ପୂଜା କରି କାର୍ଯ୍ୟକ୍ରମ ଆରମ୍ଭ କରିବେ । ଦେଶ ପାଇଁ ଲଢୁଥିବା ବୀର ସୈନୀକରଣଙ୍କୁ ପରମବୀର ବନ୍ଦନା କାର୍ଯ୍ୟକ୍ରମରେ ପୂଜନ କରାଯିବାପରେ ସଂଧ୍ୟା ୫ ଘଟିକା ସମୟରେ ହରିଦ୍ୱାରର ମହାମଣ୍ଡଳେଶ୍ୱର ପୂଜ୍ୟ ୧୦୦୮ ଶ୍ରୀ କୈଳାସାନନ୍ଦ ବ୍ରହ୍ମଚାରୀ ଜୀ ମହାରାଜ ନିଜର ବହୁମୂଲ୍ୟ ପ୍ରବଚନ ପ୍ରଦାନ କରିବେ । ପ୍ରତ୍ୟେହ ରାତି ୮ଟାରୁ ୧୦ଟା ମଧ୍ୟରେ ଛଉ, ଗୋଟିପୁଅ, ଘୁମୁରା, ଡାଲଖାଇ ତଥା ଆମ ରାଜ୍ୟର ବିଭିନ୍ନ ଲୋକନୃତ୍ୟ ସମ୍ବଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ତ ହେବ । ଏହି ମେଳାର ଛଅଟି ବିଷୟ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ,ମେଧା,ଚିତ୍ରାଂକନ, କ୍ରୀଡା, ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ଗାନ ପ୍ରତିଯୋଗୀତା ମାନ ଅନୁÂିତ ହୋଇ ଯାଇଛି । ଏହା ପ୍ରଥମେ ସଂକୁଳସ୍ତରରେ ପରେ ଜୋନ ସ୍ତରରେ ତଥା ଶେଷରେ ଫାଇନାଲ ଅନୁÂିତ ହୋଇଛି । ମୋଟ ୪୦ ପ୍ରକାରର ପ୍ରତିଯୋଗୀତା ଆୟୋଜିତ ହୋଇଥିଲା । କୃତି ପ୍ରତିୃଯୋଗୀମାନଙ୍କୁ ଏହି ମେଳାରେ ସମ୍ମାନୀତ କରାଯିବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ଏହି ମେଳାର ସାଧାରଣ ସମ୍ପାଦକ ଶ୍ରୀ ଅନିଲ ଧିର ଏବଂ ଆୟୋଜନ ସମିତିର ସଭାପତି ଡଃ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଅନେକ ସାଧୁସନ୍ଥ ସମେତ ଅନେକ ମାଣ୍ୟଗଣ୍ୟବ୍ୟକ୍ତି ମଂଚରେ ଉପସ୍ଥିତ ଥିଲେ ।

Share in top social networks!