ମାଓ ଉଗ୍ରବାଦ- କାରଣ ଓ ନିରାକରଣ

548909_416855085036374_1484601797_n୧୯୮୦ ମସିହାରେ ସ୍ୱର୍ଗତ ଜାନକୀ ବଳ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ପରେ କନ୍ଧମାଳ ଜିଲ୍ଲାରେ କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ଭିତରେ କନ୍ଦଳ ସୃଷ୍ଟି ହେଲା । ଏହି ବିବାଦ ଦିନକୁ ଦିନ ଗଡ଼ି ଚାଲିଲା । ଏନ୍.ଜି.ଓ. ଭାବେ ଖ୍ରୀଷ୍ଟିଆନ ମିଶନାରୀ ସଂସ୍ଥା ଏଥ#ରେ ଗରିବ ଆଦିବାସୀ ଓ ହରିଜନ ଲୋକଙ୍କୁ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଉଥ#ଲେ । ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ
କରୁଥ#ଲେ । ମାତ୍ର ସେମାନଙ୍କର ଅନ୍ତନିର୍ହିତ ଏଜେଣ୍ଡା ଥ#ଲା ଧର୍ମାନ୍ତରୀକରଣ କରିବାା ସେମାନଙ୍କର କାର୍ଯ୍ୟକଳାପ ଭିତରେ ନିରକ୍ଷର କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ଭିତରେ କିଛି ପରିମାଣରେ ଶିକ୍ଷାଗତ ସଚେତନତା ସୃଷ୍ଟି ହୋଇପାରିଥ#ଲା । ସେଥ#ପାଇଁ ଶିକ୍ଷାଲାଭ କରି ଏହି ଦୁଇ ବର୍ଗର କିଛି ଯୁବକଙ୍କ ଭିତରେ ସାମାଜିକ କାରଣରୁ ପରସ୍ପର ବିରୁଦ୍ଧରେ ବିବାଦ ସୃଷ୍ଟି ହୋଇ ସେଥ#ରୁ ହିଂସା ଏବଂ ଦଂଗା ଦିନକୁ ଦିନ ବଢ଼ିବାରେ ଲଗିଲା । ତେବେ ୧୯୯୦ ମସିହାରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଏକ ସମୟରେ ଏହି କନ୍ଧ ଆଦିବାସୀ ଓ ପାଣ ହରିଜନ ଦୁଇ ସମ୍ପ୍ରଦାୟ ଭିତରେ ବିବାଦ ଘନିଭୂତ ହୋଇ ହିଂସାକାଣ୍ଡ ଏବଂ ଗୁରୁତର ଆଇନ ଶୃଂଖଳା ପରିସ୍ଥିତି ସୃଷ୍ଟି ହେଲା । ଲୋକ ମୃତାହତ ହେଲେ । ସେଥ#ପାଇଁ ବିଶ୍ୱହିନ୍ଦୁ ପରିଷଦ ତରଫରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସେଠାରେ ପହଞ୍ଚି ଖ୍ରୀଷ୍ଟିୟାନମାନଙ୍କ ବିରୁଦ୍ଧରେ ଲୋକଙ୍କୁ ଉସୁକାଇଲେ । ଦିଲ୍ଲୀର ଗାୟତ୍ରୀ ଦେବୀଙ୍କଠାରୁ ଆରମ୍ଭ କରି ଶ୍ରୀମତୀ ବିଜୟା ରାଜେ ସିନ୍ଧିଆ ପ୍ରମୁଖ ନାରୀନେତ୍ରୀବୃନ୍ଦ ପହଞ୍ଚି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଏକ ବଡ଼ ଧରଣର ସଭା ହେଲା । ଜନତାଦଳର ନାରୀନେତ୍ରୀ ଶାନ୍ତି ଦାସ ସେ ସମ୍ମିଳନୀରେ ଯୋଗ ଦେବା