ଏକାଦଶ ତୋଷାଳୀ ଜାତୀୟ କ୍ରାଫଫ ମେଳା ଉଦ୍ଘାଟିତ

15420755_1140772969310373_5457771585690245837_nଭାରତୀୟ ସାଂସ୍କୃତିକ କ୍ୟାଲେଣ୍ଡରରେ ତୋଷାଳୀ ମେଳା ଉଲ୍ଲେଖନୀୟ ସ୍ଥାନ ହାସଲ କରିଛି- ବୟନ ଓ ହସ୍ତତନ୍ତ ମନ୍ତ୍ରୀ
ଭାରତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସମଗ୍ର ବିଶ୍ୱରେ ଅନନ୍ୟ । ଏହି ବିପୁଳ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା ସହ ବୁଣାକାର ଓ କାରିଗରମାନଙ୍କ ମଧ୍ୟରେ ଭାବ ବିନିମୟ, ଉପଯୁକ୍ତ ବଜାର ସୃଷ୍ଟି ତଥା ଗ୍ରାହକ, ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ଆମ ଦେଶର ମୌଳିକ କଳା ସଂସ୍କୃତି ପ୍ରତି ଆକୃଷ୍ଟ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥ#ବା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଭାରତୀୟ ବାର୍ଷିକ ସାଂସ୍କୃତିକ କ୍ୟାଲେଣ୍ଡରରେ ଏକ ନିଜସ୍ୱ ପରିଚୟ ସୃଷ୍ଟି କରିଛି ।

ମନଲୋଭା ଖାଦ୍ୟ, ବସ୍ତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିପୁଳ ହସ୍ତତନ୍ତ ଓ ହସ୍ତଶିଳ୍ପର ଏହି ସମ୍ଭାର ମାଧ୍ୟମରେ ରାଜ୍ୟ ଓ ଦେଶର କାରିଗର ଓ ବୁଣାକାରମାନଙ୍କ ଆଥ#ର୍କ ଅଭିବୃଦ୍ଧି ସମ୍ଭବ ହୋଇଛି ବୋଲି ଏକାଦଶ ତୋଷାଳୀ ଜାତୀୟ କ୍ରାଫଫ&୍ ମେଳାକୁ ଉଦ୍ଘାଟନ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମତବ୍ୟକ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଜନତା ମଇଦାନ ଠାରେ ତୋଷାଳୀ କ୍ରାଫଫ&୍ ମେଳାକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଥ#ଲେ, ଆଜିର ପ୍ରତିଯୋଗିତାମୂଳକ ବଜାର ତଥା ଆଧୁନିକ ସମାଗ୍ରୀର ଆକର୍ଷଣ ଆମ ଦେଶର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରତି ବିରାଟ ଆହ୍ୱାନ ସୃଷ୍ଟି କରିଛି । ତେଣୁ ବୁଣାକାର ଓ କାରିଗରମାନଙ୍କୁ ବିଭିନ୍ନ ଉନ୍ନୟନମୂଳକ ଯୋଜନା ତଥା ପ୍ରୋତ୍ସାହନ ପ୍ରଦାନ ମାଧ୍ୟମରେ ଏହି କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରିଆସୁଛନ୍ତି । ତୋଷାଳୀ କ୍ରାଫଫସ୍ ମେଳା ସହ ବର୍ଷସାରା ଅନୁଷ୍ଠିତ ହେଉଥ#ବା ପ୍ରଦର୍ଶନୀଗୁଡ଼ିକ ମାଧ୍ୟମରେ ଆମ ହସ୍ତତନ୍ତ ଓ ହସ୍ତଶିଳ୍ପ ପାଇଁ ଉପଯୁକ୍ତ ବଜାର ଯୋଗାଇଦେବା ସହଉଦ୍ୟୋଗୀ ଏବଂ ରପ୍ତାନୀକାରୀମାନଙ୍କ ପାଇଁ ମଧ୍ୟ ଏକ ପ୍ଲାଟଫର୍ମ ସୃଷ୍ଟି କରାଯାଇପାରିଛି ।

ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ଉଦ୍ଘାଟନୀ ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମେଳାର ରୂପରେଖ ସମ୍ପର୍କରେ ଆଲୋକପାତ କରିଥ#ଲେ । ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ବିଧାୟକ ପି୍ରୟଦର୍ଶୀ ମିଶ୍ର ଏବଂ ବି.ଏମ୍.ସି. ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିବା ସହ ଆମ କଳା ସଂସ୍କୃତିର ପ୍ରଚାର ପ୍ରସାରରେ ତୋଷାଳୀ ମେଳା ବିଶେଷ ସହାୟକ ହୋଇଛି ବୋଲି ମତବ୍ୟକ୍ତ କରିଥ#ଲେ ।

ଏହି ଅବସରରେ ୨୦୧୫ ମସିହା ପାଇଁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଓ ହସ୍ତଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୀବନବ୍ୟାପି କୃତୀ ପୁରସ୍କାର ପ୍ରଦାନ କରାଯାଇଥ#ଲା । ସଭା ପରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଆଲୋକ ପ୍ରଭା କାନୁନ୍ଗୋ ଓ ସାଥୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥ#ଲେ । କାର୍ଯ୍ୟକ୍ରମ
ସଂଚାଳନ କରିଥ#ଲେ ସୂଚନା ଅଧ#କାରୀ ସୁଚେତା ପି୍ରୟଦର୍ଶିନୀ । ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ବାବାଜୀ ଚରଣ ଦାସ, ଧନ୍ୟବାଦ ଅର୍ପଣ କରିଥ#ଲେ ।

ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଥ#ବା ଏହି ମେଳା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଚଳିତ ବର୍ଷ ମେଳାରେ ହସ୍ତତନ୍ତ ହସ୍ତଶିଳ୍ପ ଫୁ&ଡ଼୍କୋର୍ଟ, ସରକାରୀ ଅନୁଷ୍ଠାନ ଆଦିକୁ ମିଶାଇ ପ୍ରାୟ ୪୦୦ ଷ୍ଟଲ ଖୋଲାଯାଇଛି । ଓଡ଼ିଶାର ପିପିଲି ପ୍ରସିଦ୍ଧ ଚାନ୍ଦୁଆ କାମକୁ ନେଇ “ଅପ୍ଲିକ୍ ଇନ୍ ଫେଶନ’ ଥ#ମ ପ୍ୟାଭିଲିଅନର ପରିକଳ୍ପନା କରାଯାଇଛି । ଓଡ଼ିଶା ସମେତ ୨୫ଟି ରାଜ୍ୟରୁ ୩୫୦ରୁ ଉ–ର୍ବୁ ଣାକାର ଓ କାରିଗର ଅଂଶଗ୍ରହଣ କରିଛନ୍ତି । ପ୍ରତ୍ୟହ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବ ।

ବିଗତ ବର୍ଷ ମେଳାରେ ପ୍ରାୟ ୧୫ ଲକ୍ଷ ଲୋକଙ୍କ ସମାଗମ ହେବା ସହ ୧୫ କୋଟି ଟଙ୍କାର ବ୍ୟବସାୟ ହୋଇଥ#ଲା ଏବଂ ଚଳିତ ବର୍ଷ ଏହା ଆହୁରୀ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Share in top social networks!