ଆଜିଠୁ ୨ଦିନିଆ ସମ୍ବଳ ବିକାଶ ଦଳ ପ୍ରଶିକ୍ଷଣ ଶିବିର; ୧୪ଟି ଜିଲ୍ଲାରେ ଖୁବ୍ଶୀଘ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

culturedetପାରମ୍ପରିକ ନୃତ୍ୟ, ଗୀତ ଓ ଲୋକକଳାର ପୁନରୁଦ୍ଧାର, ବିକାଶ, ପ୍ରଚାର ଓ ପ୍ରସାର ତଥା କଳାକାରଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ଯୋଜନା ଓ ପରିକଳ୍ପନାକୁ ରାଜ୍ୟ ସଂସ୍କୃତି ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଉଛନ୍ତି । ଫଳରେ ଲୁପ୍ତ ହେବାକୁ ଯାଉଥିବା କଳା, କଳାକାର ଆଜି ଜାଗି ଉଠିଛନ୍ତି । ସମଗ୍ର ରାଜ୍ୟରେ ଏକ ପ୍ରକାରର ଲୋକକଳା ଆନେ୍ଦାଳନ ସୃଷ୍ଟି ହୋଇଛି । ଏହାକୁ ଆହୁରି ସକ୍ରିୟ କରିବା ପାଇଁ ଆସନ୍ତାକାଲିଠୁ (୧୬ ଓ ୧୭)ତାରିଖରେ ଦୁଇଦିନ ଧରି ସଂସ୍କୃତି ଭବନ ପରିସରରେ ଏକ ତାଲିମ୍ ଶିବିର ଅନୁÂିତ ହେବ । ସମ୍ବଳ ବିକାଶ ଦଳରେ ବିଭିନ୍ନ ପ୍ରକାରରେ କଳାରେ ପାରଦର୍ଶିତା ଲାଭ କରିଥିବା ୨୭ଜଣ ରହିଛନ୍ତି । ବର୍ତ୍ତମାନ ୧୬ଟି ଜିଲ୍ଲାରେ ତାଲିମ୍ଦାତାଙ୍କୁ ତାଲିମ୍ କାର୍ଯ୍ୟ ଶେଷ ହୋଇଛି । ବାକି ୧୪ଟି ଜିଲ୍ଲାରେ ଏହି ତାଲିମ୍ କାର୍ଯ୍ୟକ୍ରମ କରାଯିବ । ଆସନ୍ତା ଜାନୁୟାରୀ ମାସରେ ବ୍ଲକ୍ସ୍ତରରେ ବିଡିଓ ଏବଂ ଜିଲ୍ଲାସ୍ତରରେ ଜିଲ୍ଲା କଳା ସଂସ୍କୃତି ସଂଘ ସଭାପତିଙ୍କୁ ସାମିଲ କରାଯାଇ ଏକ କର୍ମଶାଳା ଅନୁÂିତ ହେବ । ସେଥିରେ ସରକାରୀସ୍ତରରେ ୧୨-୧୪ଟି ବିଭାଗର ନିଦେ୍ର୍ଧଶକମାନେ ଯୋଗଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି ।
ବିଭାଗୀୟ ସଚିବ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ବର୍ଷ ‘୬Â ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ-୨୦୧୬’ ଅନୁÂିତ ହୋଇଯାଇଛି । ନଗରସ୍ତରରେ ‘ନଗର କଳା ସଂସ୍କୃତି ସଂଘ’(ଏନ୍କେଏସ୍ଏସ୍(ଘକଝଝ)) ଗଠନ ହାଇଛି । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ଭଦ୍ରକ, ବାରିପଦା, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାକୁ ସାମିଲ କରାଯାଇଛି । ଆଗକୁ ‘ରାଜ୍ୟ କଳା ସଂସ୍କୃତି ସଂଘ’ (ଆର୍କେଏସ୍ଏସ୍ (ଜକଝଝ)) ଗଠନ କରାଯିବ । ଚଳିତ ବର୍ଷ ୩ଟି ଜିଲ୍ଲା ଗଞ୍ଜାମ, କଟକ ଓ ସୁନ୍ଦରଗଡ଼କୁ ‘୬Â ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ-୨୦୧୬’ରେ ଉକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ ଉପଲକ୍ଷେ ସ୍ୱତନ୍ତ୍ର ଭାବେ କଳାକାରଙ୍କ ଦ୍ୱାରା କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ଲୋକକଳା କଳାକାରଙ୍କ ଦ୍ୱାରା ୩୧୪ଟି ବ୍ଲକ୍ ଏବଂ ଅତି କମ୍ରେ ୧୦ଟି ରାଜସ୍ୱଗ୍ରାମରେ ପଞ୍ଚାୟତିରାଜ ଓ ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।
୨୦୧୧ମସିହା ଏପ୍ରିଲ୍ ୧ତାରିଖଠାରୁ ଲୋକକଳା ମାଧ୍ୟମରେ ସଚେତନତା ବାର୍ତ୍ତା ପହଞ୍ଚାଇବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଏଥିପାଇଁ ଦୁଇଟିସ୍ତରରେ କଳାସଂସ୍କୃତିର ଉନ୍ନତି ପାଇଁ ‘ଜିଲ୍ଲା କଳା ସଂସ୍କୃତି ସଂଘ’ (ଜେଡ୍କେଏସ୍ଏସ୍(ତକଝଝ)) ଏବଂ ‘ବ୍ଲକ୍ କଳା ସଂସ୍କୃତି ସଂଘ’ (ବିକେଏସ୍ଏସ୍(ଈକଝଝ)) ଗଠନ କରାଯାଇଛି । ଯାହାଦ୍ୱାରା ରାଜ୍ୟରେ ଥିବା ଲୋକକଳା ପରିବେଷଣ କରୁଥିବା ଦଳଗୁଡ଼ିକ ପରିଚାଳିତ ହେଉଛନ୍ତି । ଏଥିପାଇଁ ସରକାର ସିଧାସଳଖ ଭାବେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଦଳଗୁଡ଼ିକ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ବାର୍ଷିକ ସଚେତନତା କାର୍ଯ୍ୟକ୍ରମରେ ବାର୍ତ୍ତା ପ୍ରେରଣ ସାଙ୍ଗକୁ କଳା, ସଂସ୍କୃତିର ପ୍ରଚାର ପ୍ରସାର କରୁଛନ୍ତି । ବର୍ତ୍ତମାନ ରାଜ୍ୟରେ ୩୦ଟି ଜିଲ୍ଲା ୩୧୪ ବ୍ଲକ୍ରେ ୪୭୧ଟା ଲୋକକଳା ରହିଛି । ୭୪୮୨ଟି ଲୋକକଳା ଦଳ ଏବଂ ୮୩୦୫୪ଜଣ କଳାକାର ରହିଛନ୍ତି । ୧ଲକ୍ଷ ୭୦ହଜାର କାର୍ଯ୍ୟକ୍ରମ ଅନୁÂିତ ହୋଇଛି । ଏଥିପାଇଁ ଚଳିତ ବର୍ଷ ୫କୋଟି ଟଙ୍କାର ଅଧିକ ମାନବ ସମ୍ବଳ ଯୋଗାଇ ଦିଆଯାଇଛି । ଗତ ମେ ୨୪ ତାରିଖରେ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଭାଗୀୟ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏଥିରେ ଲୋକକଳାକୁ ଅଧିକ ପ୍ରଚାର, ପ୍ରସାର କରିବା ଲାଗି ପ୍ରଶିକ୍ଷାର୍ଥୀ ଅର୍ଥାତ୍ ରାଜ୍ୟ ସମ୍ବଳ ବିକାଶ ଦଳଙ୍କୁ ଶକ୍ତିଶାଳୀ କରିବାକୁ ହେବ ବୋଲି ପ୍ରସ୍ତାବ ରହିଥିଲା । ଆଜିର ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଉପନିଦେ୍ର୍ଧଶିକା ଶ୍ରୀମତୀ ସଂଘମିତ୍ରା ଶତପଥୀ, ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ମାଲବିଶୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!