ଫଳରେ ତାଙ୍କୁ ମଧ୍ୟ ଭାରତୀୟ ଜନତା ପାର୍ଟିରେ ସାମିଲ କରାଯାଇ ଲଣ୍ଡନ ପଠାଯାଇଥ#ଲା । ତା’ପରଠାରୁ କନ୍ଧମାଳରେ କନ୍ଧ ଆଦିବାସୀ ଏବଂ ପାଣ ହରିଜନଙ୍କୁ ନେଇ ଜାତିଗତ ବିବାଦ ସାଂପ୍ରଦାୟିକ ଆନ୍ଦୋଳନର ରୂପ ନେଇଥ#ଲା । ଏହି କାରଣରୁ, ସେଠାର ଏହି ଲଗାତାର ଅଶାନ୍ତି, ବିଶୃଙ୍ଖଳା, ହିଂସାକାଣ୍ଡ ଭଳି ସାମ୍ପ୍ରଦାୟିକତାର ଭିତିରି କାରଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ସ୍ୱର୍ଗତ ବିଜୁ ପଟ୍ଟନାୟକ ରାଜସ୍ୱ ବିଭାଗର ଜଣେ ଉଚ୍ଚ ପଦାଧ#କାରୀଙ୍କୁ ପଠାଇଲେ ଏବଂ ତାଙ୍କୁ ନିର୍ଦ୍ଦେଶ ଦେଇ କହିଲେ-”କନ୍ଧମାଳ ଯାଅ । ସାତ ଦିନ ରହିବ । ଏ ଦଙ୍ଗାର ପ୍ରକୃତ କାରଣ ବୁଝି ଆସି ମତେ ଖବର ଦିଅ ।’
ରାଜସ୍ୱ ବିଭାଗର ଏହି ପଦାଧ#କାରୀ ଆସି ରିପୋର୍ଟ ଦେଲେ ଯେ ସାବକ ବନ୍ଦୋବସ୍ତରେ ଯେଉଁ ଜମି କନ୍ଧ ଆଦିବାସୀଙ୍କ ନାମରେ ଥ#ଲା ତାହା ହାଲ ବନ୍ଦୋବସ୍ତ ସମୟରେ କନ୍ଧ ଆଦିବାସୀଙ୍କ ନାମ କଟାଯାଇ ପାଣ ହରିଜନଙ୍କ ନାମରେ ଦର୍ଶାଯାଇଛି । ତେବେ ଏହି ନିରୀହ କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ମଧ୍ୟରେ କିଛି ତିକ୍ତତା ସୃଷ୍ଟି ହୋଇଥ#ବା କାରଣରୁ ହାଲ ବନ୍ଦୋବସ୍ତ ଆଇନରେ କରାଯାଇଥ#ବା ଜାଲିଆତିକୁ ଜାଣିପାରି ବିଦ୍ରୋହ ସୃଷ୍ଟି ହୋଇଥ#ଲା । ଏହା ଧର୍ମଭିତ୍ତିକ ନଥ#ଲା । ଜମି ବନ୍ଦୋବସ୍ତରେ କନ୍ଧ ଆଦିବାସୀଙ୍କ ଜମି ପାଣ ହରିଜନଙ୍କ ନାମରେ କରାଯାଇଥ#ବା କାରଣରୁ ଦୁଇ ସମ୍ପ୍ରଦାୟ ଭିତରେ ବିବାଦ ସୃଷ୍ଟି ହୋଇଛି । ମାତ୍ର ବିଶ୍ୱ ହିନ୍ଦୁ ପରିଷଦ ଓ ଭାରତୀୟ ଜନତାପାର୍ଟି ବିବାଦକୁ ଧର୍ମାନ୍ତରୀକରଣ ଦର୍ଶାଇ ସାମ୍ପ୍ରଦାୟିକ ଗଣ୍ଡଗୋଳ କରୁଛନ୍ତି ।
ରାଜସ୍ୱ ଅଧ#କାରୀଙ୍କଠାରୁ ଏ ରିପୋର୍ଟ ପାଇଲା ପରେ ବିଜୁ ପଟ୍ଟନାୟକ ସଙ୍ଗେ ସଙ୍ଗେ ନିର୍ଦ୍ଦେଶ ଦେଇ କହିଥ#ଲେ ଯେ ଏକ ଟାସ୍କଫୋର୍ସ ଗଠନ କର । ଏହି ଟାସ୍କଫୋର୍ସ କନ୍ଧମାଳ ଯାଇ ଯେଉଁସବୁ ଜମି କନ୍ଧ ଆଦିବାସୀଙ୍କ ନାମରେ ଥ#ଲା ଏବଂ ହାଲ ବନ୍ଦୋବସ୍ତରେ ପାଣ ହରିଜନଙ୍କ ନାମରେ ଦରଜ କରାଯାଇଛି ସେ ଜମିକୁ କନ୍ଧ ଆଦିବାସୀମାନଙ୍କୁ ଫେରସ୍ତ କରିବାର ବ୍ୟବସ୍ଥା
କର । ମାତ୍ର ତାହା କାର୍ଯ୍ୟକାରୀ ହେଲା ନାହିଁ ଏବଂ କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ମଧ୍ୟରେ ବିବାଦ ବଢିି ବଢ଼ି ଚାଲିଲା । ଧର୍ମାନ୍ତରୀକରଣର ଦ୍ୱାହି ଦେଇ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବିଜେପିର କର୍ମୀ ଓ ନେତାମାନେ ଏହି ଆନ୍ଦୋଳନର ନିଆଁରେ ଘିଅ ଢାଳିବାକୁ ଲାଗିଲେ । ସେଥ#ରେ ଆଜିର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଜନତାପାର୍ଟି ସହିତ ମିଳିତ ସରକାର ଗଠନ କଲାପରେ ଏହି ସାମ୍ପ୍ରଦାୟିକ ଦଙ୍ଗା ତୀବ୍ରରୁ ତୀବ୍ରତର ହୋଇ ଶେଷରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା ଘଟିଲା । ମିଳିତ ସରକାରରେ ଥାଇ ବିଜେପିର ମନ୍ତ୍ରୀ ଓ କର୍ମକର୍ତ୍ତାମାନେ ସାମ୍ପ୍ରଦାୟିକ ଦଙ୍ଗାକୁ ଉତ୍ସାହିତ କରୁଛନ୍ତି ଜାଣିବା ପରେ ନବୀନ ପଟ୍ଟନାୟକ ମିଳିତ ସରକାରରୁ ବିଜେପିକୁ ଅଲଗା କଲେ । ମାତ୍ର କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ଭିତରେ ଭୂସମ୍ପତ୍ତିକୁ ନେଇ ଯେଉଁ ବିବାଦ ଚାଲି ଆସିଛି ତା’ର ସମାଧାନ ଏ ପର୍ଯ୍ୟନ୍ତ କରାଯାଇ ପାରି
ନାହିଁ ।
କନ୍ଧମାଳ ଜିଲ୍ଲାରେ ଭୂସମ୍ପତ୍ତିର ମାଲିକାନାକୁ ନେଇ କନ୍ଧ ଆଦିବାସୀ ଓ ପାଣ ହରିଜନଙ୍କ ମଧ୍ୟରେ ଅସନ୍ତୋଷ ଏବେ ବି ଲାଗି ରହିଛି ଏବଂ ଠିକ୍ ସେହିପରି ରାଜ୍ୟରେ ମାଓବାଦୀ ଆନ୍ଦୋଳନ ରାଜଧାନୀରୁ ଆରମ୍ଭ କରି ବର୍ତ୍ତମାନ ୧୨ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇ ପ୍ରଶାସନ ଓ ସରକାରର ମୁଣ୍ଡବ୍ୟଥା ହୋଇଛି ।
୧୯୮୦ ମସିହାରେ ପାର୍ଲାମେଣ୍ଟରେ ଜଙ୍ଗଲ ସଂରକ୍ଷଣ ଆଇନ ଗୃହୀତ ହେଲା । ତେବେ ଏଥ#ରେ ଓଡ଼ିଶାର ୪୨ ହଜାର ହେକଫର ଜଙ୍ଗଲକୁ ସଂରକ୍ଷିତ ଜଙ୍ଗଲ ଭାବରେ ଘୋଷଣା
କରାଗଲା । ଏହି ୪୨ ହଜାର ହେକଫର ଜଙ୍ଗଲରେ ପାରମ୍ପରିକ ଭାବେ ଯେଉଁ ଆଦିବାସୀମାନେ ରହୁଥ#ଲେ ସେମାନେ ଅସହାୟ ଏବଂ ନିଜକୁ ଅପରାଧ# ମଣିଲେ । ଏହି ହଜାର ହଜାର ପାରମ୍ପରିକ ଆଦିବାସମାନଙ୍କର ଜମିବାଡ଼ି କିମ୍ବା ଖାତା ଖତିୟାନ ନ ଥ#ଲା । ପ୍ରକୃତିର ସନ୍ତାନ ଭାବେ ନିଜକୁ ବିବେଚନା କରି ସେମାନେ ଜଙ୍ଗଲ ଭିତରେ ରହୁଥ#ଲେ ଏବଂ ଜନ୍ତୁ ଶିକାର କରି ମାଂସ
ଖାଉଥ#ଲେ । ଜଙ୍ଗଲରୁ ଉତ୍ପାଦିତ ଫଳମୂଳ ଖାଉଥ#ଲେ । ଜଙ୍ଗଲରୁ କାଠକାଟି ବିଡ଼ା ବିଡ଼ା ଜାଳେଣି କାଠ ଜନପଦରେ ବିକ୍ରୟ କରି ପେଟ ପୋଷୁଥ#ଲେ ଏବଂ ଜଙ୍ଗଲରେ ପୋଡ଼ୁଚାଷ କରୁଥ#ଲେ । ଏ ଜଙ୍ଗଲକୁ ସଂରକ୍ଷିତ ଜଙ୍ଗଲରେ ଘୋଷଣା କଲାପରେ ସେଥ#ରେ ରହୁଥ#ବା ଆଦିବାସୀମାନେ ତାଙ୍କର ପାରମ୍ପରିକ ଜୀବିକା ହରାଇ ବସିଲେ । ଆଇନ ଆଖ#ରେ ସେମାନେ ହେଲେ ଅପରାଧୀ । ଏହି କାରଣରୁ ସରଳ ଆଦିବାସୀଙ୍କ ଭିତରେ ଯେଉଁ କ୍ଷୋଭ ସୃଷ୍ଟି ହେଲା ତାହାର ସୁଯୋଗ ନେଇ ଆନ୍ଧ୍ରର ପିପୁଲ୍ସ ଓ୍ୱାର ଗ୍ରୁପ ଏବଂ ପଶ୍ଚିମବଙ୍ଗଳାର କିଛି ନକ୍ସଲ ନେତା ମାଓବାଦୀ ଆନ୍ଦୋଳନ ନାଁରେ ନିରୀହ ଆଦିବାସୀମାନଙ୍କୁ ବିଭ୍ରାନ୍ତି କରି ହିଂସାକାଣ୍ଡ ସୃଷ୍ଟି କଲେ । ମାଓ ଉଗ୍ରବାଦ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କର ସମ୍ପ୍ରସାରିତ ହେବାରେ ଲାଗିଛି । ବିଗତ ୩୬ ବର୍ଷ ଭିତରେ ପ୍ରଶାସନ ଏବଂ ସରକାର ଜଙ୍ଗଲରେ ରହୁଥ#ବା ନିରୀହ ଆଦିବାସୀମାନଙ୍କର ସମସ୍ୟା ସୁଧାରିବାରେ ସକ୍ଷମ ହୋଇ ନାହାନ୍ତି, ଅଧ#କନ୍ତୁ ବ୍ରିଟିଶ୍ ଅମଲାତାନ୍ତ୍ରିକ ଧାରାରେ କେବଳ ବନ୍ଧୁକ ମୁନରେ ପୋଲିସବାହିନୀ ଦ୍ୱାରା ମାଓ ଉଗ୍ରବାଦକୁ ଦମନ କରିବା ପାଇଁ ଅଧ#କରୁ ଅଧ#କ ଅର୍ଥ ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି । ବିଭା୍ରନ୍ତ ଆଦିବାସୀ ଉଗ୍ରବାଦୀ ନିଜ ଅଞ୍ଚଳରେ ସହସ୍ର ନିରୀହ ଆଦିବାସୀମାନଙ୍କୁ ବିଭତ୍ସ ଭାବରେ ହତ୍ୟା କରୁଥ#ବା ବେଳେ ପୋଲିସ ଗୁଳିରେ ଅନେକ ଉଗ୍ର ମାଓବାଦୀ ମଧ୍ୟ ମୃତୁ୍ୟବରଣ କରୁଛନ୍ତି । ଏହି ତତ୍ତ୍ୱଟିକୁ ବି୍ରଟିଶ ଅମଲାତାନ୍ତ୍ରିକ ଧାରାରେ ସମାଧାନ କରିବା ପାଇଁ ଯେଉଁ ଉଦ୍ୟମ ଚାଲିଛି ତା’ର ସଂପୂର୍ଣ୍ଣ ସଫଳତା ମିଳିବା ସମ୍ଭବ କି ? ରୋଗର କାରଣ ନଜାଣି ନିଦାନ ବ୍ୟବସ୍ଥା କରିବାର ଯାହା ଫଳ ତାହାହିଁ ଭୋଗିବାକୁ ପଡ଼ୁଛି । ତେବେ କେହି ବି ଏହାର କାରଣ ଖୋଜିଛନ୍ତି ନା ପାଇଛନ୍ତି ବା ନିରାକରଣ ପାଇଁ ପରାମର୍ଶ ଦେଇଛନ୍ତି ? ସେ କଥାକୁ କେହି ବିଚାରକୁ ନେବା ପାଇଁ ସମୟ ପାଇ ନାହାନ୍ତି । ଏ ସମ୍ପର୍କରେ ପରବର୍ତ୍ତୀ ପ୍ରବନ୍ଧରେ ସୂଚନା ଦିଆଯିବ । ଆଜି ଏତିକିା

Share in top social networks!